ଚନ୍ଦାହାଣ୍ଡି: ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ହଳଦୀ ଗ୍ରାମରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଖଟ ଭିତର ବାକ୍ସରେ ଭର୍ତ୍ତି କରି ଫେରାର ହୋଇଯାଇଥିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।
ସୂଚନାରୁ ପ୍ରକାଶ, ହଳଦୀ ଗ୍ରାମର ଦୁଷ୍ମନ୍ତ ନାୟକ ସୀମାନ୍ତ ଛତିଶଗଡ଼ ରାଜ୍ୟ ଭତରା ବହେଲି ଗ୍ରାମର ଅନିତା ସୋରିଙ୍କୁ ଗତ ଦୁଇ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ଏକ ବର୍ଷର ସନ୍ତାନ ରହିଛି। ଦୁଇ ଦିନ ଧରି ଘର କବାଟ ବନ୍ଦ ଥିବାରୁ ସନ୍ଦେହ କରି ଝିଅର ବାପା ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଉମରକୋଟ ଏସଡିପିଓ ଶୁଭେନ୍ଦୁ ଶବର ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିଲେ ।
ହଳଦୀ ଗ୍ରାମର ଦୁଷ୍ମନ୍ତ ନାୟକ ସୀମାନ୍ତ ଛତିଶଗଡ଼ ରାଜ୍ୟ ଭତରା ବହେଲି ଗ୍ରାମର ଅନିତା ସୋରିଙ୍କୁ ଗତ ଦୁଇ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ଏକ ବର୍ଷର ସନ୍ତାନ ରହିଛି। ଦୁଇ ଦିନ ଧରି ଘର କବାଟ ବନ୍ଦ ଥିବାରୁ ସନ୍ଦେହ କରି ଝିଅର ବାପା ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଉମରକୋଟ ଏସଡିପିଓ ଶୁଭେନ୍ଦୁ ଶବର ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିଲେ । ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିବା ବେଳେ ଗତକାଲି ପୁଲିସ ଗିରଫ କରିଥିବା ବେଳେ ସେ ନିଜ ସ୍ତ୍ରୀକୁ ହତ୍ୟା କରି ନିଜ ଖଟରେ ଥିବା ବାକ୍ସ ଭିତରେ ଲୁଚାଇ ଦେଇ ଫେରାର ହୋଇ ଯାଇଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା ତଦନ୍ତ ଅଧିକାରୀ ବିଜୁ ରାମ ବାଘ ପ୍ରକାଶ କରିଛନ୍ତି।
ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିବା ବେଳେ ଗତକାଲି ପୁଲିସ ଗିରଫ କରିଥିବା ବେଳେ ସେ ନିଜ ସ୍ତ୍ରୀକୁ ହତ୍ୟା କରି ନିଜ ଖଟରେ ଥିବା ବାକ୍ସ ଭିତରେ ଲୁଚାଇ ଦେଇ ଫେରାର ହୋଇ ଯାଇଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା ତଦନ୍ତ ଅଧିକାରୀ ବିଜୁ ରାମ ବାଘ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦୁଷ୍ମନ୍ତକୁ ଆଜି ଉମରକୋଟ ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତକୁ ପ୍ରେରଣ କରା ଯାଇଥିବା ବେଳେ ତାଙ୍କର ଜାମିନ ଖାରଜ ହୋଇଥିଲା। ଏହାପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆ ଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/27/zejTHyErvGG9sOnxfdtv.jpg)