ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସାହାପୁର ବ୍ରାହ୍ମଣୀ ବ୍ରିଜରେ ଦୁଇ ଟ୍ରକ ମୁହାଁମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ସେମାନଙ୍କ ପରିଚୟ ମିଳିପାରିନାହିଁ। ସେମାନେ ବଙ୍ଗୀୟ ଡ୍ରାଇଭର ବୋଲି ଅନୁମାନ କରାଯାଉଛି।
ଦୁର୍ଘଟଣା ପରେ ସକାଳୁ ରାସ୍ତାରେ ପ୍ରବଳ ଗାଡ଼ି ଭିଡ ପରିଲକ୍ଷିତ ହୋଇଥିଲା। ସୂଚନା ଥାଉକି ସକାଳୁ ଦୁଇ ଟ୍ରକ ମୁହାଁମୁହିଁ ହୋଇ ଦୁର୍ଘଟଣା ହୋଇଛି। ଅନ୍ୟ ରାସ୍ତା ପୋଲ କାମ ଚାଲୁଥିବା ଫଳରେ ଗୋଟେ ପୋଲରେ ଗାଡ଼ି ଯାତାୟତ ହୋଇଥିଲା। ଏହାଫଳରେ ଦୁର୍ଘଟଣା ହୋଇଥିବାର ସୂଚନା ମିଳିଛି । ଏଣେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣା ହୋଇଥିବା ଗାଡ଼ିକୁ କ୍ରେନ ସାହାଯ୍ୟରେ ରାସ୍ତାରୁ ଉଠାଇଛି।
ଏହି ଦୁର୍ଘଟଣା ପରେ ସକାଳୁ ରାସ୍ତାରେ ପ୍ରବଳ ଗାଡ଼ି ଭିଡ ପରିଲକ୍ଷିତ ହୋଇଥିଲା। ସୂଚନା ଥାଉକି ସକାଳୁ ଦୁଇ ଟ୍ରକ ମୁହାଁମୁହିଁ ହୋଇ ଦୁର୍ଘଟଣା ହୋଇଛି। ଅନ୍ୟ ରାସ୍ତା ପୋଲ କାମ ଚାଲୁଥିବା ଫଳରେ ଗୋଟେ ପୋଲରେ ଗାଡ଼ି ଯାତାୟତ ହୋଇଥିଲା।ଏହାଫଳରେ ଦୁର୍ଘଟଣା ହୋଇଥିବାର ସୂଚନା ମିଳିଛି । ଏଣେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣା ହୋଇଥିବା ଗାଡ଼ିକୁ କ୍ରେନ ସାହାଯ୍ୟରେ ରାସ୍ତାରୁ ଉଠାଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ସେମାନଙ୍କ ପରିଚୟ ମିଳିପାରିନାହିଁ। ସେମାନେ ବଙ୍ଗୀୟ ଡ୍ରାଇଭର ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/10/54r9hg5arwUCxCKZ42EW.jpg)