ରାଇରଙ୍ଗପୁର: କିଛି ଦିନ ପୂର୍ବରୁ ରାଜ୍ୟ ସରକାର ମୟୂରଭଞ୍ଜକୁ ଭାଗ କରି ରାଇରଙ୍ଗପୁରକୁ ସ୍ୱତନ୍ତ୍ର ପୁଲିସ ଜିଲ୍ଲା ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ପ୍ରଶାସନିକ ଓ ପୁଲିସ ବିଭାଗ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ରାଇରଙ୍ଗପୁର ଗସ୍ତ କରି ସ୍ଥାନୀୟ ରାଜସ୍ବ ବିଶ୍ରାମଗାରରେ ଉଚ୍ଚସ୍ତରୀୟ ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟାଳୟ ଓ ବାସଭବନ ପ୍ରଭୃତି ନିର୍ମାଣ ପାଇଁ ଆବଶ୍ୟକ ପରିମାଣର ଜମି ନିମନ୍ତେ କ୍ଷେତ୍ର ପରିଦର୍ଶନ କରିଥିଲେ।

Advertisment

ରାଇରଙ୍ଗପୁର ତହସିଲର ମହୁଲଡ଼ିହା ମୈ।ଜା ଠାରେ ରାଇରଙ୍ଗପୁର ପୋଲିସ ଜିଲ୍ଲା କାର୍ଯ୍ୟାଳୟ ଓ ହଳଦା ଗ୍ରାମପଞ୍ଚାୟତ ଡାହାଣୀମାରି ମୌଜାରେ ରିଜର୍ଭ ପୁଲିସ ବାହିନୀ ପାଇଁ ଚିହ୍ନଟ ହୋଇ ଥିବା ସ୍ଥାନ ଦେଖିଥିଲେ। ଏହି କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକରେ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଡୁପାଲି, ରିଜର୍ଭ ଇନିସ୍ପେକଟର ଆଲୋକ କାନୁନଗୋ, ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା, ଏସଡିପିଓ ଗୋକୁଳାନନ୍ଦ ସାହୁ, କରଞ୍ଜିଆ ଏସଡିପିଓ ନବକୃଷ୍ଣ ନାଏକଙ୍କ ସମେତ ବାମନଘାଟି ଓ ପାଞ୍ଚପିଢ଼ ଉପଖଣ୍ଡର ବିଭିନ୍ନ ଥାନାଧିକାରୀ, ରାଇରଙ୍ଗପୁର ତହସିଲ କର୍ମଚାରୀ ତଥା ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

 Mayurbhanj