ରାଉରକେଲା: ବହୁ ଦିନର ବ୍ୟବଧାନପରେ ହଠାତ୍ ନିଦରୁ ଉଠିଛି ରାଉରକେଲା ଅବକାରୀ ବିଭାଗ। ପାର୍ବଣରେ ଦେଶୀ ମଦ ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବାକୁ ଗତ ୩ ଦିନହେଲା ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଛେଣ୍ଡ୍ ବାଗବୁଡ଼ି, ଜାମସେରା ସମେତ ଆଖପାଖ ଅଞ୍ଚଳ ଯଥା,- ଲୁଙ୍ଗେଇ, ସୁଇଡିହି, ଲୁଙ୍ଗେଇ, ଟାଙ୍ଗରପାଲୀ, ଖୁଣ୍ଟଗାଁ, କୁନ୍ଦୁରା ଆଦି ଅଞ୍ଚଳରେ ଚଢ଼ଉ ହୋଇଥିଲା। ଦେଶୀ ମଦ କାରବାରରେ ଅଙ୍କୁଶ ଲଗାଇବାକୁ ଏପ୍ରକାର କାର୍ଯ୍ୟାନୁଷ୍ଠାନ ନିଶ୍ଚିତଭାବରେ ସ୍ବାଗତଯୋଗ୍ୟ। ତେବେ ସହର ଭିତରେ ଛତୁ ଫୁଟିବାଭଳି ଗଢ଼ିୁଉଠିଥିବା ଢ଼ାବା ଉପରେ ନଜର ନ ପଡ଼ିବା, ଅବକାରୀ ବିଭାଗର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଇସ୍ପାତସହରର ପ୍ରମୁଖ ଅଞ୍ଚଳଠାରୁ ଆରମ୍ଭକରି ବସ୍ତି ଅଞ୍ଚଳ ପର୍ଯ୍ୟନ୍ତ, ପ୍ରାୟ ସବୁସ୍ଥାନରେ ଏବେ ଅବାଧରେ ମଦବିକ୍ରି ଚାଲିଛି। ବିଶେଷକରି ଢ଼ାବାରେ ବେଧଡ଼କ ବିକ୍ରି ଚାଲିଛି। ସହରର ବ୍ୟସ୍ତବହୁଳ ଡେଲିମାର୍କେଟ୍ ଅଞ୍ଚଳରେ ଏକ ହୋଟେଲରେ ଦିନରାତି ମଦ ବେପାର ଚାଲିଛି। ସକାଳ ୧୦ଟାରୁ ଆରମ୍ଭ ହେଉଥିବା ଏହି କାରବାର ରାତି ପ୍ରାୟ ୧/୨ଟା ଯାଏ ଚାଲିଛି। ଉକ୍ତ ହୋଟେଲରେ ଏଭଳି ବେନିୟମ ମଦ ବିକ୍ରି ଆଜିକାର ନୁହେଁ, ବରଂ ଢ଼େର୍ ପୁରୁଣା। ଉକ୍ତ ଢ଼ାବାରେ ମଦ ଗଚ୍ଛିତ ରଖାଯାଉନି। ତେବେ ଗ୍ରାହକଙ୍କ ପହଞ୍ଚିବାମାତ୍ରେ ଢାବା କର୍ମଚାରୀ ଏକ ଗୁପ୍ତ ସ୍ଥାନକୁ ଯାଇ ମଦ ନେଇଆସିଥାନ୍ତି। ଏ ଦିଗରେ ସ୍ଥାନୀୟ ପ୍ଲାଣ୍ଟ୍ସାଇଟ୍ ପୁଲିସ କିମ୍ବା ଅବକାରୀ ପୁଲିସର ଶୂନ କାର୍ଯ୍ୟାନୁଷ୍ଠାନ, ମଦବେପାରୀ ଓ ଢ଼ାବା ମାଲିକଙ୍କ ଅସାଧୁ ମେଣ୍ଟ ଅଭିଯୋଗକୁ ଖୋରାକ୍ ଯୋଗାଉଛି।
