ସୋର: ବଢ଼ୁଛି ଚୋରି ଡକାୟତି। ରାତି ହେଲେ ଲୋକଙ୍କ ଭିତରେ ବଢ଼ୁଛି ଆଶା ଆଶଙ୍କା l ପୁଲିସକୁ ବାରମ୍ବାର ଚ୍ୟାଲଞ୍ଜ ଦେଉଛନ୍ତି ଲୁଟେରା, ହେଲେ ପୁଲିସ ସାଜିଛି ନୀରବଦ୍ରଷ୍ଟା l 

Advertisment

ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ୨ ଲକ୍ଷ ଟଙ୍କା। ଆକ୍ରମଣରେ କ୍ରାନ୍ତି କୁମାର ଦାସ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ଖଇରା ବ୍ଲକ ଅନ୍ତର୍ଗତ ଡ଼ାଲଙ୍ଗ ଗ୍ରାମର କ୍ରାନ୍ତି କୁମାର ଦାସଙ୍କ ଘରେ ତାଙ୍କ ସମେତ ବୃଦ୍ଧା ମା ଓ ଭଉଣୀ ରୁହନ୍ତି l  ଗତକାଲି ବିଳମ୍ବିତ ରାତିରେ ୮ଜଣ ଦୁର୍ବୃତ୍ତ ଘରେ କବାଟ ଭାଙ୍ଗି ପରିବାର ଲୋକଙ୍କୁ ହାତ ବାନ୍ଧି ବନ୍ଧୁକ ଓ ଭୁଜାଲି ଆକ୍ରମଣ କରି ଫେରାର ହୋଇଯାଇଥିଲେ l ପୁଲିସ ଏନେଇ ତନାଘନା ଜାରି ରଖିଥିବା ବେଳେ ଦୁର୍ବୃତ୍ତମାନେ ହିନ୍ଦୀରେ କଥା ହେଉଥିବା ନେଇ ସୂଚନା ମିଳିଛି l ଚୋରି ପରେ ଏକ ଘରେ ବାହାରେ ପଟରେ କବାଟ ଦେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ l

ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ୨ ଲକ୍ଷ ଟଙ୍କା। ଆକ୍ରମଣରେ କ୍ରାନ୍ତି କୁମାର ଦାସ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ଖଇରା ବ୍ଲକ ଅନ୍ତର୍ଗତ ଡ଼ାଲଙ୍ଗ ଗ୍ରାମର କ୍ରାନ୍ତି କୁମାର ଦାସଙ୍କ ଘରେ ତାଙ୍କ ସମେତ ବୃଦ୍ଧା ମା ଓ ଭଉଣୀ ରୁହନ୍ତି l  ଗତକାଲି ବିଳମ୍ବିତ ରାତିରେ ୮ଜଣ ଦୁର୍ବୃତ୍ତ ଘରେ କବାଟ ଭାଙ୍ଗି ପରିବାର ଲୋକଙ୍କୁ ହାତ ବାନ୍ଧି ବନ୍ଧୁକ ଓ ଭୁଜାଲି ଆକ୍ରମଣ କରି ଫେରାର ହୋଇଯାଇଥିଲେ l ପୁଲିସ ଏନେଇ ତନାଘନା ଜାରି ରଖିଥିବା ବେଳେ ଦୁର୍ବୃତ୍ତମାନେ ହିନ୍ଦୀରେ କଥା ହେଉଥିବା ନେଇ ସୂଚନା ମିଳିଛି l ଚୋରି ପରେ ଏକ ଘରେ ବାହାରେ ପଟରେ କବାଟ ଦେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତl

 କିଛି ଦିନ ତଳେ ଉକ୍ତ ଅଂଚଳରେ ଜଣେ ଜୁଏଲାରି ମାଲିକଙ୍କ ଘରୁ ମଧ୍ୟ ଏହିଭଳି ଲୁଟ କରିଥିଲେ ଦୁର୍ବୃତ୍ତ l ପୁଲିସ କାହାକୁ ଧରିବାରେ ସକ୍ଷମ ହୋଇପାରିନାହିଁ l

crime