କୋରାପୁଟ: ଜୟପୁର ଟାଉନଥାନା ଅର୍ନ୍ତଗତ ପାରାବେଡ଼ାର ସୂର୍ଯ୍ୟନାରାୟଣ ପାତ୍ରଙ୍କ ଏଲଏନ୍ ନିଡସ ଷ୍ଟୋରରୁ ହୋଇଥିବା ଠକେଇ ମାମଲାରେ କୋରାପୁଟ ଟାଉନଥାନା ପୁଲିସ କୋରାପୁଟ ଅଂଚଳର ଫେରାର ଅଭିଯୁକ୍ତ ସୁଶାନ୍ତ ସମିର ବାଘଙ୍କୁ ଆଜି ଗିରଫ କରି କୋର୍ଟକୁ ଚାଳାଣ କରିଥିବା କହିଛନ୍ତି କୋରାପୁଟ ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର।
ମିଳିଥିବା ସୂଚନା ମୁତାବକ, ୨୦୨୩ମସିହା ଏପ୍ରିଲ ୧୦ତାରିଖ ଦିନ ଅଭିଯୁକ୍ତ କୋରାପୁଟ ଅଂଚଳର ସୁଶାନ୍ତ ସମିର ବାଘ ଜୟପୁର ପାରାବେଡ଼ା ଷ୍ଟାଡିୟମ ସମ୍ମୁଖରେ ଥିବା ଏଲଏନ୍ ନିଡସ୍ ଷ୍ଟୋରକୁ ଯାଇ ବିଭିନ୍ନ ଘରୋଇ ସାମଗ୍ରୀ ୨୯ହଜାର ୪୨୮ଟଙ୍କାର କିଣିଥିଲେ। ସାମଗ୍ରୀ ଗୁଡିକୁ ନିଜ ଝିଅ ଚଳାଉଥିବା କାରରେ ସବୁ ରଖିଥିଲେ।
ପ୍ରଥମେ ଫୋନ ପେରେ ଦେବାର ବାହାନା କରିଥିଲେ। କିନ୍ତୁ ନେଟୱାର୍କ ନଥିବା କହି ଯାଉନଥିବା କହିଥିଲେ। ଏଟିଏମ୍ କାର୍ଡ ସ୍କ୍ରାଚ କରିବାକୁ କହିଥିଲେ। ସେଥିରେ ବି ହୋଇନଥିଲା। ପରେ ନିଜ ଝିଅ ଟଙ୍କା ନେଇ ଘରୁ ଆସିବ ଏବଂ ସେ ଦୋକାନ ନିକଟରେ ରହିବେ ବୋଲି କହିଥିଲେ। ଦୋକାନ ସମ୍ମୁଖରେ କିଛି ସମୟ ଠିଆ ହୋଇ ରହିଥିଲେ। ଅଚାନକ ଭାବେ ତାଙ୍କ ଝିଅ କାର ଧରି ଆସିବାରୁ ସେହି କାରରେ ବସି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ଏ ନେଇ ସୂର୍ଯ୍ୟନାରାୟଣ ପାତ୍ର ଜୟପୁର ଟାଉନଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଟାଉନଥାନା ପୁଲିସ ସିସିଟିଭି କ୍ୟାମେରା ଫୁଟେଜ, ଫୋନଫେର ନମ୍ବର ଆଦିକୁ ନେଇ ଯାଂଚ କରି ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିଲା। ଘଟଣା ପର ଠାରୁ ଅଭିଯୁକ୍ତ ଫେରାର ରହିଥିଲା। ଅଭିଯୁକ୍ତଙ୍କ ଘର କୋରାପଉଟ ହୋଇଥିବାରୁ ଜୟପୁର ଏସଡିଜେଏମ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଳାଣ କରିବା ପାଇଁ ଜାମିନବିହୀନ ଗିରଫ ପାରୱାନା ଜାରୀ କରିଥିଲେ। କୋରାପୁଟ ଟାଉନଥାନା ସବଇନିସପେକ୍ଟର ବିଷ୍ଣୁଚରଣ ବେହେରା ଅଭିଯୁକ୍ତକୁ ଗିରଫ କରିବା ସହ କୋରାପୁଟ କୋର୍ଟକୁ ଚାଳାଣ କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/04/yGeElTMrsh26ThxZp3Ef.jpg)