ବଲାଙ୍ଗୀର: ବଲାଙ୍ଗୀର ସହରରେ ଜିରୋ ନାଇଟ ପାଳନ ଚାଲିଥିବା ବେଳେ ଘଟିଛି ଅଘଟଣ। ଏଠାକାର ତୁଳସୀ ନଗରପଡ଼ାରେ କିଛି ଯୁବକ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ରହିଛି। ଉଭୟଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ତେବେ କେଉଁ କାରଣରୁ ଏଭଳି କାଣ୍ଡଘଟିଲା, ତାହା ଅସ୍ପଷ୍ଟ ରହିଛି। ଏଣେ ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/01/h7OrTnsVdA1sBzVpT10o.jpg)