ଲାହୋର: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଚାମ୍ପିଅନ୍ସ ଟ୍ରଫି-୨୦୨୫ର ଚତୁର୍ଥ ମ୍ୟାଚ୍‌ରେ ଶନିବାର ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଛି। କଙ୍ଗାରୁ ଦଳର ସ୍କୋରରେ ଜୋସ୍‌ ଇଂଲିସଙ୍କ ଶତକ ସାମିଲ ରହିଛି। ସେହିପରି ଆଲେକ୍ସ କେରି ଓ ମ୍ୟାଥୁ ସର୍ଟଙ୍କ ଅର୍ଦ୍ଧଶତକ ଯୋଡ଼ି ହୋଇଛି। ଅଷ୍ଟ୍ରେଲିଆ ୩୫୨ ରନ୍‌ର ବିଜୟ ଲକ୍ଷ୍ୟକୁ ୪୭.୩ ଓଭରରେ ୫ଟି ୱିକେଟ୍‌ରେ ପୂରା କରିଛି। ଟିମ୍‌ ୩୫୬ ରନ୍‌ ସଂଗ୍ରହ କରିଛି। 

Advertisment

ଅଷ୍ଟ୍ରେଲିଆ ପାଇଁ ଜୋସ୍‌ ଇଂଲିସ ଅପରାଜିତ ଶତକ (୧୨୦ ରନ୍‌, ୮୬ ବଲ୍‌, ୮ ଚୌକା ଓ ୬ ଛକା) ମାରିଥିଲେ। ସେହିପରି ଆଲେକ୍ସ କେରି ଅର୍ଦ୍ଧଶତକ (୬୯ ରନ୍‌, ୬୩ ବଲ୍‌ ଓ ୮ଟି ଚୌକା) ଓ ମ୍ୟାଥୁ ସର୍ଟଙ୍କ ଅର୍ଦ୍ଧଶତକ (୬୩ ରନ୍‌, ୬୬ ବଲ୍‌, ୯ ଚୌକା ଓ ଗୋଟିଏ ଛକା) ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନର୍ସ ଲାବୁସାନ୍‌ ୪୭ ରନ୍‌, ଗ୍ଲେନ ମେକ୍ସୱେଲ ଅପରାଜିତ ୩୨ ରନ୍‌, ଟ୍ରାଭିସ୍ ହେଡ୍‌ ୬ ରନ୍‌, ଷ୍ଟିଭେନ୍‌ ସ୍ମିଥ ୫ ରନ୍‌ କରିଥିଲେ।

ଲାହୋରର ଗଦାଫି ଷ୍ଟାଡିୟମରେ ଟସ୍ ଜିତି ଅଷ୍ଟ୍ରେଲିଆ  ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଏହି ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ବେନ୍ ଡକେଟ୍ ଧୂଆଁଧାର ବ୍ୟାଟିଂ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୬୫ର ଏକ ବଡ଼ ଇନିଂସ ଖେଳି ଏକ ମହାନ ସଫଳତା ହାସଲ କରିଛନ୍ତି।

ସେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ପାଇଁ ସବୁଠାରୁ ବଡ଼ ଇନିଂସ ଖେଳିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି। ସେ ଜୋ ରୁଟ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଏହା ବ୍ୟତୀତ ସେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସବୁଠାରୁ ବଡ଼ ଇନିଂସ ଖେଳିବାରେ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି। 

ବେନ୍ ଡକେଟ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାରେ ପ୍ରଥମ ଇଂଲଣ୍ଡ ଖେଳାଳି ହୋଇଛନ୍ତି। ସେ ଜୋ ରୁଟ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ରୁଟ୍ ୨୦୧୭ରେ ଓଭାଲରେ ବାଂଲାଦେଶ ବିପକ୍ଷରେ ଅପରାଜିତ ୧୩୪ ରନ କରିଥିଲେ। କିନ୍ତୁ  ଡକେଟ୍ ୧୬୫ ରନ୍ କରିଛନ୍ତି। ଡକେଟ୍‌ଙ୍କ ପୂର୍ବରୁ, ଆଇସିସି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ବଡ଼ ଇନିଂସ ଖେଳିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସେ ୧୯୯୮ ମସିହାରେ ୧୪୧ ରନର ଏକ ଇନିଂସ ଖେଳିଥିଲେ। କିନ୍ତୁ ଏବେ ଡକେଟ୍ ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇ ଦେଇ ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଧିକ ବ୍ୟକ୍ତିଗତ ସ୍କୋର୍ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।