ରାଉରକେଲା: ସୁନ୍ଦରଗଡ଼ ସମେତ ଆଖପାଖ ଖଣି ସମୃଦ୍ଧ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କରିଡର୍‌ ଦେଶର ଇସ୍ପାତ ଓ ଖଣିକ୍ଷେତ୍ର ପାଇଁ ବିପ୍ଳବ ଆଣିବାକୁ ଯାଉଛି। ଗତ ବର୍ଷ ମେ’ ୧୮ ତାରିଖରେ ବଣାଇ ଗସ୍ତ ସମୟରେ ଏକ ନିର୍ବାଚନୀ ସଭାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି କରିଡର୍‌ ସଂପର୍କରେ ଘୋଷଣା କରିଥିଲେ। ଏହି କରିଡର୍‌ ଜରିଆରେ ଖଣିରୁ ବନ୍ଦର ଓ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ମାଲ ପରିବହନ ସହଜ ଓ ସୁବିଧାଜନକ ହୋଇପାରିବ। ଅନୁରୂପ ଭାବେ ପରିବହନ ସମୟକୁ ବ୍ୟାପକଭାବେ ହ୍ରାସ କରିବାକୁ ଡିଜାଇନ୍‌ ମଧ୍ୟ କରାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଖଣିଜସମୃଦ୍ଧ ସୁନ୍ଦରଗଡ଼ ଅଞ୍ଚଳରୁ ପାରାଦୀପ, ଧାମରା, ଗୋପାଳପୁର ଓ ହଳଦିଆ ଭଳି ପ୍ରମୁଖ ବନ୍ଦର ସହିତ କଳିଙ୍ଗନଗର, ଅନୁଗୁଳ, କଲୁଙ୍ଗା (ରାଉରକେଲା), ଝାରସୁଗୁଡ଼ା ଓ ସମ୍ବଲପୁର ପରି ଶିଳ୍ପକେନ୍ଦ୍ରଗୁଡ଼ିକୁ ସଂଯୋଗ କରିବ।

Advertisment

ଇସ୍ପାତ କରିଡରର ପ୍ରସ୍ତାବିତ ରେଳ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ବରସୁଆଁ-ନୂଆଗାଁ, ବଡ଼ବିଲ୍‌-ଭଦ୍ରାସାହି-ବାଂଶପାଣି, ବରସୁଆଁ-ବାଂଶପାଣି, ସାନିନ୍ଦପୁର-ଢୋଲ୍‌ତାପାହାଡ଼ ପ୍ରକଳ୍ପ ଯାହା ମୋଟ  ୧୮୧ କିଲୋମିଟର୍‌ ବିଶିଷ୍ଟ। ଏହାଛଡ଼ା କିରିବୁରୁ-ବଡ଼ବିଲ୍‌ ଲାଇନ୍‌ (୧୭.୭୩ କିମି), ଡୁର୍ମେତା-ବିମଳାଗଡ଼ (ତୃତୀୟ ଓ ଚତୁର୍ଥ ଲାଇନ୍‌), ଲାଠିକଟା-କଲୁଙ୍ଗା (୨୦କି.ମି.) ବିମଳାଗଡ଼-ବରସୁଆଁ (ଦ୍ବିତୀୟ ଲାଇନ୍‌), ତାଳଚେର-ବିମଳାଗଡ଼ ରେଳଲାଇନ୍‌ କାମ ମଧ୍ୟ ଚାଲିଛି। ସେହିପରି ସରଡେଗା-ବାଙ୍କୁରକେଲା ଭାୟା ବୀରମିତ୍ରପୁର (୧୫୦ କି.ମି.) ଓ ବାରକୋଟ-ଦେବଗଡ଼-କୁଚିଣ୍ଡା-ଝାରସୁଗୁଡା ରେଳାଇନ୍‌ର ପ୍ରସ୍ତାବ ରହିଛି। ଏସବୁ ଲାଇନ୍‌ ମଧ୍ୟରୁ କିଛିର କାମ ଚାଲିଛି। କିଛି ପ୍ରକଳ୍ପ ଆବଶ୍ୟକ ଅର୍ଥ ମଞ୍ଜୁରି ପରେ କାମ ଆରମ୍ଭ ହେବ ବୋଲି ରେଳବାଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି କରିଡର ସୁନ୍ଦରଗଡ଼ର ଖଣି ଅଞ୍ଚଳ ତଥା ଦେଶର ପ୍ରମୁଖ ଶିଳ୍ପ ଓ ରପ୍ତାନି କେନ୍ଦ୍ର ଗୁଡ଼ିକ ମଧ୍ୟରେ ଦ୍ରୁତ ମାଲପରିବହନର ବାଟ ଖୋଲିଦେବ। ଏହା କେବଳ ପରିବହନ ଖର୍ଚ୍ଚ ଓ ସମୟ ହ୍ରାସ କରିବ ନାହିଁ ବରଂ ପରିବହନର ଦକ୍ଷତା ବୃଦ୍ଧି କରିବ। କରିଡର କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ଦକ୍ଷିଣପୂର୍ବ ଓ ପୂର୍ବତଟ ରେଳପଥ ଲକ୍ଷ୍ୟ ରଖିଛନ୍ତି।

ନିକଟରେ ଦୁଇ ‌ରେଳପଥର ମହାପ୍ରବନ୍ଧକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବଣାଇ ଓ ଏହାର ଆଖପାଖ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ ଫେରିଛନ୍ତି। ତେବେ ଦୁଇ ମହାପ୍ରବନ୍ଧକଙ୍କ ଗସ୍ତ ପରେ ଚାଲୁଥିବା ପ୍ରକଳ୍ପଗୁଡ଼ିକର କାମ ଜୋରଧରିଛି। ଅବଶିଷ୍ଟ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର କାମ ପାଇଁ ଆସନ୍ତା କେନ୍ଦ୍ରୀୟ ବଜେଟ୍‌ରେ ଆବଶ୍ୟକ ପାଣ୍ଠି ଆବଣ୍ଟନର ସମ୍ଭାବନା ରହିଛି। ବଜେଟ୍‌ ଆବଣ୍ଟନ ପରେ ଅବଶିଷ୍ଟ ପ୍ରକଳ୍ପଗୁଡ଼ିକର କାମ ଆରମ୍ଭ ହୋଇଯିବ। କରିଡର କାମ ସରିବା ପରେ ସୁନ୍ଦରଗଡ଼ ଜିଲ୍ଲା ଭାରତର ଇସ୍ପାତ କରିଡରର କେନ୍ଦ୍ରସ୍ଥଳ ଭାବେ ଉଭା ହେବ। ଜିଲ୍ଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଅଞ୍ଚଳର ଆର୍ଥିକ ସମ୍ଭାବନାର ବାଟ ଖୋଲିବ ବୋଲି ବୁଦ୍ଧିଜୀବୀମାନେ ଆଶାବ୍ୟକ୍ତ କରିଛନ୍ତି।