ଘୁ.ଉଦୟଗିରି: ୪୫ବର୍ଷର ପୁରୁଣା ଏନଏସି। ଆଜି ପର୍ଯ୍ୟନ୍ତ ବସଷ୍ଟାଣ୍ଡ ଟିଏ ନଥିବା ବେଳେ ସ୍ଥାନୀୟ ସହବାସୀଙ୍କ ଦୀର୍ଘ ବର୍ଷର ଦାବି ପରେ ସହରର ୪ନଂ ୱାର୍ଡସ୍ଥିତ ଶ୍ରୀରାମପଦା ଠାରେ ୩ଏକର ଜମିରେ ମାଷ୍ଟର ପ୍ଲାନ ସହ ୯କୋଟି ୯୩ଲକ୍ଷ ୯୮ହଜାର ୩୪ଟଙ୍କା ବ୍ୟୟରେ ଏକ ଉନ୍ନତମାନର ବସଷ୍ଟାଣ୍ଡ ନିର୍ମାଣ ପାଇଁ  ଗତ ବର୍ଷ ତତକାଳୀନ ସରକାର ସ୍ଥିର କରିଥିଲେ, ଯାହାକୁ ନେଇ ସ୍ଥାନୀୟ ଲୋକେ ଉତ୍ସାହିତ ଥିଲେ।

Advertisment

୨୦୨୪ ମାର୍ଚ୍ଚ ୧୧ତାରିଖରେ କାର୍ଯ୍ୟ ଆରମ୍ଭ ହୋଇ ୨୦୨୫ ଫେବ୍ରୁଆରି ୨୭ତାରିଖ କାର୍ଯ୍ୟ ସମାପ୍ତ ନିମନ୍ତେ ଠିକା ସଂସ୍ଥା ସହ ଚୁକ୍ତି ହୋଇଛି। ଉକ୍ତ ବସଷ୍ଟାଣ୍ଡ ୧.୬୩୮ ହେକ୍ଟର ଜାଗାରେ ଏବେ ନିର୍ମାଣ କାଯ୍ଯ ଏକ ବର୍ଷ ହେଲା ଚାଲିଥିବା ବେଳେ ଏହି ଜମିରେ ୩୬ଗୋଟି ଦୋକାନ ଗୃହ ଉପର ଏବଂ ତଳ ମହଲାରେ ନିର୍ମାଣ ଚାଲିଛି।

publive-image

ଚାଳକ ବିଶ୍ରାମ ଗୃହ, ସରକାରୀ ଏବଂ ବେସରକରୀ ବସ୍‌ ଟିକେଟ କାଉଣ୍ଟର ଗୃହ, ସିକୁରୀଟି ରୁମ, ପ୍ରବେଶ ଏବଂ ପ୍ରସ୍ଥାନ ଗେଟ ସହ ୪୦ ଫୁଟ ଚଉଡା ରାସ୍ତା ଅଧା ଜମିରେ ପ୍ରାୟ କାମ ସାରିବାକୁ ଲାଗିଲାଣି। ଯେଉଁଥି ପାଇଁ ବସଷ୍ଟାଣ୍ଡ ନିର୍ମାଣ ହେଉଛି ସେଇ କାର୍ଯ୍ୟ ପାଇଁ ଜମି ନାହିଁ। ତାହା ହେଲା ବସ ରହଣି ସ୍ଥାନ। ବସ ଧୋଇବା ସ୍ଥଳ, ଶୌଚାଳୟ,ଗେରେଜ, ବାଇକ ଅଟୋ କାର ପାର୍କିଂ ସ୍ଥଳ ଭଳିକାର୍ଯ୍ୟ ଏହି ସବୁ ପାଇଁ  ଜମିର ଆଵଶ୍ୟକତା ଅଛି ହେଲେ ଟେଣ୍ଡର କରି ଜମି ନ ଯୋଗେଇ ଠିକା ସଂସ୍ଥା ସହ ଚୁକ୍ତି କରି କାର୍ଯ୍ୟ ଆରମ୍ଭ କରିଦେଲେ ହେଲେ ଜମି ଯୋଗେଇବାକୁ ଭୁଲି ଯାଇଛନ୍ତି ସରକାର।

