ଧଣ୍ଡାମୁଣ୍ଡା: ନୂଆଁଖାଇ ସରିବା ପରେ ଏବେ ଖପ୍ରାଖୋଲ ବ୍ଲକ୍ ଅଞ୍ଚଳର ଶ୍ରମିକମାନେ ଦାଦନମୁହାଁ ହେଉଥିବା ଲକ୍ଷ୍ୟ କରାଯାଇଛି। ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଯମୁନା ପାଲି,ମହରାପଦ, ମାଟିଆଭଟା, ବଡ଼ଉଡ଼େନ, ବେନ୍‌କେରା, ଧଣ୍ଡାମୁଣ୍ଡା, ପଡ଼ିଆବାହାଲ, ବାଞ୍ଜିପାଲି, ତେଲେନ ପାଲି, ସାନ୍‌ଉଡେନ୍, ଝାଙ୍କରପାଲି, ସାପମୁଣ୍ଡ, ନାନ୍ଦୁପଲା, ଭାନପୁର ଆଦି ଗାଁର ଶ୍ରମିକମାନେ ଗତ ନୂଆଁଖାଇ ପୂର୍ବରୁ ଦାଦନ ଦଲାଲ୍‌ଙ୍କ ପାଖରୁ ବଇନା ଆଣି ଧୁମ୍‌ଧାମ୍‌ରେ ନୂଆଁଖାଇ ପାଳନ କରିଥିଲେ। ଏବେ ତାର ଭରଣk ପାଇଁ ସେମାନେ ରାଜ୍ୟ ବାହାରକୁ ଦାଦନ ଖଟି ଯିବାକୁ ସଜବାଜ ହେଲେଣି।

Advertisment

ନୂଆଁଖାଇ ସରିବା ପରେ ଏବେ ଖପ୍ରାଖୋଲ ବ୍ଲକ୍ ଅଞ୍ଚଳର ଶ୍ରମିକମାନେ ଦାଦନମୁହାଁ ହେଉଥିବା ଲକ୍ଷ୍ୟ କରାଯାଇଛି। ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଯମୁନା ପାଲି,ମହରାପଦ, ମାଟିଆଭଟା, ବଡ଼ଉଡ଼େନ, ବେନ୍‌କେରା, ଧଣ୍ଡାମୁଣ୍ଡା, ପଡ଼ିଆବାହାଲ, ବାଞ୍ଜିପାଲି, ତେଲେନ ପାଲି, ସାନ୍‌ଉଡେନ୍, ଝାଙ୍କରପାଲି, ସାପମୁଣ୍ଡ, ନାନ୍ଦୁପଲା, ଭାନପୁର ଆଦି ଗାଁର ଶ୍ରମିକମାନେ ଗତ ନୂଆଁଖାଇ ପୂର୍ବରୁ ଦାଦନ ଦଲାଲ୍‌ଙ୍କ ପାଖରୁ ବଇନା ଆଣି ଧୁମ୍‌ଧାମ୍‌ରେ ନୂଆଁଖାଇ ପାଳନ କରିଥିଲେ। ଏବେ ତାର ଭରଣk ପାଇଁ ସେମାନେ ରାଜ୍ୟ ବାହାରକୁ ଦାଦନ ଖଟି ଯିବାକୁ ସଜବାଜ ହେଲେଣି।

ଫଳରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦାଦନ ଚାଲାଣ ପର୍ବ ଆରମ୍ଭ ହୋଇଗଲାଣି। ସର୍ଦାରମାନେ ଗାଁ ଗାଁ ବୁଲି ବଇନା ନେଇଥିବା ଶ୍ରମିକମାନଙ୍କୁ ଗୁଜରାଟ, ମୁମ୍ବାଇ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ରାୟପୁର, ବିଶାଖାପାଟଣା ଆଦି ଅଞ୍ଚଳକୁ ପଠାଇବା ଆରମ୍ଭ କଲେଣି | ନିଜ ଗାଁରେ କାମ ମିଳୁ ନଥିବା ଏବଂ ମନରେଗା କାମ ମିଳିଲେ ମଧ୍ୟ ଠିକ୍ ସମୟରେ ପାରିଶ୍ରମିକ ମିଳୁ ନଥିବାରୁ ରାଜ୍ୟ ବାହାରକୁ କାମ ଅନ୍ଵେଷଣରେ ଯାଉଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଶ୍ରମିକମାନଙ୍କୁ ନିଜ ଗାଁରେ ପର୍ଯ୍ୟାପ୍ତ କାମ ଯୋଗାଇ ଦେବାକୁ ଦାବି ହେଉଛି।