ଭୁବନେଶ୍ବର: ଚାକିରି କରାଇଦେବାକୁ କହି ଠକୁଥିବା ଜଣେ ଠକକୁ ପୁଲିସ ଧରିବାରେ ସଫଳ ହୋଇଛି।  ଏମିତି ଜଣେ ଠକଙ୍କ କଳାକାରନାମା ସାମ୍ନାକୁ ଆସିଛି। ବ୍ୟାସଦେବ ରଣା  ନାମକ ଯୁବକ ନିଜକୁ ପଞ୍ଚାୟତ ରାଜ ବିଭାଗର ସେକ୍ସନ୍ ଅଫିସର କହି ଲୋକଙ୍କୁ ଠକୁଥିଲେ । ଏହି ଠକଙ୍କ ପାଖରୁ ନକଲି ସେକ୍ସନ୍ ଅଫିସରର ପରିଚୟ ପତ୍ର ବି ଜବତ ହୋଇଛି। 

Advertisment

ବ୍ୟାସଦେବଙ୍କୁ ଲୋକସେବା ଭବନ ଗେଟ ଆଗରୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ।  ଏହି ଠକ ଦଲାଲ୍‌, ବ୍ୟାସଦେବଙ୍କ ଘର ହେଉଛି କଳାହାଣ୍ଡି ଜିଲ୍ଲାରେ କିନ୍ତୁ ସେ, ଭୁବନେଶ୍ବରରେ କିଛି ଦିନ ହେଲା ରହୁଥିବା ପୁଲିସ ଜାଣିବାକୁ ପାଇଛି।  ଚାକିରି କରାଇଦେବା ନାଁରେ ପ୍ରାୟ ୧୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଘଟଣାରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଚଳାଇଛି ।

ପୂର୍ଣ୍ଣଚନ୍ଦ୍ର ପରିଡ଼ାଙ୍କ ଏତଲା ଆଧାରରେ ବ୍ୟାସଦେବଙ୍କୁ ଲୋକସେବା ଭବନ ଗେଟ ଆଗରୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ।  ଏହି ଠକ ଦଲାଲ୍‌, ବ୍ୟାସଦେବଙ୍କ ଘର ହେଉଛି କଳାହାଣ୍ଡି ଜିଲ୍ଲାରେ କିନ୍ତୁ ସେ, ଭୁବନେଶ୍ବରରେ କିଛି ଦିନ ହେଲା ରହୁଥିବା ପୁଲିସ ଜାଣିବାକୁ ପାଇଛି।  ଚାକିରି କରାଇଦେବା ନାଁରେ ପ୍ରାୟ ୧୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଘଟଣାରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଚଳାଇଛି  ।