ଭୋଗରାଇ/କମର୍ଦ୍ଦା: ବାପା ସାଜିଲା ନର ଚଣ୍ଡାଳ, ପୁଅ ସହିତ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ପକାଇଛି ବାପା। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ଭୋଗରାଇ ବ୍ଲକ ଅନ୍ତର୍ଗତ ଖଇରପିପଳ ପଞ୍ଚାୟତ ଦହମୁଣ୍ଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘରୋଇ କଳହରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଇଛି, ଅଭିଯୁକ୍ତ ଫେରାର ଥିବା ବେଳେ ଘରର କିଛି ଦୂରରୁ ଏକ ଧାରୁଆ ଟାଙ୍ଗିଆକୁ ଗାଁ ଲୋକେ ଉଦ୍ଧାର କରିଛନ୍ତି।

Advertisment

ଅଭିଯୁକ୍ତ ପଲଟୁ ଜେନାର ଦୁଇଟି ପୁଅ ଅଛନ୍ତି। ସେମାନଙ୍କ ଭିତରୁ ଜଣକର ବୟସ ୫ ଓ ଆରଜଣକର ବୟସ ୨ ବର୍ଷ ବୋଲି ଜଣାଯାଇଛି। ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ପଲଟୁ ଜେନା ଓ ତାଙ୍କ ପରିବାରର ସମସ୍ତେ ଫେରାର ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ସ୍ତ୍ରୀ  ଓ ପୁଅକୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ସୂଚନା ଅନୁଯାୟୀ ଅଭିଯୁକ୍ତ ପଲଟୁ ଜେନାର ଦୁଇଟି ପୁଅ ଅଛନ୍ତି। ସେମାନଙ୍କ ଭିତରୁ ଜଣକର ବୟସ ୫ ଓ ଆରଜଣକର ବୟସ ୨ ବର୍ଷ ବୋଲି ଜଣାଯାଇଛି। ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ପଲଟୁ ଜେନା ଓ ତାଙ୍କ ପରିବାରର ସମସ୍ତେ ଫେରାର ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ସ୍ତ୍ରୀ  ଓ ପୁଅକୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

crime