ଭଦ୍ରକ: ଚରମ୍ପାସ୍ଥିତ ଅମୃତ ପାର୍କ ଏବେ ଅବହେଳିତ ହୋଇ ପଡ଼ିରହିଛି। ଏହାର ରକ୍ଷଣାବେକ୍ଷଣ ଠିକ ଭାବରେ କରାଯାଉନାହିଁ। ଏଥି ପାଇଁ ଏହି ପାର୍କ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଏହାର ବିଟିଂ ବ୍ୟବସ୍ଥା ଅଚଳ ହୋଇଯାଇଛି, ଯେଉଁଥି ପାଇଁ ଏଠାକୁ ମନୋରଞ୍ଜନ ପାଇଁ ଲୋକେ ଆଡୁ ନାହାନ୍ତି। 
Advertisment
ଭଦ୍ରକର ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ସମୟରେ ଭଦ୍ରକ ପୌରପାଳିକାର ଚରମ୍ପାସ୍ଥିତ ୨ନମ୍ବର ୱାର୍ଡ଼ ରହଣିଆ ଠାରେ ଲୋକାର୍ପିତ ହୋଇଥିଲା ଅମୃତ ସହର ଭଦ୍ରକର ପ୍ରଥମ ଅମୃତ ପାର୍କ। ସେତେବେଳେ ଭଦ୍ରକର ପୌରାଧ୍ୟକ୍ଷ ଥିଲେ ମାନସ କୁମାର ମହାନ୍ତି। ବିଧାୟକ ଓ ପୌରପାଳଙ୍କ ଉଦ୍ୟମକ୍ରମେ ଏକ ପୋଖରୀ ହୁଡ଼ାରେ ଏହି ପାର୍କ କରାଯାଇଥିଲା। ଏଠାରେ କେବଳ  ପାର୍କ ନୁହେଁ, ଏକ ବୋଟିଂ ବ୍ୟବସ୍ଥା କରାଯାଇଥିଲା। ୫ ଏକର ପରିମିତ ରହଣିଆ ପୋଖରୀରେ ଦଳ ସଫା କରାଯାଇ ଏଠାରେ ବୋଟ ପକାଜାଇଥିଲା। ବୋଟିଂ ପାଇଁ ସେତେବେଳେ ପ୍ରବଳ ଲୋକଙ୍କ ଗହଳି ହେଉଥିଲା। ଏହି ପାର୍କର ସୁନ୍ଦରତା ପାଇଁ ଅନେକ ଫୁଲ ଗଛ, ରଙ୍ଗ ବେଲଙ୍ଗର ଗଛ ଲଗାଯାଇଥିଲା। ପିଲାମାନେ ଖେଳିବା ପାଇଁ ଦୋଳି ଓ ଅନ୍ୟାନ୍ୟ ଖେଳନା ସାମଗ୍ରୀ ର ବ୍ୟବସ୍ଥା କରାଯାଇଥିଲା। 

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ପାର୍କ ଓ ବୋଟିଂ କ୍ଳବ ପାଇଁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା। ୭ ବର୍ଷ ତଳେ ନିର୍ମାଣ କରାଯାଇଥିବା ଏହି ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଅଧିକାଂଶ ସମୟରେ ଉକ୍ତ ପାର୍କର ମୁଖ୍ୟ ଫାଟକରେ ତାଲା ପଡ଼ି ରହୁଛି। 

ସେହିପରି ଉକ୍ତ ପାର୍କରେ ଆଲୋକୀକରଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଆରମ୍ଭରୁ ପାର୍କର ସୁନ୍ଦରତା ପାଇଁ ଯେଉଁ ପାଣି ଝର ନିର୍ମିତ ହୋଇଥିଲା, ତାହା ଅଳ୍ପ କେଇ ଦିନ ମଧ୍ୟରେ ଅଚଳ ହୋଇ ପଡ଼ିଛି। ପାର୍କର ଅନେକ ଲାଇଟ୍‌ ଜଳୁ ନାହିଁ। ବିଶେଷକରି ଏହି ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପୌର ନିର୍ବାହୀ ଅଧିକାରୀ ଓ ବିଶେଷକରି ପୌରପାଳିକାର କନିଷ୍ଠ ଯନ୍ତ୍ରୀ ଏଦିଗରେ ସମ୍ପୂର୍ଣ୍ଣ ଉଦାସୀନ ରହିଛନ୍ତି। ଫଳରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାରେ  ନିର୍ମିତ ଏହି ଅମୃତ ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। 

IMG-20250828-WA0013

ସୂଚନାଯୋଗ୍ୟ ଏହି ପାର୍କ ପରିସରରେ ଥିବା ବୋଟିଂ କ୍ଲବ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ୬ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିଲା। ଏହି ଅନୁଦାନରେ ପୁଷ୍କରିଣୀରୁ ଦଳ ସଫା କରାଯାଇଥିଲା। ଏବେ ପୁଣି  ପୁଷ୍କରିଣୀ  ବିଲାତି ଦଳରେ ଭର୍ତ୍ତୀ ହୋଇ ଯାଇଛି। ଏବେ ଶୀତ ଦିନ ଆସୁଥିବା ସହ ପାର୍ବଣ ଋତୁ ଆସୁଛି। ଚରମ୍ପା କାଳୀପୂଜା ପାଇଁ ଚଳ ଚଞ୍ଚଳ ହେବ। ଏଠାକୁ ପ୍ରତିଦିନ ଶହଶହ ଲୋକ ଆସିବେ। ଏ ସବୁକୁ ଦୃଷ୍ଟିରେ ରଖି  ରହନୀଆ ପୋଖରୀରୁ ଦଳ ସଫା କରାଯାଇ ବୋଟିଁ ବ୍ୟବସ୍ଥାକୁ ପୁଣି ପ୍ରଚଳନ କରା ଯାଉ ବୋଲି  ଚରମ୍ପାବାସୀ ଦାବି କରିଛନ୍ତି।
ଖୁବ ଶୀଘ୍ର ଏହି ପାର୍କ ପୁଷ୍କରିଣୀର ଦଳ ସଫେଇ କରାଯିବା  ସହ ଏହାର ସୁନ୍ଦରତା ପୁଣି ଫେରାଇ ଅଣାଯିବ। ଏହି ପାର୍କର ପାଚେରୀ ନିର୍ମାଣ ପାଇଁ  ୧୮ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ପାଚେରୀ କାମ ସହ ପାର୍କର ସୁନ୍ଦରତା ପାଇଁ ଯୋଜନା କରାଯାଇଛି ବୋଲି ଭଦ୍ରକ ପୌରାଧ୍ୟକ୍ଷା ଗୁଲାମୁକ୍କି ହବିବ ସୂଚନା ଦେଇଛନ୍ତି। ରହଣିଆ ଅମୃତ ପାର୍କର ସୁନ୍ଦରତା ପୁଣି ଫେରାଇ ଆଣିବା ପାଇଁ କାଉନସିଲର ମାନେ ଦାବି କରିବା ସହ ସ୍ଥାନୀୟ ଲୋକମନେ ଦାବି ଉଠାଇଛନ୍ତି। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେବା ସହ ଜିଲ୍ଲାପଳ ଓ  ପୌର ପାଳିକାର ଅଧ୍ୟକ୍ଷା ଏହି ପାର୍କ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
Bhadrak