କୋଣାର୍କ: ଗତ ସୋମବାର ଅପରାହ୍ଣରେ କୋଣାର୍କ-ପୁରୀ ବେଳାମାର୍ଗ ଚନ୍ଦ୍ରଭାଗା ରାସ୍ତାର ବନବିଭାଗର କଇଁଚସୁରକ୍ଷା ଘର ନିକଟ ସମୁଦ୍ରକୂଳରୁ ଜଗତସିଂହପୁର ମଙ୍ଗଳପୁର ଗ୍ରାମ ଲକ୍ଷ୍ମୀପ୍ରିୟା ଭୋଇ(୩୦)ନାମକ ଜଣେ ମହିଳାଙ୍କୁ ତଣ୍ଟିକାଟି ଦେଇ ବୀଭତ୍ସ ଭାବେ ହତ୍ୟା ଉଦ୍ୟମ କରି ସମୁଦ୍ରକୂଳରେ ଫୋପାଡ଼ି ଦେଇ ଦୁର୍ବୃତ୍ତ ଫେରାର ହେବା ଘଟଣାରେ ପୁଲିସକୁ ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବଡ଼ ସଫଳତା ମିଳିଛି।
ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀଙ୍କ ନେତୃତ୍ବ ରେ କୋଣାର୍କ ଥାନା ଦାୟିତ୍ୱରେ ଥିବା ରାମଚଣ୍ଡୀ ଥାନା ଅଧିକାରୀ ବିଚିତ୍ରାନନ୍ଦ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଏକ ସ୍ବତନ୍ତ ଟିମ୍ ଗଠନ କରାଯାଇଥିଲା। ପୁଲିସ ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତର ସାଙ୍ଗକୁ କଟକରେ ଅଟକ କରି ପଚରାଉଚରା କରିବା ପରେ ତଥ୍ୟ ପାଇ ମୁଖ୍ୟ ଅଭିଯୁକ୍ତର ମୋବାଇଲି ନମ୍ବରକୁ ପୁଲିସ ଟ୍ରେସ କରି ତାକୁ ଗୋପ ବ୍ଲକ ବଣହରା ଗ୍ରାମରୁ ଗିରଫ କରିଛି। ତା ନିକଟରୁ ବ୍ୟବହୃତ ହୋଇଥିବା ଏକ ମାରଣାସ୍ତ୍ର ଓ ଦୁଇଟି ମୋବାଇଲ୍ ଜବତ କରିଛି ପୁଲିସ। ଗିରଫ ମୁଖ୍ୟ ଅଭିଯୁକ୍ତ ଗୋପ ବ୍ଲକ ବଉଲାଙ୍ଗ ପଂଚାୟତ ବଣହରା ଗ୍ରାମର ସର୍ବେଶ୍ୱର ସାହୁଙ୍କ ପୁତ୍ର ସମୀର ରଞ୍ଜନ ସାହୁ (୨୮) ବୋଲି ପରିଚୟ ମିଳିଛି।ଗିରଫ କରି ପୁଲିସ ରାତିରେ କୋଣାର୍କ ଥାନାକୁ ଆଣି ମୁଖ୍ୟ ଅଭିଯୁକ୍ତକୁ ପଚରାଉଚରା କରୁଥିବା ଜଣାପଡ଼ିଛି ।
ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀଙ୍କ ନେତୃତ୍ବ ରେ କୋଣାର୍କ ଥାନା ଦାୟିତ୍ୱରେ ଥିବା ରାମଚଣ୍ଡୀ ଥାନା ଅଧିକାରୀ ବିଚିତ୍ରାନନ୍ଦ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଏକ ସ୍ବତନ୍ତ ଟିମ୍ ଗଠନ କରାଯାଇଥିଲା। ପୁଲିସ ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତର ସାଙ୍ଗକୁ କଟକରେ ଅଟକ କରି ପଚରାଉଚରା କରିବା ପରେ ତଥ୍ୟ ପାଇ ମୁଖ୍ୟ ଅଭିଯୁକ୍ତର ମୋବାଇଲି ନମ୍ବରକୁ ପୁଲିସ ଟ୍ରେସ କରି ତାକୁ ଗୋପ ବ୍ଲକ ବଣହରା ଗ୍ରାମରୁ ଗିରଫ କରିଛି। ତା ନିକଟରୁ ବ୍ୟବହୃତ ହୋଇଥିବା ଏକ ମାରଣାସ୍ତ୍ର ଓ ଦୁଇଟି ମୋବାଇଲ୍ ଜବତ କରିଛି ପୁଲିସ। ଗିରଫ ମୁଖ୍ୟ ଅଭିଯୁକ୍ତ ଗୋପ ବ୍ଲକ ବଉଲାଙ୍ଗ ପଂଚାୟତ ବଣହରା ଗ୍ରାମର ସର୍ବେଶ୍ୱର ସାହୁଙ୍କ ପୁତ୍ର ସମୀର ରଞ୍ଜନ ସାହୁ (୨୮) ବୋଲି ପରିଚୟ ମିଳିଛି।ଗିରଫ କରି ପୁଲିସ ରାତିରେ କୋଣାର୍କ ଥାନାକୁ ଆଣି ମୁଖ୍ୟ ଅଭିଯୁକ୍ତକୁ ପଚରାଉଚରା କରୁଥିବା ଜଣାପଡ଼ିଛି।
ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକତ୍ସାଧୀନ ଥିବା ମହିଳା ଲକ୍ଷ୍ମୀପ୍ରିୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିପଦମୁକ୍ତ ଥିବା ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/24/untitled-2025-09-24-08-48-25.png)