ରାଉରକେଲା: ସହରର ଜନଗହଳିପୂର୍ଣ୍ଣ ବିର୍ସା ଛକଠାରୁ ମାତ୍ର ଶହେ ମିଟର ଦୂର ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ ପାଚେରି କଡ଼ ପରିତ୍ୟକ୍ତ ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ୭ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ ଘଟଣା ଏବେ ବି ଚର୍ଚ୍ଚାର ପରିସରରେ। ଏହି ଲୋମହର୍ଷଣକାରୀ ଘଟଣା ଏଯାଏ ଜନମାନସରୁ ଲିଭିନଥିବାବେଳେ ଏବେ ପୁଣି ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୫ ଜଣ ଅଭିଯୁକ୍ତ ଜୋରବରଦସ୍ତ ନାବାଳିକା(୧୭)ଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ରାତିସାରା ଦୁଷ୍କର୍ମ କରିବାପରେ ତାକୁ ରାସ୍ତା ଉପରେ ଛାଡ଼ି ପଳାଇଯାଇଥିଲେ। ସହରରେ ଲଗାତାର ଏଭଳି ଲୋମହର୍ଷଣକାରୀ ଘଟଣା, ଚାଞ୍ଚଲ୍ୟ ଖେଳାଇଦେଇଛି।
Advertisment

ପାୱାର ହାଉସ୍‌ ଅଞ୍ଚଳର ଜଣେ ନାବାଳିକା ଦୁଇ ଜଣ ବନ୍ଧୁ ବାଦଶାହ ଓ ଅନ୍ୟଜଣଙ୍କ ସହ ସହ ସପିଂ ମଲ୍‌ ଯିବାକୁ କହି ଘରୁ ବାହାରିଥିଲେ। ତେବେ ଦୁଇ ପୁରୁଷ ବନ୍ଧୁ ନାବାଳିକାଙ୍କୁ ସପିଂ ମଲ୍‌ ନେବା ପରିବର୍ତ୍ତେ ପାନପୋଷ ରୋଡ୍‌ରେ ଥିବା ହୁଡ୍‌ଦଙ୍ଗ ରୋସ୍ତୋରାଁ ଓ ବାର୍‌କୁ ନେଇଥିଲେ।

ଗତ ୨୨ ତାରିଖ ରାତି ପ୍ରାୟ ୮ଟା। ପାୱାର ହାଉସ୍‌ ଅଞ୍ଚଳର ଜଣେ ନାବାଳିକା ଦୁଇ ଜଣ ବନ୍ଧୁ ବାଦଶାହ ଓ ଅନ୍ୟଜଣଙ୍କ ସହ ସହ ସପିଂ ମଲ୍‌ ଯିବାକୁ କହି ଘରୁ ବାହାରିଥିଲେ। ତେବେ ଦୁଇ ପୁରୁଷ ବନ୍ଧୁ ନାବାଳିକାଙ୍କୁ ସପିଂ ମଲ୍‌ ନେବା ପରିବର୍ତ୍ତେ ପାନପୋଷ ରୋଡ୍‌ରେ ଥିବା ହୁଡ୍‌ଦଙ୍ଗ ରୋସ୍ତୋରାଁ ଓ ବାର୍‌କୁ ନେଇଥିଲେ। ରେସ୍ତାରାଁରେ ଆଉଜଣେ ପୁରୁଷ ବନ୍ଧୁ ପହଞ୍ଚିବାପରେ ସମସ୍ତେ ମିଶି ମଦ ପିଇଥିଲେ। ତେବେ ପୀଡ଼ିତା କେବଳ ଖିଆପିଆ କରିଥିଲେ। ବେଶ୍‌‌ କିଛି ସମୟପରେ ତିନି ଅଭିଯୁକ୍ତ ପୀଡ଼ିତାଙ୍କୁ ଘରକୁ ଯିବା କହି ରୋସ୍ତୋରାଁରୁ ବାହାରିଆସିଥିଲେ। କିନ୍ତୁ ସେମାନେ ଘରକୁ ଯିବା ପରିବର୍ତ୍ତେ ପୀଡ଼ିତାଙ୍କ ମୁହଁକୁ ବନ୍ଦକରିଦେଇ ଆର୍‌ଏସ୍‌ପି ପ୍ରଶାସନିକ ଭବନ ସମ୍ମୁଖସ୍ଥ ଆର୍‌ଏମ୍‌ସି ପାର୍କ ଭିତରକୁ ନେଇ ଜଣକପରେ ଜଣେ ଗଣଦୁଷ୍କର୍ମ କରିଥିଲେ।