ବୈଶିଙ୍ଗା: ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପ୍ରବଳ ବର୍ଷାନେଇ ମୟୂରଭଞ୍ଜକୁ ସତର୍କସୂଚନା ଜାରି ହୋଇଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେବାସହିତ ଶୁକ୍ରବାର ସନ୍ଧ୍ୟାରେ ପ୍ରତକ୍ଷ ଭାବେ ବେତନଟୀ ବ୍ଲକ ଅଧୀନ ନଈକୁଳିଆ ଗ୍ରାମରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତିl

Advertisment

ଜିଲ୍ଲାପାଳ ହେମକାନ୍ତ ସୟ, ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ବେତନଟୀରେ ପହଞ୍ଚିଥିଲେ। ଏହି ଅବସରରେ ପ୍ରଥମେ ଜିଲ୍ଲାପାଳ ବେତନଟୀ ତହସିଲଦାର ସୁରଥଚନ୍ଦ୍ର ରାଉତ, ବିଡିଓ ଗୋପୀନାଥ ଖାଖା, ସହକାରୀ ନିର୍ବାହୀଯନ୍ତ୍ରୀ ଇଂ. ସୌମ୍ୟ ଶ୍ରୀ ଭୋଇ ତଥା ଅନ୍ୟାନ୍ୟ ଅଧିକାରୀଗଣଙ୍କ ସହିତ ପାଟଳୀପୁରାସ୍ଥିତ ବହୁମୁଖୀ ବନ୍ୟାବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ଏହି ଅବସରରେ ବଡସାହି ତହସିଲଦାର ପତିତପାବନ ଦେବତା ତଥା ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ। 

 

ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିବାରୁ କଚା ଘର ତଥା ସମ୍ଭାବ୍ୟ ବନ୍ୟା ଆଶଙ୍କା ପାଇଁ ନଦୀକୂଳିଆ ଲୋକଙ୍କୁ କିଭଳି ସ୍ଥାନାନ୍ତର କରାଯାଇପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିବାରୁ କଚା ଘର ତଥା ସମ୍ଭାବ୍ୟ ବନ୍ୟା ଆଶଙ୍କା ପାଇଁ ନଦୀକୂଳିଆ ଲୋକଙ୍କୁ କିଭଳି ସ୍ଥାନାନ୍ତର କରାଯାଇପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ସେହିଭଳି ବେତନଟୀ ଏବଂ ବଡସାହି ଅଗ୍ନିଶମ ବିଭାଗକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଥିବା ଅଗ୍ନିଶମ ଅଧିକାରୀ ସତ୍ୟବାଦୀ ପଲେଇ ସୂଚନା ଦେଇଛନ୍ତି । ଏପଟେ ବ୍ଳକଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି।