ଭୁବନେଶ୍ୱର: ଝାରସୁଗୁଡ଼ାକୁ ଭୁବନେଶ୍ବରରୁ ବିମାନ ଉଡ଼ିବ। ଏଥି ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବାଣିଜ୍ୟ ଏବଂ ପରିବହନ ବିଭାଗ ସହ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଏହାର ଆରମ୍ଭ ହୋଇଛି ‘ଆମ ବିମାନ ସେବା ଯୋଜନା’। ଏହି ସେବା ଆସନ୍ତା ୧ ସେପ୍ଟେମ୍ବର ଠାରୁ ଆରମ୍ଭ ହେବ। ସପ୍ତାହକୁ ୫ ଦିନ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ। କେବଳ ରବି ଓ ସୋମବାରକୁ ଛାଡି ଅନ୍ୟ ସବୁଦିନ ଏହି ବିମାନ ସେବା ଉପଲବ୍ଧ ରହିବ।
ଏହି ସେବା ଓଡ଼ିଶାର ନୂତନ ଗନ୍ତବ୍ୟସ୍ଥଳ ନୀତି ଅନୁଯାୟୀ ପରିଚାଳିତ ହେବ। ଏହା ରାଜ୍ୟରେ ସହଜ ବିମାନ ସଂଯୋଗ ସୃଷ୍ଟି କରିବା ସହ ଶିଳ୍ପ ଅଭିବୃଦ୍ଧି ଏବଂ ପର୍ଯ୍ୟଟନକୁ ଅଧିକ ସୁଦୃଢ କରାଇବ। ସେହିଭଳି ସୁଗମ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ କରାଇବ ଏହି ବିମାନ ସେବା। ଭୁବନେଶ୍ୱର ବିମାନବନ୍ଦରରୁ ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ାକୁ ଷ୍ଟାର ଏୟାର ବିମାନ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ସେ ପତାକା ଦେଖାଇ ଆଜି ଏହି ବିମାନ ସେବା ଆରମ୍ଭ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବିମାନରେ ୭୬ଟି ସିଟ ରହିବ, ଯାହାକି ୪୫ ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବ। ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ଯୋଡ଼ିବ ଏହି ସେବା ବୋଲି ସେ କହିଛନ୍ତି। ବର୍ତମାନ ୩୯ ରୁଟରେ ବିମାନ ଚଳାଚଳ କରୁଛି। ଏହାକୁ ଆହୁରି ଅଧିକ ବ୍ୟାପକ କରାଯିବ। ଏବେ ରାଜ୍ୟରେ ୧୪ଟି ଏୟାର ଷ୍ଟ୍ରିପ ଚାଲିଛି। ଆଗକୁ ଆହୁରି ୧୫ ଜିଲ୍ଲାରେ ଆଗକୁ ହେଲିପ୍ୟାଡ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ଏହାକୁ ନେଇ କାର୍ଯ୍ୟକ୍ଷମ ହେବ। ଆଗାମୀ ଦିନରେ ଏହି ବିମାନ ବନ୍ଦର କୁ ଅଧିକ ବ୍ୟାପକ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ ବହୁ ଆନ୍ତର୍ଜାତୀୟ ବିମାନ ସେବା ଭୁବନେଶ୍ୱର ଆନ୍ତର୍ଜାତୀୟ ସେବା ଜାରି ରହିଛି। ଆଗକୁ ଏହା ପ୍ରତିଦିନ ଚାଲିବା ପାଇଁ ନିଷ୍ପତ୍ତି ଖୁବ୍ ଶୀଘ୍ର ନିଆଯିବ। ଇଣ୍ଡିଗୋ ଏୟାରଲାଇନ ହବ ହେବ ଭୁବନେଶ୍ୱର ବିମାନବନ୍ଦର। ଏହାସହ ଭୁବନେଶ୍ୱରରେ ଏମ୍ଆରଓ ପଲିସି ଅନୁଯାଇ ଏମ୍ଆରଓ ନିର୍ମାଣ କରାଯିବ। ଏଥିରେ ବନ୍ଦରର କାର୍ଯ୍ୟକ୍ଷମତା ବୃଦ୍ଧି ପାଇବ। ବିଭିନ୍ନ କ୍ଷେତ୍ରରେ ଭୁବନେଶ୍ୱରରେ ମାନ୍ୟତା ବଢ଼ିବ। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଓଡ଼ିଶା ସରକାର ରହିଛନ୍ତି। ଏଥିପାଇଁ କେନ୍ଦ୍ର ସହ ସମ୍ପର୍କ ରଖିଛୁ।
CM Mohan Charan Majhi | BPIA
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/16/bbsr-2025-08-16-22-35-50.jpg)