ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଆମ୍ବାଗୁଡ଼ା ଗ୍ରାମର ଜଣେ ଅଲେଖ ମହିମା ଧର୍ମାବଲମ୍ବୀ ବାବା ଯୋଗେନ୍ଦ୍ର ବିଶୋଇ (୩୫) ସୋମବାର  ଅପରାହ୍ନରେ ବେକରେ ଗାମୁଛା ଦେଇ ଜୀବନ ହାରିଛନ୍ତି। ଏ ନେଇ ମୃତ ବାବାଙ୍କ ପରିବାର ଲୋକେ ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Advertisment

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ଆମ୍ବାଗୁଡା ଗ୍ରାମର ଧନପତି ବିଶୋଇଙ୍କ ପୁଅ ଯୋଗେନ୍ଦ୍ର ବିଶୋଇ ୮ ବର୍ଷ ବୟସରୁ ଅଲେଖ ମହିମା ଧର୍ମ ଗ୍ରହଣ କରିଥିଲେ। ୨୦୦୭ ମସିହାରୁ ଯୋଗେନ୍ଦ୍ର ବିଶୋଇ ଝରିଗାଁ ବ୍ଲକ ଅନ୍ତର୍ଗତ ବେଲଗାଁ ଅଲେଖ ମହିମା ଆଶ୍ରମରେ କୈଳାଶ ବାବାଙ୍କ ନିକଟରେ ଶିଷ୍ୟ ଭାବରେ ରହି ଆସୁଥିଲେ। କାଳକ୍ରମେ ସେ ଆମ୍ବାଗୁଡା ଆସି ଅଲେଖ ମହିମା ପୂଜା ବିଧି କରିବାକୁ ଲାଗିଲେ। ସେ ଯୋଗୀ ବାବା ଭାବେ ଅଞ୍ଚଳରେ ପରିଚିତ ଥିଲେ। ଗତ ଦୁଇ ଦିନ ହେଲା ଯୋଗୀ ବାବାଙ୍କ ଶାରୀରିକ ଅସୁସ୍ଥ ଥିଲେ।

୨୦୦୭ ମସିହାରୁ ଯୋଗେନ୍ଦ୍ର ବିଶୋଇ ଝରିଗାଁ ବ୍ଲକ ଅନ୍ତର୍ଗତ ବେଲଗାଁ ଅଲେଖ ମହିମା ଆଶ୍ରମରେ କୈଳାଶ ବାବାଙ୍କ ନିକଟରେ ଶିଷ୍ୟ ଭାବରେ ରହି ଆସୁଥିଲେ। କାଳକ୍ରମେ ସେ ଆମ୍ବାଗୁଡା ଆସି ଅଲେଖ ମହିମା ପୂଜା ବିଧି କରିବାକୁ ଲାଗିଲେ। ସେ ଯୋଗୀ ବାବା ଭାବେ ଅଞ୍ଚଳରେ ପରିଚିତ ଥିଲେ।

ତେବେ ଗତକାଲି ଅପରାହ୍ନ ୪ଟାରେ ମାନସିକ ଭାରସାମ୍ୟ ହରାଇ ଯୋଗୀ ବାବା ଘର ନିକଟ ଗୁହାଳରେ ବେକରେ ଗାମୁଛା ବାନ୍ଧି ଜୀବନ କରିଥିଲେ। ଗ୍ରାମବାସୀ ଏହା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏ ନେଇ ମୃତ ଯୋଗୀ ବାବାଙ୍କ ପରିବାର ଲୋକେ ଆଜି ଡାବୁଗାଁ ଥାନାରେ ଏତଲା ଦେବାପରେ ପୁଲିସ କେଶ ନ ୩୪/୨୪ରେ ମାମଲା ରୁଜୁ କରି ଶବ ଜବତ କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ତଦନ୍ତକାରୀ ପୁଲିସ ଏ ଏସ ଆଇ ଚନ୍ଦ୍ର ଶେଖର ହଜାରି କହିଛନ୍ତି।