କୋରାପୁଟ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ହରିଡ଼ାଗୁଡ଼ା ପଞ୍ଚାୟତର ଡମ୍ବତୁରୁଂଜି, ପଟିଆସିଲ୍ ଆଦି ଗାଁର ୫୦ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଟଙ୍କା ହଡପ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ଗାଁ ଗୁଡ଼ିକରେ ଯେଉଁଠି ଦେଖିବେ ସେଠାରେ ଅଧପନ୍ତରିଆ ଘର ରହିଛି। ଅପରପକ୍ଷରେ ଲୋକେ ଚାଳଛପର ଏବଂ ଭଙ୍ଗା ଦଦରା ଘରେ ରହୁଛନ୍ତି। ଗତ ୨୦୧୯ମସିହାରୁ ୨୦୨୩-୨୪ ପର୍ଯ୍ୟନ୍ତ ଏହା ହୋଇଥିବା ଗ୍ରାମବାସୀମାନେ କହିଛନ୍ତି। ବାରମ୍ବାର ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଅବଗତ କରିବା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ବୋରିଗୁମ୍ମା ବ୍ଲକର ହରିଡ଼ାଗୁଡ଼ା ପଂଚାୟତର ଦୁର୍ଗମ ଗାଁ ପଟିଆସିଲ୍, ଡମ୍ବତୁରୁଂଜି ଆଦି ଗାଁର ୫୦ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ୨୦୧୯ ମସିହାରୁ ଇନ୍ଦିରା ଆବସ ଯୋଜନା ମିଳିବା ପର ଠାରୁ ଘର ନିର୍ମାଣ କରି ଦେବାର ବାହାନା କରି ଟଙ୍କା ହଡ଼ପ କିଛି ପଂଚାୟତର କର୍ମଚାରୀ ଆରମ୍ଭ କରିଥିବା କହିଛନ୍ତି ହଳଧର ଟାକ୍ରୀ, ନିତି ମୁଦୁଲି, ଶରତ ମୁଦୁଲି, ଗୋପୀନାଥ ମୁଦୁଲି, ଦୟାମତି ମୁଦୁଲି, ଦାଶ ମୁଦୁଲି, ମଣି ମୁଦୁଲି, ଦୁର୍ଯ୍ୟୋ ଜାନି ଓ ଅନ୍ୟ ଗ୍ରାମବାସୀ। କାଳକ୍ରମେ ସରକାର ନିୟମ ପରିବର୍ତ୍ତନ କରି ଜିଓ ଟ୍ୟାଗ ସହ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା ବ୍ୟବସ୍ଥା କରିଥିଲେ।
ତେବେ ହରିଡାଗୁଡ଼ା ଗାଁରେ ଇଣ୍ଟରନେଟ୍ ଲାଗୁ ନଥିବାରୁ ଜିଓ ଟ୍ୟାଗ୍ ହୋଇ ପାରୁନି। ଲୋକେ ସ୍ବାକ୍ଷର ନଥିବାରୁ ଏମାନେ ଦସ୍ତଖତ ବଦଳରେ ଠିପ୍ ଚିହ୍ନ ଦେଉଛନ୍ତି। ଏହାର ଫାଇଦା ଉଠାଇ ଏହି ପଂଚାୟତ କର୍ମଚାରୀମାନେ ହିତାଧିକାରୀଙ୍କ ବ୍ୟାଙ୍କପାସ୍ ବୁକ, ଆଧାରକାର୍ଡ ଆଦି ନେଇ ନିଜେ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଇ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଏମାନେ ଦାବି କରିଛନ୍ତି।
/sambad/media/media_files/2024/11/03/kpt-abas-yozna1.png)
ଏପରିକି ଗାଁର କିଛି ସ୍ଥାନରେ ଘର ନିର୍ମାଣ ନହେବା ସ୍ଥାନରେ ବି ଘର ନିର୍ମାଣ କରାଯାଇଥିବା ଦର୍ଶା ଯାଇ ଟଙ୍କା ହଡ଼ପର ଅଭିଯୋଗ ହୋଇଛି। ଏହା ସାଙ୍ଗକୁ ଗାଁର ବହୁ ଘର ସ୍ଲାଫ ପଡ଼ିଥିବା ଏବଂ ଅର୍ଦ୍ଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ହିତାଧିକାରୀଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଏମାନେ ଅର୍ଦ୍ଦପନ୍ତରିଆ ଘର ଗୁଡିକର ବଳକା ନିର୍ମାଣ କାମ ବି କରି ନଥିବା କହିଛନ୍ତି ଗ୍ରାମବାସୀ।
ଏପରି ଅଭିଯୋଗ ମିଳିଥିବା କହିଛନ୍ତି ବୋରିଗୁମ୍ମା ବ୍ଲକ ଅଧ୍ୟକ୍ଷା ଦିପ୍ତିମଣୀ ନାୟକ। ସେ ନିଜେ ଗାଁକୁ ଯାଇ ନିରୀକ୍ଷଣ କରି ଜିଲ୍ଲାପାଳଙ୍କୁ ଅବଗତ କରିବେ। ସରକାରୀ କର୍ମଚାରୀ କିମ୍ବା ଯେ କେହି ସମ୍ପୃକ୍ତ ଥିଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିବେ ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷା। ଏପରି ଅଭିଯୋଗ ମିଳିନଥିବା କହିଛନ୍ତି ବିଡିଓ ସଂଧ୍ୟା ସମରଥ, ଓଏବିଡିଓ ମାଧୁରୀ ଆଚାରୀ। ଅଭିଯୋଗ ଆସିଲେ ନିଶ୍ଚିତ ରୁପେ ଯାଂଚ କରି ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଡିଓ ଓଏବିଡିଓ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/03/kpt-abas-yozna.png)