ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମଥୁରା ନନ୍ଦ ରାଉତ ଦଶମ ଶ୍ରେଣୀର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀମାନଙ୍କୁ ଶ୍ରେଣୀ ଗୃହରେ ଅଶ୍ଳୀଳ ଇଙ୍ଗିତ ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ପରେ ଆଜି ଜଣେ ଅଭିଭାବକ ସଂପୃକ୍ତ ଶିକ୍ଷକ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି।
ଏତଲାରେ ଶିକ୍ଷକ ମଥୁରା ନନ୍ଦ ରାଉତ ଶ୍ରେଣୀ ଗୃହରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀମାନଙ୍କୁ ପାଠପଢ଼ା ବଦଳରେ ଅସଦାଚରଣ ସହ ଅଶ୍ଳୀଳ ଇଙ୍ଗିତ କରିଥିବା ଦର୍ଶାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଙ୍କୁ ନିଚ ଦେଖାଇବା ପାଇଁ ପୁଅମାନଙ୍କ ସମ୍ମୁଖରେ ଲଜ୍ଜିତ କରୁଥିବା ଦର୍ଶାଯାଇଛି। ପୁଲିସ ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ଡାବୁଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ମଧ୍ୟ ସଂପୃକ୍ତ ଶିକ୍ଷକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ଦଶମ ଶ୍ରେଣୀରେ ପାଠ ପଢା ବଦଳରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଙ୍କୁ ଅସଦାଚରଣ ଓ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିବା ଏବେ ଶିକ୍ଷକ ମଥୁରା ନନ୍ଦ ରାଉତଙ୍କୁ ମହଙ୍ଗା ପଡିଛି।
ସୂଚନା ଥାଉ କି ବୋରିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଇଂରାଜି ଶିକ୍ଷକ ମଥୁରା ନନ୍ଦ ରାଉତ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସମୟରେ ଅଶ୍ଳୀଳ ଇଙ୍ଗିତ ସହ ଖରାପ ଭାଷା ପ୍ରୟୋଗ କରିଥାନ୍ତି। ବିଭିନ୍ନ ପ୍ରକାର ଅଶ୍ରଭ୍ୟ ଭାଷା କହି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ଲଜ୍ଜିତ କରୁଥିଲେ। ଦୀର୍ଘଦିନ ଧରି ଏପରି ଘଟଣା ଚାଲିବା ପରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗତ ୨୮ ତାରିଖ ଶୁକ୍ରବାର ଦିନ ଶିକ୍ଷକ ମଥୁରା ନନ୍ଦ ରାଉତ ବିରୁଦ୍ଧରେ ସମସ୍ତଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ପ୍ରଧାନ ଶିକ୍ଷକ କେଶବ ଗୌଡ଼ଙ୍କୁ ଦେଇଥିଲେ। ପ୍ରଧାନ ଶିକ୍ଷକ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବୈଠକ ଡାକି ଏପରି ଘଟଣା ଯେପରି ଆଗକୁ ନ ହୁଏ ସେଥି ନିମନ୍ତେ କହିଥିଲେ।
ଘଟଣା ସମ୍ପର୍କରେ ତୁରନ୍ତ ଡାବୁଗାଁ ବିଇଓ ରଶ୍ମିତା ନେତମ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲା।ଏହାପରେ ଜିଲ୍ଲା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ର ୬ ଜଣିଆ ଦଳ ଗତ ସୋମବାର ୨୮ ତାରିଖ ଦିନ ବିଦ୍ୟାଳୟ ରେ ଯାଇ ତଦନ୍ତ କରି ଫେରିଛନ୍ତି। ପ୍ରକାଶ ଥାଉ କି ବ୍ଲକ ର ଘୋଡାଖୁଣ୍ଟା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ମଥୁରା ନନ୍ଦ ରାଉତ ଆଦିବାସୀ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ନିନ୍ଦିତ ହୋଇଛନ୍ତି। ଆଜି ଏତଲା ଦେବାକୁ ସମୟରେ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ମହୋନ ସିଂ ଗଣ୍ଡ,ମଞ୍ଚ ସଦସ୍ୟ ମୋହନ ନାୟକ ,ଦୟାରାମ ଭତରା, ହୀରନ୍ୟ ମାଝୀ, ଜଗଦୀଶ ଭତରା, ରମେଶ ଚନ୍ଦ୍ର ମାଝୀ, ଡମ୍ବୁରୁ ଭତରା, ରାମ କୁମର ଗଣ୍ଡ, ଓ ଛାତ୍ରୀମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ।
Nabarangpur