ନବରଙ୍ଗପୁର: ନୂଆ ସରକାର ଆସିବା ପରେ ମଣ୍ଡିରେ ଧାନ କିଣାକୁ ସଂପୂର୍ଣ୍ଣ ରୁପେ ସ୍ବଚ୍ଛତା ରଖାଯିବ। ସଂପୂର୍ଣ୍ଣ ରୁପେ କଟନିଛଟନିକୁ ବନ୍ଦ କରାଯିବ ବୋଲି କୁହାଯାଇଥିଲା। ଏଫଏକ୍ୟୁ ଧାନ କିଣାଯିବାକୁ ନିର୍ଦ୍ଦେଶ ଦେବା ସହ ଏଥି ପାଇଁ ସ୍ବତନ୍ତ୍ର ଭାବେ ପେଡି କ୍ଲିନର ଓ ଗ୍ରେଇନ ଆନାଲାଇଜର ମେସିନ କିଣାଯାଇଥିଲା। ପେଡି କ୍ଲିନର ଗୋଟାକୁ ୨୭ଲକ୍ଷ ଲେଖାଏଁ ୧୦ଟିକୁ ୨କୋଟି ୭୦ଲକ୍ଷରେ ଓ ଗ୍ରେଇନ ଆନାଲାଇଜର ମେସିନ ଗୋଟାକୁ ୧୪ଲକ୍ଷ ଲେଖାଏଁ ୧୦ଟି କୋଟିଏ ୪୦ଲକ୍ଷରେ କିଣାଯାଇଥିଲା। ତେବେ ଗତ ଖରିଫ ମଣ୍ଡିରେ ଏହି ପେଡି କ୍ଲିନର ଓ ଗ୍ରେଇନ୍ ଆନାଲାଇଜର ମେସିନ୍ ଅଣାଯାଇଥିବା ବେଳେ ଥରେ ବି ଏଥିରେ ଧାନ ସଫା କରି ଏଫଏକ୍ୟୁ ମାନର ଧାନ କିଣାଯାଇ ନାହିଁ।

Advertisment

ଏଫଏକ୍ୟୁ ମାନର ଧାନ ଖରିଦ ନେଇ ସରକାର ନିର୍ଦେଶ ଦେଇଥିବା ବେଳେ କିଛି ଚାଷୀକୁ ଛାଡିଦେଲେ କେହି ମଧ୍ୟ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣୁନଥିବା ଦେଖିବାକୁ ମିଳିଛି। ତେବେ ଏଥିରେ ଚାଷୀ ବାଧ୍ୟ ହୋଇ ମିଲରମାନଙ୍କ ସହ ସଲାସୁତରା ହୋଇ କଟନି ଛଟନି କରିବାକୁ ବାଧ୍ୟ ହୋଇଛି। ତେବେ ତତ୍କାଳୀନ ସରକାର କିନ୍ତୁ ପ୍ରତ୍ୟେକ ନିୟନ୍ତ୍ରିତ ବଜାର କମିଟିକୁ ଦୁଇଟି କିମ୍ବା ତିନୋଟି ଲେଖାଏଁ ପେଡି କ୍ଲିନର ଖରିଦ କରିବାକୁ ନିର୍ଦେଶ ଦେଇଥିଲେ।

ଏବେ ନୂଆ ସରକାର ଆରଏମସିକୁ ଏହି ପେଡି କ୍ଲିନର ଓ ଗ୍ରେଇନ ଆନାଲାଇଜର ମେସିନ ପ୍ରଦାନ କରାଯାଇଥିବା ବେଳେ ଏହା କୌଣସି ମଣ୍ଡିକୁ ପଠାଯାଉ ନାହିଁ। ଏହି ମେସିନ ଧାନ,ମୁଗ,ମାଣ୍ଡିଆ ଇତ୍ୟାଦି ଶସ୍ୟରେ ଥିବା ଖରାପ ଜିନିଷ କେତେ ଭଲ ଜିନିଷ କେତେ ଅଛି ଦର୍ଶାଇଥାଏ। ଏହାର କାମ ହେଲା ମଣ୍ଡିଗୁଡିକରେ ପହଞ୍ଚି ଧାନକୁ ସଫା କରି ଏଫଏସକ୍ୟୁ ମାନର ଧାନ ବାହାର କରିବା। ଏହାପରେ ଏହାକୁ ମଣ୍ଡିରେ ବିକ୍ରି ପାଇଁ ପଠାଇବା। ନବରଙ୍ଗପୁର ଆରଏମସି କାର୍ଯ୍ୟାଳୟ ପରିସରରେ ଡାବୁଗାଁ ଓ ନବରଙ୍ଗପୁର ବ୍ଲକର ପେଡି କ୍ଲିନର ପଡି ରହିଛି।

