ରାଉରକେଲା: ସୁକୋକାଇ କରାଟେ ଡୋ ୟୁନିଅନ ଇଣ୍ଡିଆ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ ଉତ୍କଳ କରାଟେ ସ୍କୁଲ ୧୪ତମ ସର୍ବଭାରତୀୟ ଓପନ୍‌ କରାଟେ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ଏକ ହଜାର  ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ରାଉରକେଲା ଉତ୍କଳ କରାଟେ ସ୍କୁଲର ଜାତୀୟ ଓ ଅନ୍ତର୍ଜାତୀୟ ପଦକପ୍ରାପ୍ତ ଜଜ୍‌ ରାଜୀବ ସିଂ ପାଖରେ ପ୍ରଶିକ୍ଷଣ ନେଉଥିବା କରାଟେକାମାନଙ୍କ ମଧ୍ୟରୁ  ୨୯ ଜଣିଆ କରାଟେକା ଦଳ ଅଂଶଗ୍ରହଣ କରିଥିଲେ।

Advertisment

ଅର୍ଣ୍ଣାଦିତ୍ୟା ସ୍ୱାଇଁ, ଅର୍ପିତା ପଣ୍ଡା, ଆଦିତ୍ୟ ଷଡ଼ଙ୍ଗୀ, ପ୍ରିୟାଂଶୀ ଦାସ, ସୂର୍ଯ୍ୟପ୍ରକାଶ ଘଡେଇ ଓ ଆର୍ଯ୍ୟ ବଂଶିକା ୨ଟି ଲେଖାଏଁ ସ୍ଵର୍ଣ ପଦକ ହାସଲ କରିଛନ୍ତି। ରଵାନୀ କୌର ଗୋଟିଏ କାଂସ୍ୟ, ଆର୍ଯ୍ୟବ୍ରତ ପଣ୍ଡା ଗୋଟିଏ ରୌପ୍ୟ, ଅଙ୍କିତା ଟୁଡୁ ଗୋଟିଏ ସ୍ବର୍ଣ୍ଣ, ଧ୍ରୁବ ନାୟକ ସ୍ବର୍ଣ୍ଣ ଓ କାଂସ୍ୟ, ଅନିମେଷ ମହାଲିକ ୨ଟି କାଂସ୍ୟ ପଦକ ହାସଲ କରିଛନ୍ତି। ଅଦ୍ରିକା ପଣ୍ଡା ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ, ତେଜସ ମିଶ୍ର ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ, ଆଶୁତୋଷ ସାମଲ ଗୋଟିଏ ରୌପ୍ୟ, ପୁଲକ ପାଢ଼ୀ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ, ମୋନାଲିସା ମିତ୍ର ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି। ରାଉରକେଲା ଦଳକୁ ମୋଟ ୫୧ଟି ପଦକ ମିଳିଛି।