ଭୁବନେଶ୍ବର: ୱାକଫ୍ ବିଲ୍ ଆଇନରେ ପରିଣତ ହେବା ପରେ ବିଜେଡିରେ ଲାଗି ରହିଥିବା ଝଡ଼ ଜାରି ରହିଛି। କେନ୍ଦ୍ର, ରାଜ୍ୟ ସବୁଠି ଉଷ୍ମତା ଲାଜି ରହିଛି। ଓ୍ବାକଫ୍ ଆଇନ୍ ରାଜ୍ୟରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏହି ଆଇନ ନେଇ ବିଜେଡିର ରାଜନୀତିକୁ ଚଳଚଞ୍ଚଳ କରିଛି। ୱାକଫ୍ ନେଇ ରାଜନୀତିଜ୍ଞମାନେ ଭିନ୍ନଭିନ୍ନ ମତ ରଖୁଛନ୍ତି। ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ମଧ୍ୟ ଏନେଇ ମୁହଁ ଖୋଲିଛନ୍ତି।
ଗତ କିଛି ଦିନ ହେଲା ୱାକଫ୍କୁ ନେଇ ବିଜେଡିରେ ଦେଖାଯାଇଥିବା ଡ୍ରାମା ନେଇ ବରିଷ୍ଠ ରାଜନେତା ଅମର ଶତପଥୀ ନିଜର ମତ ରଖିଛନ୍ତି। ସେ ୱାକଫ୍ ଘଟଣାବଳୀକୁ ରହସ୍ୟମୟ ବୋଲି ବାଖ୍ୟା କରିଛନ୍ତି। ମୁଁ ବିଜେଡି ଭିତରେ ନାହିଁ, ତାଙ୍କ ଦଳ ବାବଦରେ ବି କହିବି ନାହିଁ। ମାତ୍ର ୱାକ୍ଫ ଭୋଟିଂକୁ ନେଇ ସବୁ ରହସ୍ୟମୟ। ସଂସଦୀୟ ବ୍ୟବସ୍ଥାରେ କୌଣସି ବିଲକୁ ବିରୋଧ କିମ୍ବା ସମର୍ଥନ ନେଇ ନିୟମ ରହିଛି। ମାତ୍ର ବିବେକାନୁମୋଦିତ ମତ ଦେବା କଥା ମୁଁ ଜାଣିନାହିଁ। ଯେହେତୁ ଏହା ଏବେ ଜାତୀୟ ପ୍ରସଙ୍ଗ, ତେଣୁ ଏଥିରେ ସମସ୍ତେ ମତ ରଖିପାରିବେ। ବର୍ତ୍ତମାନ ରାଜ୍ୟରେ ଓ୍ବାକଫ୍ ନେଇ ବିଜେଡିର ମତ ପ୍ରସଙ୍ଗରୁ ଭ୍ରମିତ ପାଇଁ ଉଦ୍ୟମ ହେଉଛି, ପର୍ଦ୍ଦା ଉଠିବା ଉଚିତ। ପ୍ରସଙ୍ଗ ଏଡ଼ାଇବା ପାଇଁ ପ୍ରଭାତଙ୍କୁ ବଲି କା ବକରା କରାଯାଇଛି।
ଅମର ଶତପଥୀ କହିଛନ୍ତି, ମୁଁ ବିଜେଡି ଭିତରେ ନାହିଁ, ତାଙ୍କ ଦଳ ବାବଦରେ ବି କହିବି ନାହିଁ। ମାତ୍ର ୱାକ୍ଫ ଭୋଟିଂକୁ ନେଇ ସବୁ ରହସ୍ୟମୟ। ସଂସଦୀୟ ବ୍ୟବସ୍ଥାରେ କୌଣସି ବିଲକୁ ବିରୋଧ କିମ୍ବା ସମର୍ଥନ ନେଇ ନିୟମ ରହିଛି। ମାତ୍ର ବିବେକାନୁମୋଦିତ ମତ ଦେବା କଥା ମୁଁ ଜାଣିନାହିଁ।
ପ୍ରଭାତ ବିଜୁ ଜନତା ଦଳରେ ନଥିବାକୁ ନେଇ ଅମର କହିଛନ୍ତି, ନିଲମ୍ବନ, ବହିଷ୍କାର ଭିନ୍ନ କଥା, ନବୀନ କିପରି ଏକ୍ସପେଲ୍ଡ କହିଲେ… । ପ୍ରେସ ରିଲିଜରୁ ଜଣାପଡ଼ୁଛି ପ୍ରଭାତ ନିଲମ୍ବନ ହୋଇଥିଲେ, ପରେ ପ୍ରତ୍ୟାହୃତ ହୋଇଥିଲା। ତେଣୁ ଏବେ ସେ ଦଳରେ ନାହାନ୍ତି, ଏପରି କହିବା ନବୀନ ବାବୁଙ୍କ ମୁହଁରେ ଶୋଭା ପାଏ ନାହିଁ। ମୁଁ ଯେତିକି ଜାଣିଛି ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ବୋଝ ନଥିଲେ। ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ଆସେଟ୍ ଥିଲେ ଏବଂ ସେ ପ୍ରମାଣିତ କରିଛନ୍ତି।
politics | BJD | Amar Prasad Satpathy
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/10/MQQoSNo0K5n0FazW4xC7.jpg)