ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ‘ଅସ୍ମିତା ରାଜ୍ୟ ହକି’ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଯାଇଛି। ଉପକନିଷ୍ଠ ବାଳିକା ବର୍ଗରେ ସୁନ୍ଦରଗଡ଼, ପାନପୋଷ କ୍ରୀଡ଼ା ଛାତ୍ରାବାସ, ଖୋର୍ଦ୍ଦା ଓ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ କ୍ବାର୍ଟରଫାଇନାଲ ପ୍ରବେଶ କରିଥିବାବେଳେ କନିଷ୍ଠରେ ସୁନ୍ଦରଗଡ଼, ଦେବଗଡ଼, ଖୋର୍ଦ୍ଦା ଓ ଏସ୍‌ଏମ୍‌ଏସ୍‌ ହକି ଏକାଡେମୀ କ୍ବାର୍ଟରଫାଇନାଲ ସ୍ଥାନ ସୁରକ୍ଷିତ କରିଛି।

Advertisment

ଶୁକ୍ରବାର ଉଭୟ ବର୍ଗର ୪ଟି ଲେଖାଏ, ମୋଟ୍‌ ୮ଟି ମ୍ୟାଚ୍‌ ଖେଳାଯାଇଥିଲା। ଉପକନିଷ୍ଠ ବର୍ଗରେ ସମ୍ବଲପୁର ୪-୦ ଗୋଲରେ ଝାରସୁଗୁଡ଼ାକୁ ପରାସ୍ତ କରିଥିବାବେଳେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ୯-୨ ଗୋଲରେ ଗାଙ୍ଗପୁର ସ୍ପୋର୍ଟ୍ସ ଆସୋସିଏସନ ଏବଂ ଖୋର୍ଦ୍ଦା ୪-୨ ଗୋଲ୍‌ରେ କିଟ୍‌/କିସ୍‌କୁ ପରାସ୍ତ କରିଛି। ତେବେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ସୁନ୍ଦରଗଡ଼ ବିପକ୍ଷ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି।

publive-image

ସେହିଭଳି କନିଷ୍ଠ ବର୍ଗରେ ସୁନ୍ଦରଗଡ଼ ୬-୦ ଗୋଲରେ ଦବଗଡ଼ ଓ ଖୋର୍ଦ୍ଦା ୧୨-୦ ଗୋଲରେ ଏସ୍‌ଏମ୍‌ଏସ୍‌ ହକି ଏକାଡେମୀକୁ ପରାସ୍ତ କରିଛି। ଏହି ବର୍ଗର ଅନ୍ୟ ଦୁଇଟି ମ୍ୟାଚ୍‌ କଳାହାଣ୍ଡିଢେଙ୍କାନାଳ ଏବଂ ଯାଜପୁରଗଞ୍ଜାମ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଖେଳାଳିଙ୍କୁ ବିଶ୍ରା ଦିଆଯାଇଛି। ଶନିବାର ଉଭୟ ବର୍ଗର ସେମିଫାଇନାଲ ଓ ରବିବାର ଫାଇନାଲ ମ୍ୟାଚ୍‌ ଖେଳାଯିବ।

 Hockey