ଧର୍ମଗଡ଼: ଇନ୍ଦ୍ରାବତୀ ପ୍ରକଳ୍ପରୁ ଚିଲିଚିଲା ଡିଷ୍ଟ୍ରିବ୍ୟୁଟାରି ପର୍ଯ୍ୟନ୍ତ ଜଳସେଚନ ଦାବି କରି ଆଜି ଧର୍ମଗଡ଼ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ରବି ଚାଷ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଚିଲିଚିଲା ଡିଷ୍ଟ୍ରିବ୍ୟୁଟାରି ପର୍ଯ୍ୟନ୍ତ କେନାଲପାଣି ଯୋଗାଇଦେବାକୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଉପଖଣ୍ଡ ପ୍ରଶାସନ ନିକଟରେ ଦାବି କରାଯାଇଥିଲା।  ଆଲୋଚନା ପରେ ବି ଜଳସେଚନ ନେଇ କୌଣସି ପଦକ୍ଷେପ
ନିଆଯାଇ ନଥିବାରୁ ଆଜି ଚାଷୀ ସଂଗଠନ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି।

Advertisment

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଚଳିତ ବର୍ଷ ଜଳସ୍ତର କମ୍ ରହିଥ‌ିବା ଦର୍ଶାଇ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଏହାକୁ ପ୍ରତିବାଦ କରି ଚାଷୀ ସଙ୍ଗଠନ ପକ୍ଷରୁ କିଛି ଦିନ ତଳେ ଧର୍ମଗଡ଼ ଚାରିଛକ ନିକଟରେ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଓ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିଲେ।

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଚଳିତ ବର୍ଷ ଜଳସ୍ତର କମ୍ ରହିଥ‌ିବା ଦର୍ଶାଇ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଏହାକୁ ପ୍ରତିବାଦ କରି ଚାଷୀ ସଙ୍ଗଠନ ପକ୍ଷରୁ କିଛି ଦିନ ତଳେ ଧର୍ମଗଡ଼ ଚାରିଛକ ନିକଟରେ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଓ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳକୁ ଧର୍ମଗଡ଼ ଉପ ଜିଲ୍ଲାପାଳ ଆସି ଚାଷୀ ନେତା ଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ବିଚାରବିମର୍ଶ ଚାଲିଛି ବୋଲି କହି କିଛିଦିନ ସମୟ ମାଗିବା ପରେ ରାସ୍ତା ଅବରୋଧ ହଟିଥିଲା। କିନ୍ତୁ ୭ ଦିନ ବିତି ଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ  କିମ୍ବା ଉପଜିଲ୍ଲାପାଳଙ୍କଠାରୁ କୌଣସି ପ୍ରତିଶ୍ରୁତି ମିଳିନଥିବା ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ  ଧାରଣାରେ ବସିଥିବା ଆନ୍ଦୋଳନକାରୀମାନେ କହିଛନ୍ତି।

ଏହି ଆନ୍ଦୋଳନରେ ସଭାପତି ଡମ୍ବରୁଧର ଲହଜଲ, ତୁଷାର ରଞ୍ଜନ ପଟ୍ଟଯୋଶୀ, ଦିଗାମ୍ବର ଦୁରିଆ ଡାକେ, ଲହଜଲ ଜିଲ୍ଲା ପରିଷଦ ପ୍ରଣବ ଭଏସାଳ, ତେଣ୍ଡା ପାଳୀ ସରପଞ୍ଚ ଗୌଲାଚନ ଗୋପାଳ,  ଭବାନୀ ବଣିଆ,  ସୁନିଲ ସାହୁ,କିରୋଟି ବିହାରୀ କୈବଲ୍ୟ ବିହାରୀ ,ବସନ୍ତ କୁମାର ସାହୁ ,ରଜନୀ ମୁଣ୍ଡ, ସୁଶାନ୍ତ ପାତ୍ର, ସତ୍ୟ ରଣା, ଅନୁପ ନାଏକ, ଲବଣୀ ରାଉତ, ରାଜେନ୍ଦ୍ର ଗୋପାଳ ଓ ମୁରଲୀ ସତନାମୀଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।