ସୁନ୍ଦରଗଡ଼: ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି। ବାଇକ୍ ଚୂରମାର। ଜଣେ ମୃତ, ଅନ୍ୟ ଜଣେ ଗୁରୁତର। ମୃତକ ହେଲେ ଲେଫ୍ରିପଡ଼ା ଥାନା ପିଠାଭୂଇଁର ଅନ୍ତ ଭଇଁସାଲ (୨୨), ଗୁରୁତରଙ୍କ ନାଁ ଦିବ୍ୟ ଭଇଁସାଲ (୨୭)। ଗର୍ଜନବାହାଲ ଟ୍ରକ୍ ୟୁନିଅନରେ କାମ କରୁଥିବା ଦୁଇ ଯୁବକ ନିଜ ବାଇକରେ ଗର୍ଜନବାହାଲ ଖଣି ଅଞ୍ଚଳକୁ କାମ କରିବାକୁ ଯାଉଥିଲେ। ହେମଗିର ଥାନା ଡୁଡୁକା ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚମ୍ପଟ ମାରିଲା।
ବାଇକରୁ ୨ ଜଣ ଛିଟକି ପଡ଼ିଲେ। ଘଟଣାସ୍ଥଳରେ ଅନ୍ତଙ୍କ ମୃତ୍ୟୁ ହୋଇଗଲା। ଗୁରୁତର ଦିବ୍ୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି।
accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/07/6JrOElSLR4mYU8BcUe3x.jpg)