କଟକ: ଶୀତ କାକରରେ ଖୋଲା ଆକାଶ ତଳେ ରୋଗୀଙ୍କ ସଂପର୍କୀୟ ବା ଆଟେଣ୍ଡାଣ୍ଟ ଏସସିବି ମେଡିକାଲ ପରିସରରେ ରାତିରେ ପଡ଼ି ରହିବା ଘଟଣାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆଡଭୋକେଟ କମିଟି ସଦସ୍ୟ ବିଭୁତି ଭୂଷଣ ଚୌଧୁରୀ 'ସମ୍ବାଦ'ରେ ପ୍ରକାଶିତ ଏ ସଂପର୍କିତ ଖବର ଓ ଫଟୋ ସଂକ୍ରାନ୍ତରେ ତଥ୍ୟ ଉପସ୍ଥପନ କରିଥିଲେ। ଏହି ପ୍ରସଂଗରେ ସ୍ବାସ୍ଥ୍ୟ ସଚିବଙ୍କ ନିକଟରୁ ହାଇକୋର୍ଟ ଜବାବ ଲୋଡ଼ିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଏସ.ଆଶ୍ବଥି ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ଦର୍ଶାଇଥିଲେ ଯେ ବହୁ ସଂଖ୍ୟାରେ ରୋଗୀମାନେ ଆଟେଣ୍ଡାଣ୍ଟଙ୍କ ସହିତ ପ୍ରତିଦିନ ଏସସିବି ଆସୁଛନ୍ତି। ବିଗତ ଦିନରେ ସରକାର ବହୁ ସରକାରୀ ମେଡିକାଲ କଲେଜ ରାଜ୍ୟରେ ଖୋଲିଥିଲେ ମଧ୍ୟ କାହିଁକି ଏତେ ସଂଖ୍ୟକ ରୋଗୀ ଏସସିବି ଆସୁଛନ୍ତି ବୋଲି ହାଇକୋର୍ଟ ଆଜି ପ୍ରଶ୍ନ କରିଥିଲେ। ଅନ୍ୟ ହସ୍ପିଟାଲ ଗୁଡ଼ିକରେ କଣ ଭିତ୍ତିଭୂମି, ଡାକ୍ତରଙ୍କ ଅଭାବ ରହିଛି ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ। ଜିଲ୍ଲା ମେଡିକାଲ କଲେଜ ଗୁଡ଼ିକରେ ଡାକ୍ତରଙ୍କ ଅଭାବ ରହିଛି ବୋଲି ସ୍ବାସ୍ଥ୍ୟ ସଚିବ ଦର୍ଶାଇଥିଲେ। ଗତ ଥର ପ୍ରାୟ ୭ହଜାର ଡାକ୍ତରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ୨ ହଜାରରୁ କମ୍ ଏମବିବିଏସ ଡାକ୍ତର ନିଯୁକ୍ତ ହୋଇ ପାରିଥିଲେ। ଯେଉଁ ଭଳି ସେବା ଦେବା କଥା ସେଭଳି ସେବା ଉପାନ୍ତ ଡାକ୍ତରଖାନା ଗୁଡ଼ିକ ଦେଇ ପାରୁ ନାହାନ୍ତି। ବହୁ ସମୟରେ ଜଟିଳ ମାମଲା ହୋଇ ନଥିଲେ ମଧ୍ୟ ରୋଗୀ ଏସସିବି ଆସୁଛନ୍ତି ବୋଲି ସଚିବ କହିଥିଲେ। ସ୍ବାଧୀନତା ପୂର୍ବରୁ ପ୍ରତିଷ୍ଠିତ ତଥା ଦେଶର ଅନ୍ୟତମ ପୁରାତନ ଓ ବୃହତମ ହସ୍ପିଟାଲ ଏହାର ଶ୍ରେଷ୍ଠତା ବଜାୟ ରଖିବ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି। ଏଥି ସହିତ ଏହି ପ୍ରସଂଗରେ ଜାନୁଆରି ୯ରେ ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଏସ.