ସୁନ୍ଦରଗଡ଼: ଏମସିଏଲ କୋଇଲା ପରିବହନକୁ ନେଇ ବାଙ୍କିବାହାଲ- ଟପରିଆ ରାସ୍ତା ମୃତ୍ଯୁର ପଥ ପାଲଟିଗଲାଣି। ଭାରୀଯାନ ଧକ୍କାରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି ଓ ଧନଜୀବନ ହାନି। ଦୁର୍ଘଟଣା ଘଟିଲେ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। ପ୍ରଶାସନ, ପୁଲିସ ଆସି କ୍ଷତିପୂରଣ ଓ ଗାଡ଼ି ଚଳାଚଳ ବ୍ଯବସ୍ଥିତ ଭାବେ ହେବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଦୁର୍ଘଟଣା କମିବାର ନାଁ ନେଉ ନାହିଁ। ଗୋଟିଏ ସପ୍ତାହ ମଧ୍ଯରେ ଏହି ରାସ୍ତାରେ ୭ଟି ଦୁର୍ଘଟଣା ଜୀବନନେଲାଣି।
ଗତକାଲି ବିଳମ୍ବିତ ରାତିରେ ରତନସରାରେ ପୁଣି ଏକ ଦୁର୍ଘଟଣାରେ ଜଣକର ଜୀବନ ଯାଇଛି। ପ୍ରତିବାଦରେ ଆଜି ସକାଳୁ ଲୋକେ ରାସ୍ତାରୋକ କରିଛନ୍ତି। ମୃତକ ହେଲେ ରତନସରାର ରୋମାଞ୍ଚ ଛଛାନ। ରୋମାଞ୍ଚ କାମ ସାରି ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ହୋଇଥିଲା ଦୁର୍ଘଟଣା। ରତନସରା ନିକଟରେ ଏକ ଭାରୀଯାନ ଖରାପ ହୋଇ ପଡ଼ିଥିଲା। ଗାଡ଼ିଟି ରାସ୍ତାକୁ ମାଡ଼ି ରହିଥିଲେ ମଧ୍ଯ ରାତିରେ ଗାଡ଼ିରେ ଦୁର୍ଘଟଣାର କୌଣସି ସିଗନାଲ ଦିଆଯାଇ ନଥିଲା। ଯାହା ଅନ୍ଯ ଯାନ, ଯାତ୍ରୀଙ୍କ ପାଇଁ ବିପଦପୂର୍ଣ୍ଣ ଥିଲା। ରୋମାଞ୍ଚ ବାଇକରେ ଫେରିଲାବେଳେ ଅନ୍ଧାରରେ ଗାଡ଼ିକୁ ଦେଖି ପାରି ନଥିଲେ ଓ ପିଟି ହୋଇଥିଲେ।

ଏମସିଏଲର ପାଟ୍ରୋଲିଂ ଟିମ୍ ତାଙ୍କୁ ଉଦ୍ଧାର କରି ପ୍ରଥମେ ହେମଗିର ଗୋଷ୍ଠୀ.ସ୍ବାସ୍ଥ୍ଯ କେନ୍ଦ୍ର ଓ ପରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନା ନେଉଥିବାବେଳେ ବାଟରେ ତାଙ୍କ ମୃତ୍ଯୁ ହୋଇଗଲା। ଲୋକେ ଶବ ରଖି ୧୨ ଘଣ୍ଟା ହେଲା କ୍ଷତିପୂରଣ ଓ ଆରଡି ରାସ୍ତାରେ କୋଇଲା ପରିବହନ ବନ୍ଦ ଦାବି କରି ରାସ୍ତାରୋକ କରିଛନ୍ତି।