ପୁରୀ: ପୁରୀ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ମିଳିସାରିଛି ଉଭୟ ସାଇଟ୍ କ୍ଲିଅରାନ୍ସ ଓ ନୀତିଗତ ମଞ୍ଜୁରି। ଏନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରପା ରାମ ମୋହନ ରାଇଡୁ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରପା ରାମ ମୋହନ ରାଇଡୁ କହିଛନ୍ତି ବର୍ଷକୁ ୪.୬ ମିଲିୟନ ଯାତ୍ରୀ ପରିବହନ କ୍ଷମତା ବିଶିଷ୍ଟ ହେବ ବିମାନ ବନ୍ଦର । ଗ୍ରୀନ ଫିଲ୍ଡ ଏୟାରପୋର୍ଟ ନୀତି ଅନୁଯାୟୀ ଭୂମି ଅଧିଗ୍ରହଣ ଠାରୁ ଆରମ୍ଭ କରି ପରିବେଶ ମଞ୍ଜୁରି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦାୟିତ୍ୱରେ ଅଛି । ପ୍ରତିରକ୍ଷା ମନ୍ତ୍ରଣାଳୟର କୌଣସି ଆପତ୍ତି ନାହିଁ। ୨୦୨୩ ସେପ୍ଟେମ୍ବରରେ ସାଇଟ୍ କ୍ଲିଅରାନ୍ସ ମିଳିଛି । ଠିକ୍ ସେହିପରି ୨୦୨୫ ମେ ୬ ତାରିଖରେ ରାଜ୍ୟ ସରକାରଙ୍କୁ ନୀତିଗତ ମଞ୍ଜୁରି ମଧ୍ୟ ମିଳିସାରିଛି। ଚଳିତ ବର୍ଷ ଜୁନରେ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଦ୍ଵାରା ବିମାନବନ୍ଦର ପ୍ରକଳ୍ପ ପାଇଁ ପରିବେଶଗତ ମଞ୍ଜୁରି ସୁପାରିଶ କରାଯାଇଛି। ବିମାନ ସଂଯୋଗୀକରଣ ଫଳରେ ଅର୍ଥନୀତିରେ ୩.୨୫ ଏବଂ ନିଯୁକ୍ତି କ୍ଷେତ୍ରରେ ୬.୧ ଗୁଣ ବଢିବ ବୋଲି କୁହାଯାଉଛି।
ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦରକୁ ନେଇ ରାଜ୍ୟସଭାରେ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ବର୍ଷକୁ ୪.୬ ମିଲିୟନ ଯାତ୍ରୀ ପରିବହନ କ୍ଷମତା ବିଶିଷ୍ଟ ହେବ ବିମାନ ବନ୍ଦର । ଗ୍ରୀନ ଫିଲ୍ଡ ଏୟାରପୋର୍ଟ ନୀତି ଅନୁଯାୟୀ ଭୂମି ଅଧିଗ୍ରହଣ ଠାରୁ ଆରମ୍ଭ କରି ପରିବେଶ ମଞ୍ଜୁରି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦାୟିତ୍ୱରେ ଅଛି । ପ୍ରତିରକ୍ଷା ମନ୍ତ୍ରଣାଳୟର କୌଣସି ଆପତ୍ତି ନାହିଁ। ୨୦୨୩ ସେପ୍ଟେମ୍ବରରେ ସାଇଟ୍ କ୍ଲିଅରାନ୍ସ ମିଳିଛି । ଠିକ୍ ସେହିପରି ୨୦୨୫ ମେ ୬ ତାରିଖରେ ରାଜ୍ୟ ସରକାରଙ୍କୁ ନୀତିଗତ ମଞ୍ଜୁରି ମଧ୍ୟ ମିଳିସାରିଛି। ଚଳିତ ବର୍ଷ ଜୁନରେ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଦ୍ଵାରା ବିମାନବନ୍ଦର ପ୍ରକଳ୍ପ ପାଇଁ ପରିବେଶଗତ ମଞ୍ଜୁରି ସୁପାରିଶ କରାଯାଇଛି। ବିମାନ ସଂଯୋଗିକରଣ ଫଳରେ ଅର୍ଥନୀତିରେ ୩.୨୫ ଏବଂ ନିଯୁକ୍ତି କ୍ଷେତ୍ରରେ ୬.୧ ଗୁଣ ବଢିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/01/new-project-11-2025-08-01-14-56-08.jpg)