ସମ୍ୱଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଓ ପରେ ପ୍ରତାଡ଼ନା କରିବା ଅଭିଯୋଗରେ ମହିଳା ପୁଲିସ ଦ୍ବାରା ଗିରଫ ସହକାରୀ ପ୍ରଫେସରଙ୍କୁ ସରକାର ନିଲମ୍ବିତ କରିଛନ୍ତି। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର କୁଳପତି ତାଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ସହକାରୀ ପ୍ରଫେସର ହେଲେ ଶିକ୍ଷା ବିଭାଗର ଅଧ୍ୟାପକ ଗୋପୀକାନ୍ତ ସୁନା (୩୨)। ସମ୍ବଲପୁର ପୁଲିସ ଆଜି ଶ୍ରୀ ସୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
୪ ମାସ ତଳେ ଛାତ୍ରୀ ଜଣଙ୍କ ଅସଦାଚରଣ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ଛାତ୍ରୀ ଜଣକ ତାଙ୍କର ଅଭିଯୋଗରେ ଦର୍ଶାଇଥିଲେ ଯେ, ଶ୍ରୀ ସୁନା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ହେଲେ ପୁଲିସ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ମାତ୍ର ଏଫଏମ୍ କଲେଜର ଛାତ୍ରୀଙ୍କ ଆତ୍ମାହୁତି ଘଟଣା ପରେ ତତ୍ପର ହୋଇଛନ୍ତି ସରକାର।
ସୂଚନା ଅନୁଯାୟୀ, ୪ ମାସ ତଳେ ଛାତ୍ରୀ ଜଣଙ୍କ ଅସଦାଚରଣ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ଛାତ୍ରୀ ଜଣକ ତାଙ୍କର ଅଭିଯୋଗରେ ଦର୍ଶାଇଥିଲେ ଯେ, ଶ୍ରୀ ସୁନା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ହେଲେ ପୁଲିସ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ମାତ୍ର ଏଫଏମ୍ କଲେଜର ଛାତ୍ରୀଙ୍କ ଆତ୍ମାହୁତି ଘଟଣା ପରେ ତତ୍ପର ହୋଇଛନ୍ତି ସରକାର। ବରଗଡ଼ ଜିଲ୍ଲା ବୁଡେନ୍ ଥାନା ଅଧୀନ ଦହିତା ଗାଁର ଦୁତିଆ ସୁନାଙ୍କ ପୁଅ ତଥା ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନାଙ୍କୁ ଗୁରୁବାର ମହିଳା ଥାନା ପୁଲିସ ଗିରିଫ କରି କୋର୍ଟ ଚାଲାଣ କରିଛି।
ଶିକ୍ଷାନୁଷ୍ଠାନ ହେଉଛି ଶିକ୍ଷକ ତଥା ଅଧ୍ୟାପକଙ୍କ ପାଇଁ ମନ୍ଦିର ସଦୃଶ। ଏଠାରେ ଛାତ୍ରଛାତ୍ରୀମାନେ ଭଗବାନ ହେଲେ ଶିକ୍ଷକ ପୂଜାରୀ। କିନ୍ତୁ କ୍ଷୋଭର ବିଷୟ ଯେ, ଶିକ୍ଷାନୁଷ୍ଠାନରେ ଆଉ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପବିତ୍ର ସଂପର୍କ ପୂର୍ବ ଭଳି ନାହିଁ। ଝିଅ ତଥା ଭଉଣୀ ସଦୃଶ ଶିଷ୍ୟାମାନଙ୍କ ଉପରେ ଅଧ୍ୟାପକମାନଙ୍କର ଖରାପ ନଜର ରହୁଛି। ଏହିଭଳି ଅଭିଯୋଗ ଅନେକ ଆସୁଛି। ଲୋକଲଜ୍ଜାରେ ଅନେକ ଛାତ୍ରୀ କାନ୍ଦିକାନ୍ଦି ଜିଉଁଛନ୍ତି। ସବୁ ଖବର ସାମ୍ନାକୁ ଆସିପାରୁ ନାହିଁ। ଆମ ବ୍ୟବସ୍ଥାରେ ସଂସ୍କାର ନଆସିବା ଯୋଗୁଁ ବହୁ ଲୋକଙ୍କର ଜୀବନ ଯନ୍ତ୍ରଣାରେ କଟୁଛି।
Odisha police Sambalpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/17/new-project-2025-07-17-18-43-04.jpg)