ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରିରେ ହାତୀ ଉପଦ୍ରବ ଜାରି ରହିଛି। ଦୁଇଦିନ ପରେ ହାତୀ ପୁଣି ରକ୍ତମୁଖା ହୋଇଛି। ଆଜି ଦନ୍ତା ଆକ୍ରମଣରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ହେଲେ ପ୍ରଶନ୍ତ ନାୟକ। ଏହି ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ଶବକୁ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରତିବାଦ କରିଛନ୍ତି।
ଘୁ.ଉଦୟଗିରି ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ। ଗ୍ରାମାଞ୍ଚଳ ଛାଡ଼ି ସହର ଭିତରେ ପଶି ବାରମ୍ବାର କ୍ଷୟକ୍ଷତି କରିଚାଲିଛନ୍ତି ଦୁଇ ଦନ୍ତା। ଦନ୍ତା ଭୟରେ ଲୋକ ରାତି ଉଜାଗର ରହିବାକୁ ପଡୁଛି। ସାରା ରାତି ଉଜାଗର ରହି ଦିନରେ କାର୍ଯ୍ୟ କରିବା ଅସମ୍ଭବ ହୋଇପଡ଼ିଛି ଗରିବ ଲୋକଙ୍କ ପାଇଁ। ଗୋଟିଏ ପଟେ ହାତୀ ଭୟ,ଫସଲ ନଷ୍ଟ ଅନ୍ୟ ପଟେ ଦିନର ରୋଜଗାର ବନ୍ଦ।ଧନହାନି ପ୍ରାଣ ପୀଡା ଦେଉଛି ଦୁଇ ଦନ୍ତା।ରାତି ପାହିଲେ ହାତୀ ଭୟ। ଦୀର୍ଘ ମାସ ହେଲା କୁରୁମିଙ୍ଗିଆ, ସୁଜେଲି, ମାଲିକପଡ଼ି, ପଦାସାହି, ରାଇପଦା, ନନ୍ଦଗିରି, ପିଡିକାମହା, ରେଟୁଡ଼ି, ଗ୍ରେସଙ୍ଗିଆ, ରୁଦାଙ୍ଗିଆ, ମାଲାନସୁଗା,ଆଦି ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରପ କରୁଛନ୍ତି।
ନିକଟରେ ହାତୀମାନେ ପ୍ରଦୀପ ନାୟକ ଏବଂ ତାଙ୍କ ପୁଅ ପ୍ରକାଶ ନାୟକଙ୍କ ଘରେ ପଶି ତିନି ବଖରା ଘର ଭାଙ୍ଗି ଥିବା ବେଳେ ବହୁ ଆସବାବପତ୍ର ନଷ୍ଟ କରିବା ସହିତ ଗଛ ପତ୍ର ନଷ୍ଟ କରିଛନ୍ତି। ଗୋବର୍ଦ୍ଧନ ପ୍ରଧାନଙ୍କ ମକା ଫସଲ ନଷ୍ଟ କରିଥିଲେ। ହାତୀ ଘର ଭାଙ୍ଗିବା ଶବ୍ଦ ଶୁଣି ପ୍ରକାଶ ନାୟକ ତାଙ୍କ ପୁଅ ସ୍ତ୍ରୀ ଏବଂ ପରିବାର ର ପାଞ୍ଚ ଜଣ ପଡିଉଠି ମୁଖ୍ୟ ରାସ୍ତା କୁ ଦୌଡ଼ି ପଳାଇ ଜୀବନ ରକ୍ଷା କରିଥିଲେ। ଏମିତି ବାରମ୍ବାର ଘଟୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ବାହାର କରିପାରୁନି ବନ ବିଭାଗ। ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ରହୁଥିବା ବେଳେ ପ୍ରଭାବିତ ହେବାରେ ଲାଗିଛି ଜୀବନ ଜୀବିକା। ଫଳରେ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବନକର୍ମଚାରୀ ଘଟଣା ସ୍ଥଳରେ ପହଂଚି କ୍ଷୟକ୍ଷତି ଆକଳନ କରିବା ସହିତ କ୍ଷତି ପୂରଣ କରିବା ପାଇଁ ସରକାରଙ୍କୁ ଜଣାଇ ଥିବା କହିଛନ୍ତି।
ସୂଚନାଯୋଗ୍ୟ, ଗତ ଶନିବାର ଦିନ ଏହି ଅଞ୍ଚଳରେ ଦନ୍ତା ଆକ୍ରମଣରେ ଜରେ ଲୋକଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ଗ୍ରେସିଙ୍ଗିଆ ପଞ୍ଚାୟତର କାକାମାହା ତଳସାହିରେ ଏକ ଗାଈ ହାତୀ ଆକ୍ରମଣର ଶିକାର ହୋଇଥିଲା।
Kandhamal | G. Udayagiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/29/new-project-41-2025-07-29-19-59-17.jpg)