ରାଉରକେଲା: କଳ୍ପତରୁ ଆଶ୍ରମ ରୋଡ୍ରେ ସଂଘଟିତ ବିଭତ୍ସ ହତ୍ୟାକାଣ୍ଡ ଉପରୁ ଆଜି ପରଦା ଉଠିଛି। ନିଜ ଭିଣୋଇକୁ ପଥରରେ ଛେଚି ଅତି ନୃଶଂସଭାବେ ହତ୍ୟା କରିଥିବା ଅଭିଯୁକ୍ତ ଶାଳକ ମହମ୍ମଦ ଆମୀର(୨୫)ମାନିନେଇଛି। ପୂର୍ବରୁ ଭିନ୍ନ ଭିନ୍ନ ବାହାନାକରି ପୁଲିସକୁ ବିଭ୍ରାନ୍ତ କରୁଥିଲା ଅଭିଯୁକ୍ତ। ଆଜି ପୂର୍ବାହ୍ନରେ ପୁଲିସ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳକୁ ପହଞ୍ଚିଥିଲା। ସେଠାରେ କ୍ରାଇମସିନ୍ ରିକ୍ରିଏସନ କରାଯାଇଥିଲା। ସେଠାରେ ଅଭିଯୁକ୍ତ ସବୁ ଦୋଷକୁ ସ୍ବୀକାର କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ସେକ୍ଟର-୭ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ପ୍ରକୃତରେ ଅଭିଯୁକ୍ତ ଆମୀର ନିଜର ଭିଣୋଇ ମନୋହରପୁରର ମହମ୍ମଦ ସାକିର୍(୨୪)କୁ ହତ୍ୟା କରିବାକୁ ପୂର୍ବରୁ ଯୋଜନା କରିଥିଲା। ଘଟଣାଦିନ, ଅର୍ଥାତ୍ ଗତ ୧୫ ତାରିଖ ପୂର୍ବାହ୍ନରେ ସାକିର ଗୋପବନ୍ଧୁପାଲିରେ ଥିବା ନିଜ ଶ୍ବଶୁର ଘରକୁ ଆସିଥିଲେ। ସାକିର ନିଜ ଶାଳକ ଆମୀର ସହ ଦିନସାରା ବୁଲାବୁଲି କରିଥିଲେ। ଅପରାହ୍ନ ପ୍ରାୟ ୫ଟା। ଉଭୟେ ଛେଣ୍ଡ୍ କଳ୍ପତରୁ ଆଶ୍ରମ ଯିବା ରାସ୍ତାରେ ଆଗକୁ ବଢ଼ୁଥିବାବେଳେ ହଠାତ୍ ଅଭିଯୁକ୍ତ ମୋଟରସାଇକଲକୁ ଅଟକାଇଥିଲା।
ଭିଣୋଇ କିଛି ବୁଝିବା ପୂର୍ବରୁ ତାଙ୍କୁ ଏକ ପଥରରେ ମୁଣ୍ଡକୁ ଆକ୍ରମଣ କରିଥିଲା। ପରେ ବାରମ୍ବାର ମୁଣ୍ଡକୁ ପଥରରେ ଛେଚିବାପରେ ଘଟଣାସ୍ଥଳରେ ସାକିରଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା କରିବାପରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ଅଭିଯୁକ୍ତ ନୂଆ ଚାଲ୍ ଖେଳିଥିଲା। ପାଖରେ ଥିବା ଏକ ଚକୁରେ ନିଜର ବେକକୁ ସାମାନ୍ୟ କାଟିଦେଇଥିଲା। ଏହାପରେ ଅଭିଯୁକ୍ତ ଛେଣ୍ଡ୍ ପାଖ ରିଂ ରୋଡ୍ ଉପରକୁ ଆସି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା କହିଥିଲେ। ସ୍ଥାନୀୟ ଲୋକ ଅଭିଯୁକ୍ତକୁ ଉଦ୍ଧାରକରି ପୁଲିସ ସହାୟତାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/V0bD5dGlaCdAVlTWHTnH.jpeg)