ଭୁବନେଶ୍ବର: ନିଖିଳ ଓଡ଼ିଶା ସଂସ୍କୃତ ବିଦ୍ୟାର୍ଥୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ଦିଆଯାଇଛି। ମହାସଂଘର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟି ବିଭିନ୍ନ ପ୍ରସଙ୍ଗରେ ଦାବି ଉଠାଇଛନ୍ତି। 

Advertisment

ସୂଚନାଯୋଗ୍ୟ, ନିଖିଳ ଓଡ଼ିଶା ସଂସ୍କୃତ ବିଦ୍ୟାର୍ଥୀ ମହାସଂଘ ପକ୍ଷରୁ ସଂସ୍କୃତ ଭାଷାର ସୁରକ୍ଷା ପାଇଁ ତଥା ବିଗତ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ତରଫରୁ ଚିଠି ସଂଖ୍ୟା ୧୮୧୮ ଅନୁସାରେ ଓଡ଼ିଶାରେ ତୃତୀୟ ଭାଷା ସଂସ୍କୃତରେ ଧନ୍ଦାମୂଳକ ଶିକ୍ଷାକୁ ୪୩୧ବିଦ୍ୟାଳୟରେ ଅଗ୍ରାଧୀକାର ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ହେବା ଦ୍ଵାରା ଦେବ ଭାଷା ସଂସ୍କୃତର ବିଲୟ ହେବାସହ ସଂସ୍କୃତ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତ ଅନ୍ଧକାର ଅଭୀମୁଖି ହେବ। ତେଣୁ ଏହାକୁ ବିରୋଧ କରି ନିଖିଳ ଓଡ଼ିଶା ସଂସ୍କୃତ ବିଦ୍ୟାର୍ଥୀ ମହାସଂଘ ସଂସ୍କୃତ ଭାଷାର ସୁରକ୍ଷା ତଥା ସଂସ୍କୃତ ବଞ୍ଚିଲେ ଅସ୍ମିତା ବଞ୍ଚିବ ଏହି ଉଦ୍ଦେଶ୍ୟ ନେଇ ସଂସ୍କୃତ ଭାଷାର ସୁରକ୍ଷା, ବିକାଶ ଓ ସଂସ୍କୃତ ଏକାଡେମୀ ସ୍ଥାପନ, ସଂସ୍କୃତର ସ୍ଵତନ୍ତ୍ର ଅନୁଷ୍ଠାନ ପ୍ରଥମା ଓ ମଧ୍ୟମାର ପୁନରୁଦ୍ଧାର, ପ୍ରଥମ ଶ୍ରେଣୀରୁ ସଂସ୍କୃତ ଅଧ୍ୟୟନ, ଶ୍ରୀମଦ୍ଭାଗବତ ଗୀତାକୁ ନବମ ଶ୍ରେଣୀରୁ ପାଠ୍ୟ ଖସଡ଼ାରେ ସ୍ଥାନିତ କରିବା ଓ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଓ ନୂତନ ଶିକ୍ଷକ ପଦବି ସୃଷ୍ଟି ସହ ମୋଟ ୧୦ ଗୋଟି ଦାବି କରାଯାଇଥିଲା।

ନିଖିଳ ଓଡ଼ିଶା ସଂସ୍କୃତ ବିଦ୍ୟାର୍ଥୀ ମହାସଂଘ ପକ୍ଷରୁ ସଂସ୍କୃତ ଭାଷାର ସୁରକ୍ଷା ପାଇଁ ତଥା ବିଗତ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ତରଫରୁ ଚିଠି ସଂଖ୍ୟା ୧୮୧୮ ଅନୁସାରେ ଓଡ଼ିଶାରେ ତୃତୀୟ ଭାଷା ସଂସ୍କୃତରେ ଧନ୍ଦାମୂଳକ ଶିକ୍ଷାକୁ ୪୩୧ବିଦ୍ୟାଳୟରେ ଅଗ୍ରାଧୀକାର ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ନିଖିଳ ଓଡ଼ିଶା ସଂସ୍କୃତ ବିଦ୍ୟାର୍ଥୀ ମହାସଂଘ ପକ୍ଷରୁ ମାର୍ଗଦର୍ଶିକା ପ୍ରଧ୍ୟାପିକା ଡ଼ ସିପ୍ରା ମଲ୍ଲିକଙ୍କ ନେତୃତ୍ବରେ ମହାସଂଘର ଆବାହକ ଦେବେନ୍ଦ୍ର ଆଚାର୍ଯ୍ୟ, ଯୁଗ୍ମଆବାହକ ସାଧୁ ଅରୂପାନନ୍ଦ ଓ ସଦସ୍ୟ ମୁଖ୍ୟ ସତ୍ୟବ୍ରତ ଜେନା ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ସଂସଦୀୟ ବ୍ୟାପାର ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ  ଦାବିପତ୍ର ପ୍ରଦାନ ସହ ଆଲୋଚନା କରିଥିଲେ।

Bhubaneswar