କୋରାପୁଟ: ଟ୍ରେନ୍‌ର କାଚବଗି ଭିତରେ ଥାଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପର୍ଯ୍ୟଟକମାନଙ୍କୁ ବହୁତ ଆନନ୍ଦ ଦେଇଥାଏ। ଏଥି ପାଇଁ ପୂର୍ବତଟ ରେଳପଥର ୱାଲଟିୟର (ବିଶାଖାପାଟଣା) ଡିଭିଜନର ବିଶାଖାପାଟଣାରୁ କିରନ୍ଦୁଲ ଟ୍ରେନ ନମ୍ବର ୦୮୫୫୧ ଓ ଟ୍ରେନ ନମ୍ବର ୦୮୫୫୨ କିରନ୍ଦୁଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ରେ ଅତିରିକ୍ତ ଭାବେ ଭିଷ୍ଟାଡମ୍ କୋଚ ଓ ତୃତୀୟ ଶ୍ରେଣୀ ଏସି (ଇକୋନମି) ବଗି  ଲଗାଯିବାର ବ୍ୟବସ୍ଥା କରାଯାଉଛି। ପୂର୍ବତଟ ରେଳପଥର ବିଶାଖାପାଟଣା ଡିଭିଜନର ଡିଭିଜନର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ କେ.ସନ୍ଦୀପ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

Advertisment

ସେହିପରି ଆସନ୍ତା ୧୪.୯.୨୦୨୪ରୁ ଟ୍ରେନ ନମ୍ବର ୦୮୫୫୧ ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର ଟ୍ରେନରେ ୨୮ତାରିଖ ଯାଏଁ ଅତିରିକ୍ତ ବଗି ଭାବେ ଭିଷ୍ଟାଡୋମ କୋଚ ରହିବ। ସେହି ଟ୍ରେନରେ ୧୫ତାରିଖରୁ ୨୯ତାରିଖ ଯାଏଁ ତୃତୀୟ ଶ୍ରେଣୀ ଏସି (ଇକୋନମି) ବଗି ଲାଗିବ ବୋଲି ସୂଚନା ମିଳିଛି। 

ଆସନ୍ତା ୧୫.୯.୨୦୨୪ରୁ ଟ୍ରେନ ନମ୍ବର ୦୮୫୫୨ କିରଣ୍ଡଲ-ବିଶାଖାପାଟଣା-ପାସେଞ୍ଜର ଟ୍ରେନରେ ୨୯ତାରିଖ ଯାଏଁ ଅତିରିକ୍ତ ବଗି ଭାବେ ଭିଷ୍ଟାଡୋମ କୋଚ ରହିବ। ସେହି ଟ୍ରେନରେ ୧୬ତାରିଖରୁ ୩୦ତାରିଖ ଯାଏଁ ତୃତୀୟ ଶ୍ରେଣୀ ଏସି (ଇକୋନମି) ବଗି ଲାଗିବ ବୋଲି ଡିଭିଜନର ଡିଭିଜନର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ କେ.ସନ୍ଦୀପ ସୂଚନା ଦେଇଛନ୍ତି।