ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ତହସିଲଦାର ବିଶ୍ୱନାଥ ବିଶ୍ୱାଳ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣକୁ ନେଇ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ନିନ୍ଦା କରିଛନ୍ତି। ଘଟଣାକୁ ନେଇ ସମ୍ପୃକ୍ତ ସାମ୍ବାଦିକ ତହସିଲଦାରଙ୍କ ବିରୁଦ୍ଧରେ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଏତଲା ହୋଇଇଥିବା ଜଣାପଡିଛି।
ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ତହସିଲଦାର ବିଶ୍ୱନାଥ ବିଶ୍ୱାଳ କ୍ଷୁବ୍ଧ ହୋଇ ସାମ୍ବାଦିକଙ୍କୁ ଖରାପ ଭାଷାରେ ଗାଳି ଗୁଳଜ କରି କହିଥିଲେ ତୁ କିଏ ବେ, ଜାଗିରଦାରୀ ଦେଖାଉଛୁ, ମୋତେ ଚିହ୍ନିଛୁ କହିବା ସହିତ ସେଠାରୁ ପଳାଇ ଯିବା ପାଇଁ ଧମକ ଦେଇଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ଶୁକ୍ରବାର ୧୧:୩୫ ସମୟରେ ସକାଳ ଖବର କାଗଜର ଉପଖଣ୍ଡ ପ୍ରତିନିଧି ରାଜେଶ କୁମାର ଶର୍ମା ସ୍ଥାନୀୟ ଦାଣ୍ଡବୋଷ ଅଞ୍ଚଳରେ ଉଚ୍ଛେଦ ଆଦିବାସୀ ପରିବାରଗୁଡ଼ିକ ଥଇଥାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ରାଇରଙ୍ଗପୁର ତହସିଲଦାର କାର୍ଯ୍ୟଳୟକୁ ଯାଇଥିଲେ। ସେହି ସମୟରେ ତହସିଲଦାର କାର୍ଯ୍ୟଳୟରୁ ବାହାରକୁ ଆସୁଥିବା ସମୟରେ ସାମ୍ବାଦିକ ଶ୍ରୀ ଶର୍ମା ତାଙ୍କ ସହିତ କଥା ହେବା ପାଇଁ ପ୍ରୟାସ କରିଥିଲେ। ସେହି ସମୟରେ ରାଇରଙ୍ଗପୁର ତହସିଲଦାର ବିଶ୍ୱନାଥ ବିଶ୍ୱାଳ କ୍ଷୁବ୍ଧ ହୋଇ ସାମ୍ବାଦିକଙ୍କୁ ଖରାପ ଭାଷାରେ ଗାଳି ଗୁଳଜ କରି କହିଥିଲେ ତୁ କିଏ ବେ, ଜାଗିରଦାରୀ ଦେଖାଉଛୁ, ମୋତେ ଚିହ୍ନିଛୁ କହିବା ସହିତ ସେଠାରୁ ପଳାଇ ଯିବା ପାଇଁ ଧମକ ଦେଇଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି।
ଘଟଣା ସମ୍ପର୍କରେ ସାମ୍ବାଦିକ ଉପଜିଲ୍ଲାପାଳ ସୌମ୍ୟରଂଜନ ପ୍ରଧାନ, ଉପଖଣ୍ଡ ପୁଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ ବ୍ୟତୀତ ଜିଲ୍ଲା ଓ ରାଜ୍ୟ ସାମ୍ବାଦିକ ସଂଘମାନଙ୍କୁ ସୂଚନା ଦେଇଥିବା ସହିତ ରାଇରଙ୍ଗପୁର ତହସିଲଦାର ବିଶ୍ୱନାଥ ବିଶ୍ୱାଳଙ୍କ ବିରୁଦ୍ଧରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିଲା। ଏ ସଂପର୍କରେ ତହସିଲଦାର ବିଶ୍ୱନାଥ ବିଶ୍ୱାଳଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/11/rNskPwhHYX39EbmUIeCO.jpg)