ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ନିଯୁକ୍ତିକୁ ରାଜ୍ୟପାଳ ରଦ୍ଦ କରିଛନ୍ତି। ଆଗକୁ ନୂଆ କୁଳପତି ନିଯୁକ୍ତି ନେଇ ନୂଆ ଅଧ୍ୟାଦେଶ ଅଣାଯିବ। ଏନେଇ ଓଡ଼ିଶା ଉଚ୍ଚ ନ୍ୟାୟଳୟକୁ ଜଣାଇଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ନିଯୁକ୍ତି ବେଆଇନ୍ ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରାପ୍ରାପ୍ତ କୁଳପତି ନିଯୁକ୍ତି ବେଆଇନ୍ ବୋଲି ଦର୍ଶାଇ ଆଇନଜୀବୀ ପ୍ରବୀର୍ ଦାସ ହାଇକୋର୍ଟରେ ମାମଲା ଦାୟର କରିଥିଲେ।