ବାମନାଳ: ଗତକାଲି ବିଳମ୍ବିତ ରାତ୍ରିରେ ପୁରୀଜିଲ୍ଲା ବଳଙ୍ଗା ଥାନା ବାମନାଳ ପଞ୍ଚାୟତ ଅନ୍ତର୍ଗତ କମଦରୀ ଗାଁରେ ଟେଣ୍ଟ ମାଲିକ କୁମର ଛାଟୋଇଙ୍କ ଘରେ ପଶି ଦୁଇରୁ ଊର୍ଦ୍ଧ୍ବ ମୁଖାପିନ୍ଧା ଦୁର୍ବୃତ୍ତ କୁମର ଛାଟୋଇ ଓ ତାଙ୍କ ପତ୍ନୀ ଶୈଳବାଳାଙ୍କୁ ଲୁହା ଛଡ଼ରେ ମରଣାନ୍ତକ ଆକ୍ରମଣ କରି ଏକ ଲକ୍ଷ ଟଙ୍କା ଦୁଇଟି ହାର, ଦୁଇଟି ସୁନା ଚେନ ଲୁଟ କରିଥିବା ଅଭିଯୋଗ ହୋଇଛି । ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇଥିବା ପତିପତ୍ନୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବଳଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
କୁମର,ତାଙ୍କ ପତ୍ନୀ ଓ ନାତୁଣୀ ଗୋଟେ ଘରେ ଶୋଇଥିବା ବେଳେ ପୁଅ ବୋହୂ ଅନ୍ୟ ଘରେ ଶୋଇଥିଲେ। ବାରିପଟ କବାଟ ଭାଙ୍ଗି ଦୁର୍ବୃତ୍ତମାନେ କୁମରଙ୍କ ଶୋଇବା ଘର କବାଟ ଭାଙ୍ଗି ଘରେ ପଶିଥିଲେ। କୁମର ଓ ତାଙ୍କ ସ୍ତ୍ରୀ ଉଠିଯିବା ପରେ ଦୁର୍ବୃତ୍ତମାନେ ଉଭୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ନାତୁଣୀ ଖଟ ତଳେ ପଶିଯାଇ ଜୀବନ ରକ୍ଷା କରିଥିଲା। ତେବେ କୁମରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଘଟଣାସ୍ଥଳରେ ବଳଙ୍ଗା ପୁଲିସ ଏବଂ ସାଇଣ୍ଟଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/04/2aUCJhksJPvgOvBCd4RK.jpg)