ଆଶ୍ବଥି ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ଦର୍ଶାଇଥିଲେ ଯେ ବହୁ ସଂଖ୍ୟାରେ ରୋଗୀମାନେ ଆଟେଣ୍ଡାଣ୍ଟଙ୍କ ସହିତ ପ୍ରତିଦିନ ଏସସିବି ଆସୁଛନ୍ତି। ବିଗତ ଦିନରେ ସରକାର ବହୁ ସରକାରୀ ମେଡିକାଲ କଲେଜ ରାଜ୍ୟରେ ଖୋଲିଥିଲେ ମଧ୍ୟ କାହିଁକି ଏତେ ସଂଖ୍ୟକ ରୋଗୀ ଏସସିବି ଆସୁଛନ୍ତି ବୋଲି ହାଇକୋର୍ଟ ଆଜି ପ୍ରଶ୍ନ କରିଥିଲେ। ଅନ୍ୟ ହସ୍ପିଟାଲ ଗୁଡ଼ିକରେ କଣ ଭିତ୍ତିଭୂମି, ଡାକ୍ତରଙ୍କ ଅଭାବ ରହିଛି ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ। ଜିଲ୍ଲା ମେଡିକାଲ କଲେଜ ଗୁଡ଼ିକରେ ଡାକ୍ତରଙ୍କ ଅଭାବ ରହିଛି ବୋଲି ସ୍ବାସ୍ଥ୍ୟ ସଚିବ ଦର୍ଶାଇଥିଲେ। ଗତ ଥର ପ୍ରାୟ ୭ହଜାର ଡାକ୍ତରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ୨ ହଜାରରୁ କମ୍ ଏମବିବିଏସ ଡାକ୍ତର ନିଯୁକ୍ତ ହୋଇ ପାରିଥିଲେ। ଯେଉଁ ଭଳି ସେବା ଦେବା କଥା ସେଭଳି ସେବା ଉପାନ୍ତ ଡାକ୍ତରଖାନା ଗୁଡ଼ିକ ଦେଇ ପାରୁ ନାହାନ୍ତି। ବହୁ ସମୟରେ ଜଟିଳ ମାମଲା ହୋଇ ନଥିଲେ ମଧ୍ୟ ରୋଗୀ ଏସସିବି ଆସୁଛନ୍ତି ବୋଲି ସଚିବ କହିଥିଲେ।
ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ସେପ୍ଟେମ୍ବର ମାସରୁ ଅଧୀକ୍ଷକ ପଦ ଖାଲି ପଡ଼ିଥିବା ଗତକାଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏସସିବି କାର୍ଯ୍ୟକରିବା ପ୍ରସଂଗରେ ଅଧୀକ୍ଷକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ବେଳେ କେବେ ନ୍ୟାସନାଲ ମେଡିକାଲ କମିସନ୍ ନିୟମ ଅନୁସାରେ ଏହି ପଦ ପୂରଣ ହେବ ସେ ନେଇ ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏସସିବି ଚକ୍ଷୁରୋଗ ବିଭାଗକୁ ରାଜ୍ୟର ଆଞ୍ଚଳିକ ଚକ୍ଷୁ ପ୍ରତିଷ୍ଠାନ ଭାବେ ମାନ୍ୟତା ଦିଆଯାଇଥିବା ବେଳେ ଏଠାରେ କିନ୍ତୁ ୧୫ ଲକ୍ଷ ଟଙ୍କାର ଭିଜୁଆଲ ପେରିମିଟର ମେସିନ ନଥିବା ସଂକ୍ରାନ୍ତରେ 'ସମ୍ବାଦ'ରେ ଡିସେମ୍ବର ୧୮ରେ ପ୍ରକାଶିତ ଖବର ପ୍ରସଂଗରେ ଆଡଭୋକେଟ କମିଟି ଶୁଣାଣି ସମୟରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରସଂଗରେ ହାଇକୋର୍ଟ ଏସିବି ଅଧ୍ୟକ୍ଷା ତଥା ଡିନ୍ ପ୍ରଫେସର ଡାକ୍ତର ଲୁସି ଦାସଙ୍କ ନିକଟରୁ ଜବାବ ଲୋଡ଼ିଥିଲେ। ଡାକ୍ତର ଦାସ ଦର୍ଶାଇଥିଲେ ନୂଆ ଭିଜୁଆଲ ପେରିମିଟର ମେସିନ ପାଇଁ ଦୁଇ ଥର ଟେଣ୍ଡର ଆହ୍ବାନ କରାଯାଇଥିଲେ ମଧ୍ୟ ଜଣେ ଅଂଶଗ୍ରହଣ କରିଥିବାରୁ ଏହା ଫଳପ୍ରଦ ହୋଇ ପାରି ନଥିଲା। ଏଥର ଟେଣ୍ଡର ଆହ୍ବାନ କରାଯାଇଛି ଓ ଏହା ଫଳପ୍ରଦ ହେବ ବୋଲି ସେ ଦର୍ଶାଇଥିଲେ। ଏହି ସମସ୍ୟା ସମାଧାନ କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ କହିଥିଲେ।
ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଇଲେକ୍ଟ୍ରୋ କନଭୁଲସିଭ୍ ଥେରାପି ମେସିନ ନଥିବା ପ୍ରସଂଗରେ ଆଡଭୋକେଟ କମିଟି ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ପରବର୍ତ୍ତୀ ଶୁଣାଣି ସମୟରେ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ନିର୍ଦ୍ଦେଶକ ହାଜର ହୋଇ ଇସିଟି ମେସିନ୍ ଓ ସ୍ଥାୟୀ ନିଶ୍ଚେତକ ଡାକ୍ତରଙ୍କ ନିଯୁକ୍ତି ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଅବଗତ କରିବେ ବୋଲି ହାଇକୋର୍ଟ କହିଛନ୍ତି।
ଓପିଡି ସମୟ ପରେ ସଂଧ୍ୟା ୫ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ହୃଦରୋଗ ବିଭାଗରେ ଜରୁରୀ ଚିକିତ୍ସା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି। ସିଧା ସଳଖ ହୃଦରୋଗ ବିଭାଗକୁ ରୋଗୀ ଯାଇ ଚିକିତ୍ସା ସୁବିଧା ଏହି ସମୟରେ ପାଇ ପାରିବେ ବୋଲି ଏସସିବି ଅଧ୍ୟକ୍ଷ ତଥା ଡିନ୍ ଡାକ୍ତର ଦାସ ଦର୍ଶାଇଥିଲେ। ଏସସିବି ପରିସରରେ ଆଉ ଏକ ଆହାର କେନ୍ଦ୍ର ପ୍ରତିଷ୍ଠା ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି ବୋଲି ଡାକ୍ତର ଦାସଙ୍କ ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା। ବର୍ତ୍ତମାନର ଆହାର କେନ୍ଦ୍ରରେ ପ୍ରତିଦିନ ମଧ୍ୟାହ୍ନରେ ୧୫ଶହ ମିଲ୍ ଓ ରାତିରେ ଏକ ହଜାର ମିଲ ଲୋକମାନଙ୍କୁ ପ୍ରଦାନ କରାଯାଉଛି ବୋଲି ସେ କହିଥିଲେ।
ନ୍ୟୁରୋ ସର୍ଜରି ଓ ହୃଦରୋଗ ବିଭାଗରେ ଆବଶ୍ୟକ ଯନ୍ତ୍ର ଓ ସରଞ୍ଜାମ ଅଭାବ ରହିଥିବା ବେଳେ ଏଥି ପାଇଁ ବାରମ୍ବାର ସରକାରଙ୍କୁ ଚିଠି ଲେଖାଯିବା ପରେ ମଧ୍ୟ କିଛି ସୁଫଳ ମିଳି ପାରୁ ନାହିଁ। ଅନ୍ୟପକ୍ଷରେ ମହାନଦୀ କୋଲ ଫିଲ୍ଡିସ ୪୬ କୋଟି ୩୪ ଲକ୍ଷ ୮୦ ହଜାର ଟଙ୍କା ଏମଆରଆଇ ଓ ସିଟି ସ୍କାନ ପାଇଁ ମଞ୍ଜୁର କରିଛି। ଏହି ରାଶି ଯଦି ୨୦୨୫, ମାର୍ଚ୍ଚ ୩୧ ସୁଦ୍ଧା ଉପଯୋଗ ନ ହୁଏ ତେବେ ଫେରିଯିବ ବୋଲି ଆଡଭୋକେଟ କମିଟି ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏହି ରାଶି ଗ୍ରହଣ କରି ଉପଯୋଗ ପାଇଁ ସରକାର ଅନୁମୋଦନ ଦେଇଛନ୍ତି। ଏ ନେଇ ଏମସିଏଲକୁ ଅବଗତ କରାଯାଇଛି। ଟେଣ୍ଡର ଆହ୍ବାନ କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ ଦର୍ଶାଇଥିଲେ। ଏମଆରଆଇ ଓ ସିଟି ସ୍କାନ ମେସିନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଟେଣ୍ଡର ପ୍ରକ୍ରିୟାର ସ୍ଥିତି ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଶିଶୁଭବନ ପରିସରରେ ନିର୍ମିତ ନୂଆ ଜି+୬ କୋଠା ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବା ଉପରେ ହାଇକୋର୍ଟ ଆଜି ଗୁରୁତ୍ବାରୋପ କରିଛନ୍ତି। ଡିସେମ୍ବର ୧୨ର ନିର୍ଦ୍ଦେଶ ପାଳନ କରି ଆଜି ଶିଶୁ ଭବନ ସଂପର୍କିତ ମାମଲାର ଶୁଣାଣି ସମୟରେ ସ୍ବାସ୍ଥ୍ୟ ସଚିବ, ସିଏମସି କମିସନର, ଶିଶୁଭବନ ଅଧୀକ୍ଷକ, କଟକ ଡିସିପି ପ୍ରମୁଖ ଉପସ୍ଥିତ ରହି ପକ୍ଷ ରଖିଥିଲେ। ଶିଶୁ ଭବନ ଅଧୀକ୍ଷକ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ନୂଆ କୋଠା ପାଇଁ ଆକଳନ କରାଯାଇଥିବା ୭.୯୯ କୋଟି ଟଙ୍କାର ପାଣ୍ଠି ସଂପର୍କିତ ପ୍ରଶାନିକ ଅନୁମୋଦନ ପାଇଁ ଡିଏମଇଟିଙ୍କୁ ଗତ ସେପ୍ଟେମ୍ବର ୪ରେ ଅନୁରୋଧ କରାଯାଇଥିଲା। ସ୍ବାସ୍ଥ୍ୟ ସଚିବ ଦର୍ଶାଇଥିଲେ ଯେ ଜମି ସ୍ବାସ୍ଥ୍ୟ ବିଭାଗ ନାଁକୁ ଆଣିବା ପ୍ରସଂଗରେ ରହିଥିବା ସମସ୍ୟା ଦୂର ହୋଇଛି। ପ୍ରଶାସନିକ ଅନୁମୋଦନ ଆଣିବା ପ୍ରସଂଗରେ ଡିଏମଇଟି ପଦକ୍ଷେପ ଗ୍ରହଣ କରୁଛନ୍ତି। ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ବିଲ୍ଡିଂ ପ୍ଲାନ ଦାଖଲ ଆବଶ୍ୟକତା ପୂରଣ ପ୍ରସଂଗରେ ଏକ ବର୍ଷ ଛାଡ଼ ପ୍ରସଂଗରେ ମଧ୍ୟ ଶୁଣାଣି ସମୟରେ ହାଇକାର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଯଥାଶୀଘ୍ର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ପ୍ରଶାସନିକ ଅନୁମୋଦନ ହାସଲ ପ୍ରସଂଗରେ ସ୍ବାସ୍ଥ୍ୟ ସଚିବ ପଦକ୍ଷେପ ଗ୍ରହଣ କରିବେ, ଯାହା ଦ୍ବାରା ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜି+୬ କୋଠା କାର୍ଯ୍ୟକ୍ଷମ ନେଇ ସମୟସୀମା ଧାର୍ଯ୍ୟ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି। ଶିଶୁଭବନର ଲାଲବାଗ ଥାନା ପଟ ଫାଟକ ଖୋଲିବା ପ୍ରସଂଗରେ ଆଜି ଶୁଣାଣି ସମୟରେ ସିଏମସି ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଡିସେମ୍ବର ୨୦ରେ ସିଏମସି ତରଫରୁ ଜବରଦଖଲ ଉଚ୍ଛେଦ, ଉଠା ଦୋକାନୀଙ୍କ ପ୍ରସଂଗକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଦର୍ଶାଯାଇଥିଲା। ଆଡଭୋକେଟ କମିଟି ମୁଖ୍ୟ ତଥା ହାଇକୋର୍ଟ ବାର୍ ସଭାପତି ଆଇନଜୀବୀ ବିଜୟ କୁମାର ଦାଶ, ସଦସ୍ୟ ସରୋଜ ପାଢୀ, ବିଭୁତି ଭୂଷଣ ଚୌଧୁରୀ, ମହମ୍ମଦ ଆରିଫ ଉଦ୍ଦିନ ଖାନ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/vkCpaHR9yfzabUUZQV9H.jpg)