ତେବେ ଏହାକୁ ବିଭାଗ ତରଫରୁ କୌଣସି ମଣ୍ଡିକୁ ପଠାନଯାଇ ସେମିତି ଜିଲ୍ଲା କାର୍ଯ୍ୟାଳୟରେ ୨ଟି ଓ ବଲକା ବ୍ଲକ ସଦରମହକୁମାରେ ୮ଟି ପଡି ରହିଛି। ଏପରିକି ପୂର୍ବରୁ ବି ୭୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟର ପେଡି କ୍ଲିନର ଆରଏମସି ପରିସରରେ ସ୍ଥାପନ କରାଯାଇଛି। ତାହା ବି ସ୍ଥାପନ ପର ଠାରୁ ସେହି ମେସିନ୍ ଦ୍ବାରା ଥରେ ବି ଯାଂଚ ହୋଇନଥିଲା ଏବେ କଳଙ୍କି ଧରି ଖତ ଖାଇବା ଅବସ୍ଥାକୁ ପଳାଇ ଆସିଳାଣି ବୋଲି ଚାଷୀ ଓଚାଷୀ ପ୍ରତିନିଧି କହିଛନ୍ତି। ଗ୍ରେଇନ ଆନାଲାଇଜର ମେସିନ ମଧ୍ୟ ଆରଏମସିକୁ ପ୍ରଦାନ କରାଯାଇଥିବା ବେଳେ ଏହା କୌଣସି ମଣ୍ଡିକୁ ପଠାଯାଉ ନାହିଁ। ଏହି ମେସି ଧାନ,ମୁଗ,ମାଣ୍ଡିଆ ଇତ୍ୟାଦି ଶସ୍ୟରେ ଥିବା ଖରାପ ଜିନିଷ କେତେ ଭଲ ଜିନିଷ କେତେ ଅଛି ଦର୍ଶାଇଥାଏ। ତେବେ ମଣ୍ଡିକୁ ନେଇ ଚାଷୀ ଆଣିଥିବ ଧାନରମାନ ସିଧାସଳଖ ରିପୋର୍ଟ ପ୍ରଦାନ କରୁଥିବାରୁ ଏହାକୁ ବିଭାଗ ମଣ୍ଡିକୁ ନେଉନଥିବା ଦେଖିବାକୁ ମିଳିଛି।

ନବରଙ୍ଗପୁର ଆରଏମସି ସମ୍ପାଦକ କପିଳେନ୍ଦ୍ର ସାସମଲଙ୍କୁ ପଚାରିବାରୁ ଏହାକୁ ବିଭିନ୍ନ କ୍ରୟକାରୀ ସଂସ୍ଥା, ଲ୍ୟାମ୍ପ,ଏସଏଚଜି ଓ ପାଣି ପଂଚାୟତ ଆଦି ବିଭିନ୍ନ ମଣ୍ଡିକୁ ନେଇ  ଧାନ ସଫା କରିବା ପରେ ଧାନ କିଣିବା କଥା। କିନ୍ତୁ ଚାଷୀମାନେ ବି ଏହି ମେସିନରେ ଯାଂଚ କରିବାକୁ  ଚାହୁଁନଥିବା କହିଛନ୍ତି ସାସମଲ। ଏହି ଦୁଇ ମେସିନ କିଣା ପଛରେ ବଡ଼ଧରଣର କିକ୍ ବ୍ୟାକ ରହିଥିବାକୁ ନେଇ ବୁଦ୍ଧିଜୀବୀ ମହଲରେ ସଂଦେହ ପ୍ରକାଶ ପାଇବା ସହ ତଦନ୍ତ କଲେ ସ୍ପଷ୍ଟ ହେବ ବୋଲି ମତ ପ୍ରକାଶ ପାଇଛି।

Farmers