କୋରାପୁଟ: କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ କୋଟସ୍  ପରିସରରେ ‘ସମ୍ବାଦ’ ଗ୍ରୁପ ପକ୍ଷରୁ ରବିବାର ପରିବେଶ ପଂଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିନ ଥିଲା ପ୍ରାକୃତିକ ପରିବେଶ, ସବୁଜବନାନୀ ପାଇଁ ଓଡ଼ିଶାର ଭୂସ୍ବର୍ଗ ଓ କୋରାପୁଟିଆ ବର୍ଷା କୋରାପୁଟକୁ ଓଡ଼ିଶାର ଚେରାପୁଂଜି କୁହାଯାଉଥିଲା। ଶୀତ ଦିନରେ ହାଡଭଙ୍ଗା ହେଉଥିଲା। ଆଜି ବହୁ ପରିବର୍ତ୍ତନ ଆସିଛି। ଖଣି ଖନନ ହେଉ କି ରାସ୍ତା, ରେଳପଥ ନିର୍ମାଣ ବେଳେ ଠିକା କଂପାନି ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା କାଗଜକଲମରେ ରହୁଛି। ଯେଉଁ ପରିମାଣର ପରିବେଶ ସୁରକ୍ଷା ପାଇଁ ଯେଭଳି ପ୍ରୟାସ ହେବା କଥା ହୋଇପାରୁନି।

Advertisment

ତେବେ ଆମେ ଆମ ଅଂଚଳର ପରିବେଶକୁ ବଂଚାଇବାକୁ ପଡ଼ିବ। ଦିନକୁ ଦିନ ଓଜେନସ୍ତର ବଢ଼ୁଛି। ଦିନ ଆସୁଛି ଅମ୍ଲଜାନ କିଣିବାକୁ ପଢ଼ିବ। ରାସାୟନିକ ସାରର ବହୁଳ ପ୍ରୟୋଗ ଯୋଗୁଁ ବହୁ ରୋଗ ହେଉଛି। କିଛି ରାଜନୈତିକ ନେତା ନିଜର ନ୍ୟସ୍ତସ୍ବାର୍ଥ ପାଇଁ ଜିଲ୍ଲାର  କାଠ ଓ ବାଉଁଶ ସବୁ ବିକ୍ରି କରିଦେଲେ। କିନ୍ତୁ ସେମାନୋ ଦୁରଦୃଷ୍ଟି ରଖିବା କଥା। କେମିତି ଜଳବାୟୁ ଠିକ ରହିବ ସେ ଦିଗରେ ଚିନ୍ତା କରିବା ଆବଶ୍ୟକ।  ପରିବେଶକୁ ସନ୍ତୁଳିତ ଅବସ୍ଥାକୁ ଆଣିବାକୁ ପଡ଼ିବ।  ଆମେ ବଂଚିବା ପାଇଁ ଆମେ ନିଜେ ସଚେତନ ହେବା ଅନ୍ୟକୁ ସଚେତନ କରାଇବା। ଜୈବିକ ପଦ୍ଧତିରେ ଚାଷ କରିବା।

ଅକ୍ସିଜେନର ସ୍ତର ବୃଦ୍ଧି କରିବାକୁ ପଡ଼ିବ। କୋରାପୁଟର ସନ୍ତୁଳିତ ପରିବେଶ ପାଇଁ ସମ୍ମିଳିତ ଉଦ୍ୟମ ଦରକାର। ଏଥି ପାଇଁ ପରିବେଶବିତ୍, ବୁଦ୍ଧିଜୀବୀ, ଅଭିଜ୍ଞ ସଂପୂର୍ଣ୍ଣ ବ୍ୟକ୍ତି, ବନବିଭାଗର ସମ୍ମିଳିତ କରି ଏଥିପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କଲେ ଅର୍ଥବାଧକ ହେବ ନାହିଁ ବୋଲି ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ଭାଗ ନେଇ କହିଥିଲେ। ଏହା ପରେ ଏହି ରିପୋର୍ଟକୁ ଜିଲ୍ଲାପ୍ରଶାସନ, ବନବିଭାଗ ଓ ରାଜ୍ୟସରକାରଙ୍କୁ ପ୍ରଦାନ କରିବେ ବୋଲି କହିଥିଲେ। ପ୍ରତ୍ୟେକ ପଂଚାୟତସ୍ତରରେ ପରିବେଶ ସଚେତନତା, ଜଳସଂରକ୍ଷଣ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ବୋଲି ବିଧାୟକ ଆହ୍ବାନ ଦେଇଥିଲେ। ପୋଡୁଚାଷ, ବାଣିଜ୍ୟିକ ଲେମନଗ୍ରାସ, ନିଳଗିରି ଚାଷ ଜିଲ୍ଲାର ଭୁତଳଜଳ, ପରିବେଶ ଓ ସନ୍ତୁଳନକୁ ବିଗାଡୁଛି ବୋଲି ଜିଲ୍ଲାପରିଷଦ ସଭାପତି ସସ୍ମିତା ମେଲକା କହିବା ସହ ଚିନ୍ତା ପ୍ରକଟ କରିଥିଲେ।

