ମାଲକାନଗିରି: ଜିଲ୍ଲାର ବାଲିମେଳା ଜଳ ଭଣ୍ଡାରରେ ଜଳ ଫୁଲିବାରେ ଲାଗିଥିବା ବେଳେ ସ୍ୱାଭିମାନ ଅଞ୍ଚଳର ତଳିଆ ଅଂଚଳରେ ରହିଥିବା ଗାଁଗୁଡିକର ଘରେ ପଶିଲା ପାଣି। କେବଳ ଘରେ ନୁହଁ ରାସ୍ତାରେ ମଧ୍ୟ ରହିଛି ଆଣ୍ଠୁଏ ଆଣ୍ଠୁଏ ପାଣି।ତଳିଆ ଅଂଚଳରେ ରହିଥିବା ଗାଁଗୁଡିକ ମଧ୍ୟରୁ ମୁଦୁଲିଗୁଡା, ନାରଙ୍ଗିଝୋଲା, ବାକୁଲି, ଖୋଜୁରୀଗୁଡ଼ା ଭଳି ଗାଁରେ ପାଣି ପଶିବାରେ ଲାଗିଛି। ଗତ ୩ରୁ ୪ ଦିନ ହେବ ଘର ଭିତରେ ପାଣି ଜମି ରହିଥିବା ବେଳେ ଜଳସ୍ତର ମଧ୍ୟ ସାମାନ୍ୟ ବୃଦ୍ଧି ପାଇବାରେ ଲାଗିଛି।
ଚଳିତ ବର୍ଷ ଲଗାଣ ବର୍ଷାରେ ବାଲିମେଳା ଜଳ ଭଣ୍ଡାର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଜଳ ଭଣ୍ଡାରର ସର୍ବୋଚ୍ଚ କ୍ଷମତା ୧୫୧୬ ଫୁଟ ଥିବା ବେଳେ ବର୍ତ୍ତମାନ ୧୫୧୪ ଫୁଟ ପାଣି ଜଳ ଭଣ୍ଡାରରେ ପାଣି ରହିଛି।
ତେବେ ଖୁବଶୀଘ୍ର ଯେ ପାଣି କମିବ ତାହାର ଆଶା ମଧ୍ୟ ନାହିଁ। କଚ୍ଚା ଘରଗୁଡ଼ିକ ପାଣିରେ ବୁଡ଼ି ରହିଥିବାରୁ ଚିନ୍ତାରେ ତଳିଆ ଅଂଚଳର ଲୋକେ। ଚଳିତ ବର୍ଷ ଲଗାଣ ବର୍ଷାରେ ବାଲିମେଳା ଜଳ ଭଣ୍ଡାର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଜଳ ଭଣ୍ଡାରର ସର୍ବୋଚ୍ଚ କ୍ଷମତା ୧୫୧୬ ଫୁଟ ଥିବା ବେଳେ ବର୍ତ୍ତମାନ ୧୫୧୪ ଫୁଟ ପାଣି ଜଳ ଭଣ୍ଡାରରେ ପାଣି ରହିଛି। ଯଦି ଆଉ ୨ ଫୁଟ ପାଣି ବଢ଼େ ତେବେ ତଳିଆ ଅଂଚଳରେ ବୁଡି ରହିଥିବା ଘରଗୁଡ଼ିକରୁ କେବେ ଯେ ପାଣି ଖାଲି ହେବ ତାହା କିଏ କହିପାରିବ।
ପ୍ରଶାସନିକ ଅଧିକାରୀ ଗାଁରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ତଳିଆ ଅଂଚଳର ଲୋକମାନଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ଅଂଚଳ ଚିତ୍ରକୋଣ୍ଡା ତହସିଲ ଅଧିନରେ ରହିଛି। କିନ୍ତୁ ଗାଁଗୁଡିକ କୋରକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତରେ ରହିଛି। ନାକାମାମୁଡି ପଞ୍ଚାୟତର ପିଇଓ ଆର କେ ଗୌର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘରୁ ପଦାକୁ ବାହାରିବାକୁ କହିବା ସହ ଏନେଇ ରାଜସ୍ବ ନୀରିକ୍ଷକଙ୍କୁ ଅବଗତ କରାଇଥିବା କହିଥିଲେ।
ତେବେ ତୁରନ୍ତ ପ୍ରଶାସନିକ ଅଧିକାରୀ ପାଣି ଘେରରେ ରହିଥିବା ପରିବାରଙ୍କୁ ଉଦ୍ଧାର କରି ସେମାନଙ୍କର ଥାଇଥାନର ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଅନ୍ୟଦିଗରେ ଖବର ପାଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଦେଶୀ ଡଂଗାରେର ଜଳଭଣ୍ଡାରରେ ପଶି ପାଣିରେ ବୁଡ଼ିଥିବା ରାସ୍ତା ଓ ଘରଗୁଡ଼ିକର ତଦାରଖ କରିଥିଲେ। ଏନେଇ ସେ ଦୁରନ୍ତ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ କ୍ଷତିପୂରଣ ଦେବା ପାଇଁ କହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।