ସାରନଗରୀ: ଭୁବନେଶ୍ୱରରୁ ରାଉରକେଲାକୁ ଆସୁଥିବା ବେଳେ ଜଲଦା କାଏଁସର ଗ୍ରାମର ପଡ଼ିଆ ନିକଟରେ ଟେକ୍ନିକାଲ ତ୍ରୁଟି ଯୋଗୁଁ ଏକ ୯ ସିଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିଯାଇଛି| ଏହାଫଳରେ ୨ ପାଇଲଟଙ୍କ ସମେତ ୬ ଆହତ ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ଗାଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଜଲଦା, ରଘୁନାଥ ପାଲି ପୁଲିସ, ଲାଠିକଟା ପୁଲିସ ପହଞ୍ଚି ଘଟଣା ସ୍ଥଳରୁ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇ ଥିଲେ | ପାଇଲଟ୍ ନବୀନ ଖଙ୍ଗାରା ଗୁରୁତର ଥିବା ସୂଚନା ରହିଛି। ଅନ୍ୟ ଆହତମାନେ ସହ ପାଇଲଟ୍ ତରୁଣ ଶ୍ରୀବାସ୍ତବ, ଯାତ୍ରୀ ଅନିତା ସାହୁ, ସବିତା ଅଗ୍ରୱାଲ୍ ଓସୁନିଲ ଅଗ୍ରୱାଲ୍। ଅନ୍ୟ ଜଣେ ଯାତ୍ରୀଙ୍କର ପରିଚୟ ମିଳିନାହିଁ।
ତଦନ୍ତ ଲାଗି ନିର୍ଦ୍ଦେଶ
ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ହେତୁ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି। ଭଗବାନଙ୍କ ଆଶୀର୍ବାଦରୁ କାହାରି କିଛି କ୍ଷତି ହୋଇନାହିଁ। ଯାତ୍ରୀମାନଙ୍କ ଅବସ୍ଥା ଭଲ ଅଛି। ମୁଁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛି। ଘଟଣାସ୍ଥଳରେ ରାଉରକେଲା ଏସପି ପହଞ୍ଚିଛନ୍ତି।
ଆହୁରି ପଢ଼ନ୍ତୁ:Md Mokim New Political Party ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ: ମହମ୍ମଦ ମୋକିମ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/10/untitled-8-2026-01-10-14-37-00.jpg)