ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାର ବହୁ ପ୍ରତିକ୍ଷୀତ ରେଳପଥ ଗୋରୁମହିଷାଣି-ବାଙ୍ଗିରିପୋଷି ନୂତନ ରେଳପଥ ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ-ରେଳପଥ ସଂଯୋଗୀକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା କେବେ ଆରମ୍ଭ ହେବ ବୋଲି ଆଲୋଚନା ଜୋର ଧରିଛି।

Advertisment

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀଙ୍କ ଦ୍ୱାରା ଗତବର୍ଷ ଡିସେମ୍ବର ୬ରେ ବାଦାମପାହାଡ଼ ରେଳ ଷ୍ଟେସନରେ ମହାଆଡମ୍ବର ସହକାରେ ୩ଟି ନୂତନ ରେଳପଥ ସଂଯୋଗୀକରଣ ପ୍ରକଳ୍ପ ଉଦଘାଟନ କରିଥିଲେ। ଏହି ପ୍ରକଳ୍ପ ଗୁଡ଼ିକର ଦୁଇଟି ପ୍ରକଳ୍ପ ପ୍ରଥମେ ବୁଡାମରା-ଚାକୁଳିଆ ଓ ଦ୍ଵିତୀୟ ବାଙ୍ଗିରିପୋଷୀ-ଗୋରୁମହିଷାଣି ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ବିଜ୍ଞପ୍ତି ଓ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ମୟୂରଭଞ୍ଜ ଜିଲାପାଳଙ୍କୁ ନିର୍ଦ୍ଦେଶ କ୍ରମେ ଭୂ-ଅର୍ଜନ ଅଧିକାରୀଙ୍କ ଦ୍ୱାରା ସଂଲଗ୍ନ ଜମି ଅଧଗ୍ରହଣ ପ୍ରକ୍ରିୟା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି ବହୁ-ପ୍ରତୀକ୍ଷିତ ବାମନଘାଟୀ ଅଂଚଳର ବହୁ ପୂରାତନ ଟାଟାନଗର-ବାଦାମ ପାହାଡ଼ ଠାରୁ କେନ୍ଦୁଝରଗଡ଼ ନୂତନ ରେଳ ଲାଇନ ସଂଯୋଗୀକରଣ ନିର୍ମାଣ ପାଇଁ ବର୍ତ୍ତମାନ ସୁଦ୍ଧା ଜମି- ଅଗ୍ରହଣ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏନେଇ ଜନ-ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗୁଛି।

ମୟୂରଭଞ୍ଜ ମୁଖ୍ୟାଳୟ ବାରିପଦା ସଦର ମହକୁମା ହୋଇଥିବାରୁ ବହୁ ନେତା ନେତୃତ୍ବ ଯୋଗୁଁ ସାଧାରଣ ଲୋକ ମଧ୍ୟ ବହୁତ ସଜାଗ ଓ ସକ୍ରିୟ। ବୁଢ଼ାମରା-ଚାକୁଳିଆ ଓ ବାଙ୍ଗିରୀପୋଷୀ-ଗୋରୁମହିଷାଣୀ ରେଳପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଅଗ୍ରାକର ଭିଭିରେ ଚାଲିଛି। ଲୋକେ କିନ୍ତୁ ନୀରବ ଓ ନିଷ୍କ୍ରିୟ ଥୁବାରୁ ଏହି ବହୁ ପ୍ରତୀକ୍ଷିତ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳପଥ ସଂଯୋଗ ପାଇଁ କେନ୍ଦୁଝର ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବିତ ଅବସ୍ଥାରେ ଅଛି। 

ବାଦାମପାହାଡ଼–କେନ୍ଦୁଝରଗଡ଼ ନୂଆ ରେଳପଥ ଦୀର୍ଘ ୮୨.୦୬ କିମି ସ୍ବୀକୃତି ପ୍ରାପ୍ତ ଖର୍ଚ୍ଚ ୨୧୦୬ କୋଟି ଟଙ୍କାର ସଂଯାଗୀକରଣ ପାଇଁ ଜମି ଅଧିଗ୍ରହଣ ପାଇଁ ବର୍ତ୍ତମାନ୍ ସୁଦ୍ଧା କାର୍ଯ ଆରମ୍ଭ ହୋଇପାରି ନାହିଁ।

Kendujhargarh railway station

ଅନ୍ୟ ପକ୍ଷରେ ଗାର୍ଡେନରିଚ ଓ ଦକ୍ଷିଣ ପୂର୍ବ ରେଳ ଡିଭିଜନର ଡିଜାଇନ, ସୁରକ୍ଷା ଓ ନିର୍ମାଣ ବିଭାଗ ବରିଷ୍ଠ ଯନ୍ତ୍ରୀଗଣ ରାଇରଙ୍ଗପୁର ଆସିଥିଲେ। ସହିତ ଜିଲ୍ଲାର ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ସହିତ ଉକ୍ତ ରେଳ ଲାଇନର ଉନ୍ନତି କରଣ ଓ  ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ସେଥିପାଇଁ ଉକ୍ତ ରେଳ ରେଳ ବିଭାଗ ଇଞ୍ଜିନିୟର ଟିମ୍ ଓ ଉପଜିଲ୍ଲାପାଳ ମିଶି ଇଂଚିଣ୍ଡା ଗଳା ପୋଲ ଓ ଛଣୁଆଁ ଗାଁ ନିକଟରେ ଅତ୍ୟାଧୁନିକ ମାଲ ପରିବହନ ପାଇଁ ଏକ ସ୍ବତନ୍ତ୍ର ଷ୍ଟେସନ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଥିଲା। ଖୁବ ଶୀଘ୍ର ଉକ୍ତ ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବବୋଲି ରେଳ ବିଭାଗ ପକ୍ଷରୁ ମିଳିଛି।

Indian Railways | Mayurbhanj | Keonjhar