ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିଙ୍କ ମାମଲାରେ ନିରାହ ରଂଜନ ମହାନ୍ତି ଗିରଫ ହେବା ସହ ନିଲମ୍ବିତ ହେଲା ପରେ ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷା ବୋର୍ଡରେ ନିଯୁକ୍ତି ନେଇ ପରିବର୍ତ୍ତନ ଆଣିଛନ୍ତି। ବୋର୍ଡର ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମୂଲ୍ୟ କୁମାର ପ୍ରଧାନଙ୍କୁ କଟକ ବଦଳି କରିଛନ୍ତି। ଶ୍ରୀ ପ୍ରଧାନଙ୍କୁ ସରକାର ବୋର୍ଡର ନୂଆ ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପତି ପ୍ରକାଶ କାିଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଚକ୍ରଧର ବେହେରାଙ୍କୁ ନୂଆ ଡେପୁଟି କଂଟ୍ରୋଲର ଓ ଅମ୍ରିତା ପ୍ରୀତିନନ୍ଦାଙ୍କୁ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ମିଳିଛି।
ସୂଚନାଯୋଗ୍ୟ,
ସୂଚନାଯୋଗ୍ୟ ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ କ୍ରାଇମ୍ବ୍ରାଞ୍ଚ ନିହାର ରଂଜନ ମହାନ୍ତି ଜେଲ୍ ଯାଇଛନ୍ତି। ତାଙ୍କୁ ଘନଘନ ଜେରା ପରେ ବାନ୍ଧିଛି କ୍ରାଇମ୍ବ୍ରାଞ୍ଚ। ଏହି ମାମଲାରେ ଏବେ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି।
ଓଟିଇଟି ପ୍ରଶ୍ନପତ୍ର ଲିକ୍ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପ୍ରଚଳିତ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ଚାଲିଥିବା ନିୟମ ବହିର୍ଭୂତ କାର୍ଯ୍ୟ ସାମନାକୁ ଆସିଛି। ସବୁ ନିୟମକୁ ଜଳାଞ୍ଜଳି ଦେଇ ବୋର୍ଡ ଉପସଭାପତି କିଭଳି କାର୍ଯ୍ୟ କରୁଥିଲେ, ତାହା ସମସ୍ତଙ୍କୁ ଚକିତ କରିଛି। ବୋର୍ଡ ଉପସଭାପତିଙ୍କ ଲାପ୍ଟପ୍ରୁ ପ୍ରଶ୍ନପତ୍ର ଲିକ୍ ହୋଇଛି। ପ୍ରଥମତଃ ବୋର୍ଡ ଉପସଭାପତିଙ୍କ ଲାପ୍ଟପ୍କୁ ପ୍ରଶ୍ନପତ୍ର ଆସିବା କଥା ନୁହେଁ। କିନ୍ତୁ ମୁଦ୍ରଣ ସଂସ୍ଥାରୁ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍ଟପ୍କୁ ଏଫ୍ଟିପି (ଫାଇଲ୍ ଟ୍ରାନ୍ସଫର୍ ପ୍ରୋଟକଲ୍) ମାଧ୍ୟମ ବଦଳରେ ଇ-ମେଲ୍ରେ ପ୍ରଶ୍ନପତ୍ର ଆସିଥିଲା। ଏଭଳି ସାଂଘାତିକ କାର୍ଯ୍ୟ କ୍ରାଇମ୍ବ୍ରାଞ୍ଚ ତଦନ୍ତରୁ ସାମନାକୁ ଆସିଛି। କିନ୍ତୁ ବୋର୍ଡରେ ବହୁଦିନରୁ ଚାଲି ଆସିଥିବା ଏଭଳି ଅନିୟମିତତାକୁ ଉଚ୍ଚ କର୍ତ୍ତୃପକ୍ଷ ଚୁପଚାପ୍ ସହିବା ଘଟଣା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି।
ବୋର୍ଡର ରେଗୁଲେସନ୍ ଚାପ୍ଟର-୧୧ ଉପଧାରା ୧୫ ଅନୁସାରେ ପ୍ରଶ୍ନପତ୍ର ପ୍ରସ୍ତୁତି, ଗୋପନୀୟ ମୁଦ୍ରଣ ଓ ପ୍ରଶ୍ନ ବିତରଣ ବୋର୍ଡ ସଂପାଦକଙ୍କ ଦାୟିତ୍ବ। କିନ୍ତୁ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କିପରି ପ୍ରଶ୍ନପତ୍ର ପ୍ରସ୍ତୁତିରେ ସଂପୃକ୍ତ ହେଲେ ଓ ତାଙ୍କ ବ୍ୟକ୍ତିଗତ ଲାପ୍ଟପ୍କୁ ପ୍ରଶ୍ନର ସଫଟ୍ କପି କାହିଁକି ଆସିଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ୩ ବର୍ଷ ତଳେ ହୋଇଥିବା ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ସଂପାଦକଙ୍କଠାରୁ ଏ ଦାୟିତ୍ବ କାଢ଼ି ଆଣି ଉପସଭାପତିଙ୍କୁ ଦିଆଯାଇଥିଲା। କିନ୍ତୁ ବୋର୍ଡର ଡିଏଲ୍ଆର୍ କର୍ମଚାରୀ ଜିତନ ମହାରଣାଙ୍କୁ ଉପସଭାପତି ଡକ୍ଟର ମହାନ୍ତି ବୋର୍ଡର ଗୋପନୀୟ କାର୍ଯ୍ୟରେ ନିୟୋଜିତ କରିବା ବି ବଡ଼ କେଳେଙ୍କାରୀର ପ୍ରମାଣ ଦେଉଛି।
BSE Odisha
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/08/14/board-2025-08-14-22-39-38.jpg)