ବାଉଁଶୁଣୀ: ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛି। ଏଥିସହିତ ଗରିବ ଲୋକମାନଙ୍କ ସେବା କରିବା ସହ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢିବାରେ ସହଯୋଗ କରିବି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ପରୀକ୍ଷା-୨୦୨୫ର କଳା ବିଷୟରେ ଟପ୍ପର ହୋଇଥିବା ଛାତ୍ର ଦେବେନ୍ଦ୍ର ଖମାରି ଏହି ପ୍ରତିକ୍ରିୟା ଦେଇଛନ୍ତି।

Advertisment

କଳା ବିଷୟରେ ଏଥର ବୌଦ୍ଧ ଜିଲ୍ଳାର ପୁଅ ସର୍ବାଧିକ ନମ୍ବର ଆଣି ରାଜ୍ୟ ଟପ୍ପର ହୋଇଛନ୍ତି। ସେ ହେଲେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଗୋଛାପଡା ପଞ୍ଚାୟତ ଖମ୍ବେଶ୍ୱରୀଝୁଲି ଗ୍ରାମର ଦେବେନ୍ଦ୍ର ଖମାରି, ଯିଏକି ସୋନପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର। ଦେବେନ୍ଦ୍ରଙ୍କୁ ମୋଟ ୫୬୬ ମାର୍କ ମିଳିଛି। ଦେବେନ୍ଦ୍ରଙ୍କର ବାପା ଦୟାନିଧି ଖମାରି ଜଣେ ଚାଷୀ ହୋଇଥିବା ବେଳେ ମା’ ସୀତୟା ଖମାରି ଗୃହିଣୀ ଅଟନ୍ତି। ସେ ଦୟାନିଧି ଓ ସୀତୟାଙ୍କ ୪ ସନ୍ତାନଙ୍କ ମଧ୍ୟରୁ ତୃତୀୟ ଅଟନ୍ତି। ଦେବେନ୍ଦ୍ର ପାଠ ପଢା ପାଇଁ ଦିନକୁ ୭ ଘଣ୍ଟା ପରିଶ୍ରମ କରୁଥିଲେ।

ଦେବେନ୍ଦ୍ରଙ୍କର ବାପା ଦୟାନିଧି ଖମାରି ଜଣେ ଚାଷୀ ହୋଇଥିବା ବେଳେ ମା’ ସିତୟା ଖମାରି ଗୃହିଣୀ ଅଟନ୍ତି। ସେ ଦୟାନିଧି ଓ ସୀତୟାଙ୍କ ୪ ସନ୍ତାନଙ୍କ ମଧ୍ୟରୁ ତୃତୀୟ ଅଟନ୍ତି। ଦେବେନ୍ଦ୍ର ପାଠ ପଢା ପାଇଁ ଦିନକୁ ୭ ଘଣ୍ଟା ପରିଶ୍ରମ କରୁଥିଲେ।

 

କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଫଳ ବୁଧବାର ପ୍ରକାଶ ପାଇଛି। ଏଥର ପାସ୍‌ହାର ୮୨.୭୭% ରହିଛି। ୪ଟି ଯାକ ବିଭାଗକୁ ମିଶାଇ ମୋଟ ୩ଲକ୍ଷ ୮୨ହଜାର ୭୨୯ଜଣ ପରୀକ୍ଷା ଦେଇଥିବା ବେଳେ ୩ଲକ୍ଷ ୧୬ହଜାର ୭୮୭ଜଣ ପାସ୍‌ କରିଛନ୍ତି। ୧ଲକ୍ଷ ୪୨ହଜାର ୫୧୨ ଛାତ୍ର ଓ ୧ଲକ୍ଷ ୭୪ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୧ଲକ୍ଷ ୧ହଜାର ୯୧୪, ଦ୍ବିତୀୟ ଶ୍ରେଣୀରେ ୬୭ହଜାର ୮୧୫ ଓ ତୃତୀୟ ଶ୍ରେଣୀରେ ୧ଲକ୍ଷ ୪୩ହଜାର ୩୩୯ ଜଣ ପାସ୍‌ କରିଛନ୍ତି। ଆଂଶିକ ବର୍ଗ ବା କମ୍ପାର୍ଟମେଣ୍ଟାଲରେ ୩,୭୧୯ ଜଣ ରହିଛନ୍ତି।

Boudh