ସମ୍ବଲପୁର: ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ୨୮ତମ ବାର୍ଷିକୋତ୍ସବ ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ (ଡିଏମ୍ୟୁ)ର ନୂଆ ପ୍ରେକ୍ଷାଳୟରେ ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଓ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଛନ୍ତି। ଏଥିରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସଂପାଦକ ତନୟା ପଟ୍ଟନାୟକ ଏବଂ ବାର୍ତ୍ତା ସଂପାଦକ ଭବାନୀଶଙ୍କର ତ୍ରିପାଠୀ ଉପସ୍ଥିତ ଅଛନ୍ତି।
ସମାରୋହରେ ରାଜ୍ୟର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଓ ତାଙ୍କ ପୂରା ଟିମ୍ ଯୋଗଦେଇଛନ୍ତି। ଏହି ଟିମ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟର ବିଶିଷ୍ଟ କଣ୍ଠଶିଳ୍ପୀ ବିଭୂତି ପଟ୍ଟନାୟକ ଓ ଦିଲୀପ ବାଗଙ୍କ ସହିତ ଲୋକପ୍ରିୟ ଯୁବ କଣ୍ଠଶିଳ୍ପୀ ଈଶ୍ବରୀ ବେହେରା ଓ ଚେତନାମୟୀ ବେହେରା କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଆକର୍ଷଣ ହୋଇଛନ୍ତି।
/sambad/media/media_files/2025/04/16/68505cf0-98e6-4833-a29d-0e35ed23685c-546347.jpg)
ସମାରୋହରେ ରାଜ୍ୟର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଓ ତାଙ୍କ ପୂରା ଟିମ୍ ଯୋଗଦେଇଛନ୍ତି। ଏହି ଟିମ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟର ବିଶିଷ୍ଟ କଣ୍ଠଶିଳ୍ପୀ ବିଭୂତି ପଟ୍ଟନାୟକ ଓ ଦିଲୀପ ବାଗଙ୍କ ସହିତ ଲୋକପ୍ରିୟ ଯୁବ କଣ୍ଠଶିଳ୍ପୀ ଈଶ୍ବରୀ ବେହେରା ଓ ଚେତନାମୟୀ ବେହେରା କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଆକର୍ଷଣ ହୋଇଛନ୍ତି। ଏହି ସମାରୋହରେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ‘ସମ୍ବାଦ’ର ସମସ୍ତ ପାଠକପାଠିକା, ଶୁଭେଚ୍ଛୁ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଆଉ ସୁଧୀ ଜନସାଧାରଣଙ୍କୁ ‘ସମ୍ବାଦ’ ସଂସ୍କରଣର ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ ଧନ୍ୟବାଦ ଜଣାଇଛନ୍ତି।
Sambalpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/16/65915f71-d3a5-480c-9833-be783b968084-440679.jpg)