kpt

ପୌରପାଳିକାର ଅଧ୍ୟକ୍ଷ ଲଲାଟ ରଂଜନ ସେଠୀ ମା’ ଓଭାଇ ନିଜେ ଗୋଟିଏ ଗାଁରେ କିଭଳି ବିଭିନ୍ନ ଫଳନ୍ତି ଗଛ ଲଗାଇଛ ବଗିଚା ପ୍ରସ୍ତୁତ କରିଛନ୍ତି ସେ ସଂପର୍କରେ ସୂଚନା ଦେଇଥିଲେ ପୌରପାଳିକାର ଅଧ୍ୟକ୍ଷ ଲଲାଟ ରଂଜନ ସେଠୀ। ଏହା ସହ ସମସ୍ତେ ନିଜ ବାରିରେ ଗଛ ଲଗାଇବାକୁ ଅନୁରୋଧ କରିଥିଲେ। ପୋଡୁଚାଷ ନିଶ୍ଚିତ ରୁପେ ହେଉଛି। ତେବେ ବହୁ ପରିମାଣର ରାଜସ୍ବ ଜମିରେ ଏହି ଚାଷ କରାଯାଉଥିବାରୁ ବନବିଭାଗ କିଛି ପଦକ୍ଷେପ ନେଇ ପାରୁନି ବୋଲି ଡିଏଫଓ  କେଏସଭି ରାଓ କହିଛନ୍ତି।  

ତେବେ ଦିନକୁ ଦିନ ଯୁବବର୍ଗ ପୋଡ଼ୁ ଚାଷ କରିବାକୁ ଆଗ୍ରହୀ ନୁହନ୍ତି। ତେବେ କେଉଁ ପରିବାର ପୋଡୁଚାଷ କରୁଛନ୍ତି ତାହାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଚିହ୍ନଟ ହେବା ପରେ ସେହି ଅଂଚଳରେ ବନବାସୀ ତଥା ପୋଡୁଚାଷ କରି ବଂଚୁଥିବା ଲୋକଙ୍କ ପାଇଁ ଫଳନ୍ତି ଗଛ ଲଗାଇ ସେମାନଙ୍କୁ ଦାୟିତ୍ବ ଦେବା ଲକ୍ଷ୍ୟ ରହିଛି ବୋଲି ଡିଏଫଓ କହିଥିଲେ। 

ବନବାସୀ ମାନେ ଗଛକୁ , ଜଙ୍ଗଲକୁ ପୂଜା କରୁଥିଲେ। ଦେବୀ ଭାବେ ପୂଜା କରି ଆସୁଥିଲେ। ଆଜି କିନ୍ତୁ ଦିନ ପରିବର୍ତ୍ତନ ହୋଇଛି। ଘର ସଂଖ୍ୟା ବଢ଼ିବା ସହ ବ୍ୟାପକ ଭାବେ ଜଙ୍ଗଲ କ୍ଷୟ ହୋଇଛି। କେତେବେଳେ ରେଳ ପାଇଁ ତ କେତେ ବେଳେ ନୂଆ ରାସ୍ତା ତିଆରି ପାଇଁ ଗଛ ସବୁ କଟାଯାଇଛି। ନୂଆ ଯୁବପିଢ଼ି ଏହାକୁ ସୁରକ୍ଷା ଦେବାକୁ ପଡ଼ିବ। ଏହାର ସୁରକ୍ଷାର ଦାୟିତ୍ବ କେବଳ ବନବିଭାଗର କିମ୍ବା ପ୍ରଶାସନର ନୁହେଁ। ଆମ ସମସ୍ତଙ୍କର। ଓଜେନସ୍ତର ବଢ଼ିବାରେ ଲାଗିଛି। ବାୟୁମଣ୍ଡଳରେ କଣା ହୋଇଯାଇଛି। ଏହାର ସୁରକ୍ଷା ଦେବା ଦାୟିତ୍ବ ନୂଆ ପିଢ଼ୀ ନେବାକୁ ପଡ଼ିବ ବୋଲି  ପରିବେଶବିତ୍ ପ୍ରଭାକର ଅଧିକାରୀ, ସୁରେନ୍ଦ୍ର ମସ୍ତି, ଦୀପକ ପଟ୍ଟନାୟକ, ସିଏଚ୍ ସାନ୍ତାକାର, ଅଜିତ ପାତ୍ର, ମାଧୁରୀ ପଟ୍ଟନାୟକ, ସୁନିତାଢ଼ ନନ୍ଦିବାଲି, ପ୍ରିତିଧାରା ସାମଲ, ପିଙ୍କି ନାୟକ, ଗୁପ୍ତେଶ୍ବର ସାହୁ, ସୌମ୍ୟନ୍ଦ୍ର ସ୍ବାଇଁ,  ଅଧ୍ୟାପକ ରବି ଶତପଥୀ  ପ୍ରମୁଖ ମତ ଦେଇଥିଲେ।