/sambad/media/media_files/2025/07/15/7cea75b3-9d87-4d4b-91ae-1f3412fb97db-2025-07-15-15-55-20.jpg)
ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ସୋମ୍ୟାଶ୍ରୀଙ୍କ ମୃତ୍ୟୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଜଗନ୍ନାଥ ମହାବିଦ୍ୟାଳୟ ସମୁଖରେ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସରକାର ଏବଂ ପ୍ରଶାସନ ଜାଣି ଶୁଣି କୌଣସି ପଦକ୍ଷେପ ନନେବାରୁ ଛାତ୍ରୀର ଆଜି ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ଅଣାଯାଇଛି। ଏଥି ପାଇଁ ସରକାର ଦାୟୀ ବୋଲି ଛାତ୍ର ବିଜେଡି ଦାୟୀ କରିଥିବା ବେଳେ ଏବିଭିପି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓ ଛାତ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ପଦବୀ ରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି।
/sambad/media/media_files/2025/07/15/dalmia-2025-07-15-16-05-30.jpg)
ମୁଖ୍ୟମନ୍ତ୍ରୀଙ୍କ ଫଟୋରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଛାତ୍ରଛାତ୍ରୀ
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଡାଲମିଆ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଫଟୋରେ ଢ଼ାଳି ନିଆଁ ଲଗାଇଛନ୍ତି। ଡାଲମିଆ କଲେଜର ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ ପ୍ରଦଶନ କରିଥିଲେl
/sambad/media/media_files/2025/07/15/gv4_xtbaoaam0xx-2025-07-15-16-51-21.jpg)
ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ
ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ବିଜେପି ସରକାର ଦାୟୀ ବୋଲି ଆଜି ପ୍ରଦେଶ ଯୁବ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି। ସଂଗଠନର ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ପକ୍ଷରୁ କୋକେଇ ଶୋଭାଯାତ୍ରା କରାଯିବା ସହ ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଛି।
/sambad/media/media_files/2025/07/15/ea7de7fb-8fbe-4842-8d90-d63b959150d9-2025-07-15-16-58-58.jpg)
ନିମାପଡ଼ାରେ ରାଜ୍ୟ ରାଜପଥ ଅବରୋଧ
ପ୍ରଶାସନିକ ଅବହେଳା ପାଇଁ ନିରୀହ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଏବଂ ଶେଷରେ ମୃତ୍ୟ ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ପ୍ରତିବାଦରେ ଯୁବ ନେତା ସୁବ୍ରତ ଛାଟୋଇ ଓ ଦିଲ୍ଲୀପ ନାୟକ ନେତୃତ୍ୱରେ ଆଜି ନିମାପଡା ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିକ୍ଷୋଭ ଏବଂ ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା।
/sambad/media/media_files/2025/07/15/mkg-congress-rally-o-bikhyabha-1-2025-07-15-17-14-58.jpg)
ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ମାଲକାନଗିରିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ମାଲକାନଗିରି ଜଲ୍ଲା କଂଗ୍ରେସ ତରଫରୁ ବାଲେଶ୍ବରରେ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାର ବିଭିନ୍ନ ଅଂଚଳରୁ ଶତାଧିକ କର୍ମୀ କୋର୍ଟ ଛକ ନିକଟରେ ପହଞ୍ଚିଥିଲେ। ସେଠାରୁ ମାଲକାନଗିରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାଲି କରି ସରକାର ବିରୋଧୀ ସ୍ଲୋଗାନ ଦେଉଥିଲେ। ବାଲେଶ୍ବରରେ ଛାତ୍ରୀ ମୃତ୍ୟୁର କାରଣ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ବୋଲି ଅଭିଯୋଗ କରିଥିଲେ।
/sambad/media/media_files/2025/07/15/d3785ce7-df20-407f-be4e-b87cc24c053b-2025-07-15-17-47-32.jpg)
/sambad/media/media_files/2025/07/15/bdk-2025-07-15-19-39-24.jpg)
ଭଦ୍ରକ କଲେଜରେ ବିକ୍ଷୋଭ ଓ ପ୍ରତିବାଦ ସଭା
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ପରେ ତେଜିଛି ବିଭିନ୍ନ ଭଦ୍ରକ ଜିଲ୍ଲାର ଛାତ୍ର ଆନ୍ଦୋଳନ ହୋଇଛି। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯାଇଛି। ଆଜି ଭଦ୍ରକ କଲେଜ ଆଗରେ ବିଜୁ ଛତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ବେକେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଇସ୍ତଫା ଦାବି କରିବା ସହ ବିଜେପି ଓ ଏବିଭିପି ବିରୋଧରେ ନାରାଦିଆ ଯାଇଥିଲା। ବିଜେପି ସରକାର ରେ ନାରୀମାନେ ଅସୁରକ୍ଷିତ ବୋଲି ଛାତ୍ର ନେତା ମାନେ ଅଭିଯୋଗ କରିବା ସହ କଲେଜ ଆଗରେ ଟାୟାର ଜାଳି ପ୍ରତିବାଦ କରିଥିଲେ।
/sambad/media/media_files/2025/07/15/rairangpur-2025-07-15-21-34-23.jpg)
୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ
ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବିଜେଡି ପକ୍ଷରୁ ଜିଲ୍ଲା ବିଜୁ ଯୁବ ସଭାପତି ତଥା ରାଇରଙ୍ଗପୁର ପୌରପରିଷଦର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ଵରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଦୁର୍ଗା ମଣ୍ଡପ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ପୀଡ଼ିତ ଛାତ୍ରୀଙ୍କ ନ୍ୟାୟ ପ୍ରଦାନ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରିଛନ୍ତି।