ସେହିଭଳି ରଘୁନାଥପାଲି ପୁଲିସ ଥାନା ଅନ୍ତର୍ଗତ ସିଭିଲ୍ ଟାଉନ୍ସିପ୍ ଅଞ୍ଚଳରେ ୨/୩ଟି ଛୋଟ ଦୋକାନରେ ମଦ ବିକ୍ରି ହେଉଛି। ଏଠାରେ ଖୋଲାଖୋଲିଭାବେ ମଦ ବିକ୍ରି ଚାଲିଛି। ସେକ୍ଟର-୧୯ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚୋରା ମଦ ବିକ୍ରି ସୀମା ଟପିଲାଣି। ଛୋଟଛୋଟ ଗୁମୁଟିକରି ବିଦେଶୀ ମଦ ବିକ୍ରି କରୁଛନ୍ତି। ଏତଦ୍ବ୍ୟତୀତ ବ୍ରାହ୍ମଣୀତରଙ୍ଗ ଥାନା ଅଧୀନରେ ଏକାଧିକ ଢ଼ାବା ତଥା ଛୋଟବଡ଼ ହୋଟେଲ ବି ରହିଛି। ଏସବୁ ଢ଼ାବା/ହୋଟେଲରେ କେବଳ ଦେଶୀ ମଦ ନୁହେଁ, ବରଂ ବିଦେଶୀ ନକଲି ମଦ ବିକ୍ରି ବି ହେଉଥିବା ଅଭିଯୋଗ ହେଉଛି। ପ୍ରାୟ ଦୁଇବର୍ଷ ପୂର୍ବେ ଏଠାରୁ ନକଲି ବିଦେଶୀ ମଦ ବିକ୍ରି କରାଯାଉଥିବା ଅବକାରୀ ପୁଲିସ ଚଢ଼ଉବେଳେ ଜାଣିବାକୁ ପାଇଥିଲା।
ହୋଟେଲରେ କେବଳ ଦେଶୀ ମଦ ନୁହେଁ, ବରଂ ବିଦେଶୀ ନକଲି ମଦ ବିକ୍ରି ବି ହେଉଥିବା ଅଭିଯୋଗ ହେଉଛି। ପ୍ରାୟ ଦୁଇବର୍ଷ ପୂର୍ବେ ଏଠାରୁ ନକଲି ବିଦେଶୀ ମଦ ବିକ୍ରି କରାଯାଉଥିବା ଅବକାରୀ ପୁଲିସ ଚଢ଼ଉବେଳେ ଜାଣିବାକୁ ପାଇଥିଲା।
ଟାଙ୍ଗରପାଲୀ ଥାନା ଅନ୍ତର୍ଗତ ସେକ୍ଟର-୨୨, ସାରନଗରୀ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି। ପୂର୍ବରୁ ନିୟମିତ ବ୍ୟବଧାନରେ ଅବକାରୀ ପୁଲିସର ଚଢ଼ଉ ଦେଖିବାକୁ ମିଳୁଥିବାବେଳେ ଏବେ କିନ୍ତୁ ବିଭାଗ ଶିଥିଳ ପଡ଼ିଯାଇଛି। ଗତ ସେପ୍ଟେମ୍ବର ମାସରେ ବିଭାଗ ପକ୍ଷରୁ କେବଳ ୪ଟି ଚଢ଼ଉ କରାଯାଇଥିବାବେଳେ ଅଗଷ୍ଟ ମାସରେ ଗୋଟିଏ ସ୍ଥାନରେ ବିଭାଗ ଚଢ଼ଉ କରିନଥିଲା। ସହର ଭିତରେ ଅନୈତିକ ଦେଶୀ ଓ ନକଲି ବିଦେଶୀ ମଦ ବେପାର ଉପରେ ଅଙ୍କୁଶ ଲଗାଇବାକୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/zPI0BxP23CPeTPTsa8xP.jpeg)