ଦେବଗଡ଼: ଯୁବତୀକୁ ଦୁଷ୍କର୍ମ ଅଭିଯୋଗରେ ଆଜି ଦେବଗଡ଼ ଥାନା ପୁଲିସ ଜଣେ ଯୁବ ଓକିଲକୁ ଗିରଫ କରିଛି।ଅଭିଯୁକ୍ତ ହେଲେ ବାରକୋଟ ଥାନାଚଂଳର ବଳିତା ଗ୍ରାମର ରୋହିତ ପ୍ରଧାନ(୩୪)। ପୁଲିସ ଅଭିଯୁକ୍ତ ରୋହିତକୁ କୋର୍ଟ ଚାଲାଣ କରିଥିବାବେଳେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି।
ସୂଚନା ଅନୁଯାୟୀ ୨୦୨୧ରେ ଓଡ଼ିଆ ମେଟ୍ରିମୋନିଆଲ ସାଇଟରୁ ଅଭିଯୁକ୍ତ ରୋହିତଙ୍କ ସହିତ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ବନ୍ଧୁତାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ୨୦୨୧ ଜୁନ ମାସରେ ଯୁବତୀଙ୍କୁ ବୁଲାଇବା ଆଳରେ ଚିକିଣିଘାଟିକୁ ନେଇ ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ରୋହିତ କାର ମଧ୍ୟରେ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲା। ଯୁବତୀ ଜଣକ ୨୦୨୧ ଜୁଲାଇ ୧୪ ତାରିଖ ଦିନ ଅନ୍ୟତ୍ର ବିବାହ କରିଥିଲେ।
ରୋହିତ ଯୁବତୀଙ୍କ ପିଛା ନ ଛାଡ଼ି ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ପ୍ରଘଟ କରିବାର ଭୟ ଦେଖାଇ ଯୁବତୀଙ୍କୁ ସ୍ଵାମୀ ସହ ସମ୍ପର୍କ ନ ରଖିବା ଓ ସ୍ୱାମୀକୁ ଛାଡ଼ପତ୍ର ଦେଲେ ସେ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା। ଫଳରେ ଯୁବତୀ ଜଣକ ନିଜ ସ୍ଵାମୀକୁ ଛାଡ଼ପତ୍ର ଦେଇ ନିଜ ବାପ ଘରକୁ ଚାଲି ଆସିଥିଲା। ଏହାପରେ ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ପୀଡିତା ଯୁବତୀ ସହ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିଥିଲା। ଯୁବତୀ ଜଣକ ବିବାହ ପାଇଁ କହିବାରୁ ରୋହିତ ଦିନ ଗଡାଇଚାଲିଥିଲା। ଫଳରେ ଯୁବତୀ ଜଣକ ରୋହିତର ବାରକୋଟସ୍ଥିତ ଜଗନ୍ନାଥ ଏଣ୍ଟରପ୍ରାଇସେସ ଦୋକାନରେ ପହଞ୍ଚିଥିଲେ।
ରୋହିତ ତାଙ୍କ ବାପା ମା ସହ ମିଶି ଯୁବତୀକୁ ମାଡ଼ ମାରିବା ସହ ଜୀବନରେ ମାରିଦେବାର ଧମକ ଦେଇଥିଲା। ଏନେଇ ପୀଡିତା ୨୦୨୪ ନଭେମ୍ବର ୨୪ରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଅଭିଯୁକ୍ତ ରୋହିତ ଘଟଣା ଦିନ ଠାରୁ ଫେରାର ହୋଇଯିବା ସହ ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା। ମାତ୍ର ହାଇକୋର୍ଟ ଗତ ଏପ୍ରିଲ ୧୬ରେ ଜାମିନ ଆବେଦନ ଖାରଜ କରି ୨୧ ଦିନ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।
ପୁଲିସ ଅଭିଯୁକ୍ତକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରୁଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ।ଗତକାଲି ଅଭିଯୁକ୍ତ ରୋହିତ ଭୁବନେଶ୍ୱରରେ ଥିବା ସୂଚନାପାଇ ଦେବଗଡ଼ ଥାନାର ସବ ଇନ୍ସପେକ୍ଟର ରୁଦ୍ର ନାରାୟଣ ପ୍ରଧାନ ସଦଳେବଳେ ସେଠାକୁ ଯାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଫରେଷ୍ଟ ପାର୍କରୁ ଅଭିଯୁକ୍ତକୁ କାବୁ କରି ଦେବଗଡ଼ ଥାନାକୁ ଆଣି ପଚରା ଉଚୁରା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।
Deogarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/27/S0xji022eYrU9bo4J7Vx.jpg)