କୋରାପୁଟ/ଲମତାପୁଟ: ରାଜ୍ୟର ଆଜି ଗୋଟିଏ ଦିନରେ ବ୍ଲକରେ କାର୍ଯ୍ୟରତ ୨ ଜଣ ମହିଳା ଯନ୍ତ୍ରୀ ୮ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଇ ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି। ଏଥିରୁ ଜଣେ ହେଲେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ, ଯିଏକି ୮ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଏହି ଘଟଣାର ଅଳ୍ପ କେଇ ଘଣ୍ଟା ପରେ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ଜଣେ ଗ୍ରାମ ସାଥୀଙ୍କ ଠାରୁ ମନରେଗା କାମରେ ଫାଇନାଲ ବିଲ କରିବା ପାଇଁ ଶେଷ କିସ୍ତି ୮ ହଜାର ଟଙ୍କା ନେବା ବେଳେ ଭିଜିଲାନସ୍ ଟିମ୍ ହାବୁଡ଼ରେ ଧରାପଡ଼ିଛନ୍ତି।
ଲମତାପୁଟ ବ୍ଲକର ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଯୋଜନାରେ ଘାଟ କଟିଂ କାମରେ ନିୟୋଜିତ ଶ୍ରମିକଙ୍କ ସପକ୍ଷରେ ବିଲ୍ ପ୍ରଦାନ କରିବା ପାଇଁ ଲମତାପୁଟ ସ୍ଥିତ ତାଙ୍କ ଆବାସିକ ସରକାରୀ କ୍ୱାର୍ଟରରେ ଜଣେ ଅଭିଯୋଗକାରୀ ଗାଁ ସାଥୀଙ୍କଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ପୂର୍ବରୁ ଶ୍ରୀମତୀ ପରିଜା କିଛି ଦିନ ତଳେ ଅଭିଯୋଗକାରୀଙ୍କ ଠାରୁ ୫,୦୦୦ ଟଙ୍କା ପାଇଥିଲେ ଏବଂ ବିଲ୍ ପ୍ରଦାନ କରିବା ପାଇଁ ବାକି ୧୦,୦୦୦ ଟଙ୍କା (ପରେ ୮,୦୦୦ ଟଙ୍କାକୁ ହ୍ରାସ କରାଯାଇଥିଲା) ଦେବାକୁ ଅଭିଯୋଗକାରୀଙ୍କୁ ଜିଦ୍ କରୁଥିଲେ।
ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଏଇ ଦ୍ୱାରା ହଇରାଣ କରାଯାଉଥିବା ଅଭିଯୋଗ କରି ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ନିକଟରେ ଦ୍ବାରସ୍ଥ ହୋଇଥିଲେ। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ଆଜି ଅଭିଯୁକ୍ତ ସହକାରୀ ଯନ୍ତ୍ରୀ ଶ୍ରୀମତୀ ପରିଜାଙ୍କୁ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ସରକାରୀ କ୍ବାର୍ଟରରେ ୮ ହଜାର ଟଙ୍କା ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନସ୍ ଟିମ୍ ଆସି କାବୁ କରିଥିଲେ।
ସହକାରୀ ଯନ୍ତ୍ରୀ ଶ୍ରୀମତୀ ପରିଜାଙ୍କ ଠାରୁ ସେ ନେଇଥିବା ରସାୟନିକ ରଙ୍ଗ ବୋଳା ୮୦୦୦ ଟଙ୍କା ଲାଞ୍ଚ ଟଙ୍କା ଜବତ କରାଯାଇଛି। ଟ୍ରାପ ପରେ ସହକାରୀ ଯନ୍ତ୍ରୀ ସହିତ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି। ଏହି ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨୨/୨୫ରେ ମାମଲା ପଞ୍ଜିକୃତ ହୋଇଛି। ସହକାରୀ ଯନ୍ତ୍ରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ଭିଜିଲାନସ୍। ତଦନ୍ତ ପରେ ସମ୍ପତି ଆକାଳନ ହେବ ବୋଲି କହିଛି ଭିଜିଲାନ୍ସ।
Koraput
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/10/6a8f18fe-4029-4595-9211-2e4a1067865d-386958.jpg)