ଯାଜପୁର: ଠାକୁରମୁଣ୍ଡା ଅଞ୍ଚଳରୁ ତିନି ଦିନ ତଳେ ଅପହୃତ ୫ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଅପହରଣ ହେବାର ତିନି ଦିନ ପରେ ଆଜି ଶିଶୁ କନ୍ୟାକୁ ଯାଜପୁର ରୋଡ ଥାନା କାଚହୁଡ଼ି ସାହିରୁ ଜଣେ ଛଦ୍ମବେଶୀ କିନ୍ନର ପୁରୁଷଙ୍କ ଠାରୁ ଜବତ କରିଛନ୍ତି ଯାଜପୁର ରୋଡ କିନ୍ନର ସଂଘ ଶାନ୍ତି ସେନାର କର୍ମକର୍ତ୍ତାମାନେ। ତିନି ଦିନ ତଳେ ଠାକୁରମୁଣ୍ଡା ବସ୍ ଷ୍ଟାଣ୍ଡରୁ ୫ ବର୍ଷର ଶିଶୁକନ୍ୟାକୁ ଲିପୁ ନାୟକ ନାମକ ଛଦ୍ମବେଶୀ କିନ୍ନର ଅପହରଣ କରି ଆଣି ଯାଜପୁର ରୋଡ ଅଞ୍ଚଳରେ ରଖିଥିଲେ।
ଅପହରଣ ହେବାର ତିନି ଦିନ ପରେ ଆଜି ଶିଶୁ କନ୍ୟାକୁ ଯାଜପୁର ରୋଡ ଥାନା କାଚହୁଡ଼ି ସାହିରୁ ଜଣେ ଛଦ୍ମବେଶୀ କିନ୍ନର ପୁରୁଷଙ୍କ ଠାରୁ ଜବତ କରିଛନ୍ତି ଯାଜପୁର ରୋଡ କିନ୍ନର ସଂଘ ଶାନ୍ତି ସେନାର କର୍ମକର୍ତ୍ତାମାନେ। ତିନି ଦିନ ତଳେ ଠାକୁରମୁଣ୍ଡା ବସ୍ ଷ୍ଟାଣ୍ଡରୁ ୫ ବର୍ଷର ଶିଶୁକନ୍ୟାକୁ ଲିପୁ ନାୟକ ନାମକ ଛଦ୍ମବେଶୀ କିନ୍ନର ଅପହରଣ କରି ଆଣି ଯାଜପୁର ରୋଡ ଅଞ୍ଚଳରେ ରଖିଥିଲେ।ଚୋରି ସମୟର ଭିଜୁଆଲ ଠାକୁରମୁଣ୍ଡା ପୁଲିସ ସାର୍ବଜନୀନ କରିବା ସହ ଶିଶୁକନ୍ୟାର ମାଙ୍କ ଅଭିଯୋଗ ଅନୁଯାୟୀ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅପହରଣକାରୀ ଲିପୁ ନାୟକ ଓ ତାର ଜଣେ ସହଯୋଗୀଙ୍କୁ ଯାଜପୁର ରୋଡ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
ଚୋରି ସମୟର ଭିଜୁଆଲ ଠାକୁରମୁଣ୍ଡା ପୁଲିସ ସାର୍ବଜନୀନ କରିବା ସହ ଶିଶୁକନ୍ୟାର ମାଙ୍କ ଅଭିଯୋଗ ଅନୁଯାୟୀ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅପହରଣକାରୀ ଲିପୁ ନାୟକ ଓ ତାର ଜଣେ ସହଯୋଗୀଙ୍କୁ ଯାଜପୁର ରୋଡ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/20/NoyXFVHcvX5gMmH5914U.jpg)