ଅଧା ଜମିରେ କାର୍ଯ୍ୟ ଚାଲିଛି ପୁଣି ଖାଲି କୋଠାରେ ଭର୍ତ୍ତି ହୋଇଯାଇଛି। ଅଧ ଏକର ଜମିର ପଟା ମଧ୍ଯ ମିଳି ସାରିଛି ବଳକା ଅଧା ଏକର ଜମି ଏବେ ବି କୃଷି ବିଭାଗ ଦଖଲ ରେ ଅଛି। ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍ ଆଣ୍ଡ ଓ୍ୱଲଫର ଲି. ମାଧ୍ୟମରେ କରାଯାଉଛି। କିନ୍ତୁ ଏତିକି ଜମି ଯଥେଷ୍ଟ ହେଇନଥିବା ବେଳେ ପାର୍କିଂ ସହିତ ବିଭିନ୍ନ ଆନୁଷଙ୍ଗିକ ବ୍ଯବସ୍ଥା ପାଇଁ  ଆଉ ୧.୪୮୬ ହେକ୍ଟର ଜମି ଯେଗାଇ ଦେବା ପାଇଁ ରାଜ୍ଯ ପରିବହନ ବିଭାଗ ଜମି ଯୋଗାଇ ଦେଲେ ମାଷ୍ଟର ପ୍ଲାନ ମଞୁର  ହେବ ବୋଲି ଅନୁରୋଧ କରିଥିଲେ।

ସ୍ଥାନୀୟ ତହସିଲ ପକ୍ଷରୁ ଗତ ଜାନୁଆରୀ ମାସରୁ ଏହି ଜମି ଚିହ୍ନଟ କରି ଡିଭିଜନାଲ ଟ୍ରାନ୍ସଫର୍ମର ମ୍ଯାନେଜରଙ୍କ ନିକଟକୁ  ପଠେଇ ଥିବା ବେଳେ ସେ ତାଙ୍କ ଉପରିସ୍ଥିତ ଅଧିକାରୀଙ୍କ ନିକଟକୁ ପଠେଇ ଛନ୍ତି। ସେଠୁ ଆଉ ଫାଇଲ ଆଗଉନଥିବା ବେଳେ ଏବେ କେମିତି ସଂପୂର୍ଣ୍ଣ ହେବ ବସଷ୍ଟାଣ୍ଡ କାମ ତାହାକୁ ନେଇ ଆଶା ଆଶଙ୍କା ଦେଖା ଦେଇଛି। ଏବେ ନିର୍ମାଣାଧିନ କୋଠା କାମ ଚାଲିଥିବା ବେଳେ ବସ୍‌ ସହିତ ବାଇକ ଏଟୋ ଆଦି ପାର୍କିଂ ସହିତ ଅନାନ୍ୟ ଆନୁଷଙ୍ଗିକ ବ୍ଯବସ୍ଥା ପାଇଁ ଜାଗା ଯଥେଷ୍ଟ ହେଉନି। ଯାହା ଫଳରେ ଆଉ ଅଧିକ ଜାଗା ହେଲେ ଏକ ସୁନ୍ଦର, ସଂପୂର୍ଣ୍ଣ ବସ୍ ଷ୍ଟାଣ୍ଡ ହୋଇ ପାରିବ। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଏକ ପ୍ରମୁଖ ସହର ହେବା ସହିତ ବହୁ ପୁରାତନ ଏନଏସି ହୋଇଥିଲେ ମଧ୍ଯ ପଯ୍ର୍ୟନ୍ତ ବସ ଷ୍ଟାଣ୍ଡ ନଥିବା ଫଳରେ ସାଧାରଣ ରେ ନାନା ସମସ୍ଯା ଦେଖା ଦେବା ସହିତ ଟ୍ରାଫିକ ସମସ୍ଯାର କାରଣ ହୋଇଛି। ତେଣୁ ସରକାର ଅତ୍ଯାବଶ୍ଯକତାକୁ ଦ୍ରୁଷ୍ଟିରେ ରଖି ଶୀଘ୍ର ଜାଗା ଯୋଗାଇ  ଦିଆ ଗଲେ  ଏକ ସୁନ୍ଦର ବସ ଷ୍ଟାଣ୍ଡ ହେବା ଫଳରେ ଅଂଚଳବାସି ଉପକ୍ରୁତ ହୋଇ ପାରିବ।