କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବିଫଳ ହୋଇଛି। ଅଁଳାବାରେଣୀରେ ଥିବା ବ୍ୟାଙ୍କ ଅଫ ବରୋଦାର ଏଟିଏମ ତାଲା ଭାଙ୍ଗିବା ସହ ସିସି କ୍ୟାମେରାକୁ କଲର ସ୍ପ୍ରେ ମାରି ଲୁଟ ଉଦ୍ୟମ ହୋଇଛି। ବିଳମ୍ବିତ ରାତିରେ ବ୍ୟାଙ୍କ ଅଫ ବରୋଦା ବରୋଦାରୁ ଲୁଟ ଉଦ୍ୟମ ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ତୁମୁସିଙ୍ଗା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।